ବରକନ୍ୟା ଝରଣାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ବନ ବିହାର କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କର ପ୍ରତିବର୍ଷ ପରି ଚଳିତବର୍ଷ ବରକନ୍ୟା ଝରଣାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ବରକନ୍ୟା ଝରଣାର ପାହାଡ ଚଢି ଗଛଲତା ଓ ବାଉଁଶ ମାନଙ୍କର କଟର କଟର ଶବ୍ଦକୁ ଉପଭୋଗ କରିବା ସହିତ ଝରଣାର ନିର୍ମଳ ଥଣ୍ଡା ଜଳରେ ଗାଧୋଇବାର ନିଆରା ଅନୁଭୂତି ସମସ୍ତେ ସାଉଁଟି ଥିଲେ। ଝରଣା କୂଳରେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇଥିଲା। ଭୋଜନ ପୂର୍ବରୁ ପରିବେଶ ପ୍ରଦୂଷଣ ରୋକିବା, ପ୍ରଚୁର ଗଛ ଲଗାଇ ଜଙ୍ଗଲ ତିଆରି କରିବା ଓ ବାୟୁ ପ୍ରଦୂଷଣକୁ ବନ୍ଦ କରିବା ପାଇଁ ଶ୍ରେଣୀ ଗୃହରେ ବିଭିନ୍ନ ସଚେତନତା ଶିକ୍ଷା ଦେବା ପାଇଁ ଏକ ରୋଡ୍ ମ୍ଯାପ ତିଆରି କରାଯାଇଥିଲା। ବରକନ୍ଯା ଝରଣାର ଉନ୍ନତି କରଣ ପାଇଁ ସରକାର ପଦକ୍ଷେପ ନେଲେ ଏହା ଏକ ରାଜ୍ଯସ୍ତରୀୟ ପର୍ଯ୍ଯଟନ ସ୍ଥଳୀରେ ପରିଣତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

Related posts