ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ରଙ୍ଗଣୀପାଟଣା ହରିଜନ ସାହିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୋମା ମାରିବାକୁ ଆଣିଥିବା ବ୍ୟକ୍ତି ଅସାବଧାନତା ଯୋଗୁଁ ତଳେପଡି ନିଜ ହାତରେ ବୋମାଟି ଫୁଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଓଡ଼ଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରୁ ତାକୁ ପୁଲିସ ଉଠାଇ ନେଇଛି। ଅନ୍ୟ ଜଣେ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପନ୍ତିଖାରୀ ଶାସନର ଶ୍ବେତପଦ୍ମା ସାହୁ ଓରଫ ଫକୁ(୨୭) ଏବଂ ତାର ଅନ୍ୟ ଜଣେ ସହଯୋଗୀ ମାନସ ସାହୁ ଗତକାଲି ରାତି ୧୧ଟା ସମୟରେ ଦୁହେଁ ରଙ୍ଗଣିପାଟଣାରେ କିଛି କୌଣସି କାଣ୍ତ ଘଟାଇବାକୁ ଆସୁଥିବା ସମୟରେ ଅସାବଧାନତା ହୋଇ ଶ୍ବେତପଦ୍ମା ତଳେପଡି ଯାଇଥିଲେ। ସେ ହାତରେ ଧରିଥିବା ଦୁଇଟି ବୋମାରୁ ଗୋଟିଏ ବୋମା ତଳେ ମାଡ଼ହୋଇ ଫୁଟି ଯାଇଥିଲା। ବୋମା ମାଡ଼ରେ ତାଙ୍କର…
Read MoreCategory: ଓଡ଼ଗାଁ ବ୍ଲକ
ଅଭିଭାବକ, ଶିକ୍ଷକ ବୈଠକ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁରେ ଆଜି ଛାତ୍ର ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦିନ ପରେ କରୋନା ପ୍ରଭାବରେ ବିଦ୍ୟାଳୟ ବନ୍ଦ ଥିଲା। ଗତ ୨୨ତାରିଖ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ଆକଳନ କରାଯାଇଥିଲା। ସେମାନେ କେତେ ଦକ୍ଷତା ହାସଲ କରିଛନ୍ତି ସେ ବିଷୟରେ ସଭିଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟକୁ ଛାତ୍ର ଛାତ୍ରୀମାନେ ନିୟମିତ ଆସିବା, ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ପଟ୍ଟନାୟକ, ସୌଦାମିନୀ ମହାପାତ୍ର ବିଷଦ ଭାବରେ ଆଲୋଚନା କରିଥିଲେ। ପରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାକେଶ କୁମାର ସାହୁଙ୍କ ସହିତ ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ମାସ୍କ ଓ ସାନିଟାଇଜର ବ୍ୟବହାର,…
Read Moreନୟାଗଡ଼ ବିଜେପି ଓ କଂଗ୍ରେସର ଶହ ଶହ କର୍ମୀ ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ବିଜେପି ଓ କଂଗ୍ରେସର ଶହଶହ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି।ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ବିଧାୟକ ଡ.ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଉକ୍ତ ବିରୋଧି ଦଳର ପ୍ରମୁଖ ନେତାମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ନୟାଗଡ଼ ବ୍ଲକର ୬ ଗୋଟି ପଞ୍ଚାୟତର ଶହ ଶହ କର୍ମି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ସମାଜସେବୀ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ସହଧର୍ମିଣୀ ତଥା ନୟାଗଡ଼ ବିଜ୍ଞାପିତ…
Read More“ଜିତିବ ଓଡିଶା”ରେ ନୟାଗଡ଼ର “ଅନନ୍ୟା”
ନୟାଗଡ଼,(ନୟାଗଡ଼ ଦର୍ପଣ): ସମାଜସେବା କ୍ଷେତ୍ରରେ ନୟାଗଡ଼ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଲାଭ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅନନ୍ୟା ଫାଉଣ୍ଡେସନ”ର ସଦସ୍ୟମାନେ ମନୋରଞ୍ଜନ ଧର୍ମୀ ଓଡ଼ିଆ ଚ୍ୟାନେଲର ଲୋକପ୍ରିୟ ଧାରାବାହିକ “ଜିତିବ ଓଡ଼ିଶା”ରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଠାରୁ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ କୋଡିଏ ହଜାର ଟଙ୍କାର ଏକ ମାଈକ୍ରୋଓଭନ୍, ପାଞ୍ଚ ହଜାର ଟଙ୍କାର ଗିଫ୍ଟ ଭାଉଚର୍, ଦଶ ହଜାର ଟଙ୍କାର ଡାକ୍ତରୀ ଚିକିତ୍ସା ପାଇଁ କୁପନ୍ ଏବଂ ଦଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ରାଶନ ସାମଗ୍ରୀ ବିଭିନ୍ନ ଖେଳ ମାଧ୍ୟମରେ ଜିତିଛନ୍ତି। ଏହି ଶୋ ମାଧ୍ୟମରେ ଜିତିଥିବା ସମସ୍ତ ସାମଗ୍ରୀ ଓ ଅର୍ଥ ରାଶି ଅସହାୟ ନିରାଶ୍ରୟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ବୋଲି ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି…
Read Moreନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ନୟାଗଡ ତରଫରୁ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଜାତୀୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ନୟାଗଡ ପକ୍ଷରୁ ନୟାଗଡ ସ୍ଵଂୟଶାସିତ ମହାବିଦ୍ୟାଳୟ ପରିସରରେ ଦେଶ ପ୍ରେମ ଓ ରାଷ୍ଟ୍ରବାଦ୍ ଉପରେ ଜିଲ୍ଲା ସ୍ତରୀୟ ବକୃତା ପ୍ରତିଯୋଗୀତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ ଏଥିରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ବ୍ଲକ ସ୍ତରରେ କୃତକାର୍ଯ୍ୟ ହୋଇଥିବା ୧୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ବିଶ୍ବାଳ, ଡ. ଚିତ୍ତରଞ୍ଜନ ଦାସ (ଡିପିଓ ଜାତୀୟ ସେବା ଯୋଜନା ) ଏବଂ କେଶବ ଚନ୍ଦ୍ର ରାଉତରାୟ ବିଚାରପତିର ଦାୟିତ୍ଵ…
Read Moreଜଳ ଯୋଗାଣ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୌର ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜଳସାଥି ତାଲିମ ଶିବିର ଓ ଗୋଷ୍ଠୀ ଅଂଶ ଗ୍ରହଣକାରୀ ଏବଂ ଜଳ ଯୋଗାଣ ପରିଚାଳନା, ଜଳକର ସଂଗ୍ରହ ସଂପର୍କୀତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର, ବାଲୁଗାଁ, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, ରଣପୁର, ଦଶପଲ୍ଲା ଏବଂ ଓଡ଼ଗାଁ ଏନ.ଏ.ସିର ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଯନ୍ତ୍ରୀ, ଗୋଷ୍ଠି ସଙ୍ଗଠିକା, ସହରୀ ମିଶନ ପରିଚାଳକ ଓ ଜଳସାଥିମାନେ ଯୋଗଦେଇ ସହରରେ ପାନୀୟ ଜଳ ସମସ୍ୟାର ସମାଧାନ ଓ ଆୟ ବୃଦ୍ଧି ଉପରେ ତାଲିମ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରୀକା ପଟ୍ଟନାୟକ ଯୋଗଦେଇ ଶିବିରକୁ ଉଦଘାଟନ କରି ପାନୀୟ ଜଳର ଉପଯୋଗୀତା ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି…
Read Moreଓଡ଼ଗାଁ ପ୍ରଶାସନ ଦ୍ୱାରା ଜବର ଦଖଲ ଉଛେଦ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ତହସିଲ ଅନ୍ତର୍ଗତ ପନ୍ତିଖାରି ପଞ୍ଚାୟତର ପନ୍ତିଖାରି ଗ୍ରାମର ଗୋଚର ଜମିକୁ ସେହି ଗ୍ରାମର କିଛି ବ୍ୟକ୍ତି ବହୁବର୍ଷଧରି ଦଖଲ କରିବା ସହିତ ଗାଇଗୁହାଳ ନିର୍ମାଣକରି ସେଠାରେ ରହି ଆସୁଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦଖଲ କରିଥିବା ଜମି ଛାଡିବାପାଇଁ ନୋଟିସ କରାଯାଇଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରିନଥିଲେ। ତେଣୁ ଆଜି ପ୍ରଶାସନ ପକ୍ଷରୁ ଏହିଜମିକୁ ଉଚ୍ଛେଦ କରାଯାଇଛି। ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ରାଜସ୍ୱ ପରିଦର୍ଶକ ବିରଞ୍ଚି ନାରାୟଣ ମାଝୀ, ଓଡ଼ଗାଁ ରାଜସ୍ୱ ନିରୀକ୍ଷକ ବଳରାମ ସାହୁ, କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡା ପ୍ରମୁଖ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିଲେ । ଶୃଙ୍ଖଳା ରକ୍ଷା ପାଇଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟାୟତଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସହଯୋଗ…
Read Moreଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବ ଜିଲ୍ଲାର ୮୪ଟି ବିଦ୍ୟାଳୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮ଗୋଟି ବ୍ଲକର ୮୪ଟି ବିଦ୍ୟାଳୟ ୫-ଟି ଆଧାରରେ ରୂପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଏନେଇ ଆଜି ନୟାଗଡ଼ ଡିଆରଡିଏ ସୃଜନ ଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସଭାପତିତ୍ୱରେ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଉପସ୍ଥିତ ରହିଥିଲେ। ଫେବୃୟାରୀ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପାଣ୍ଠି, ସ୍କୁଲ ଗୁଡିକୁ ପୁରାତନ ଛାତ୍ରଛାତ୍ରୀ ମାନେ ଦେଇଥିବା ଅନୁଦାନ ରାଶି ଏବଂ ରାଜ୍ୟ ସରକାର ଯୋଗାଇ ଦେଇଥିବା ଅର୍ଥରେ ଯଥାଶୀଘ୍ର ସଠିକ ଭାବରେ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ୮୪ଟି ଯାକ ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ, ସମସ୍ତ ବ୍ଲକର ବିଡିଓ,…
Read Moreକ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପାଇଁ କଂଗ୍ରେସର ଦାବି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷାଯୋଗୁଁ ଜଳମଗ୍ନ ହୋଇଛି ଚାଷଜମି। ଫଳରେ ଜମି ଗୁଡିକରେ ଧାନଗଛ ସବୁ ପାଣିରେ ବୁଡି ରହିଥିବା ବେଳେ ଚାଷୀର ସୁନାର ଫସଲ ଉଜୁଡିଯାଇଛି ଏବଂ ସେହି ମେରୁଦଣ୍ଡ ଭାଙ୍ଗିଯାଇଛି। ଏଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପନେଇ ସଠିକ ମୂଲ୍ୟାଙ୍କନ କରି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ରାଶି କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରିଛି କଂଗ୍ରେସ। ଏନେଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କୁ ଆଜି ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ.ଏ.ସି ସଭାପତି ଜଗନ୍ନାଥ ନାୟକ, ଶ୍ରୀନିବାସ ନାୟକ, ଦେବରାଜ ପାଢ଼ୀ, ରାଧାକାନ୍ତ ମହାପାତ୍ର, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Read Moreଆସନ୍ତା ୧୨ରେ ଓଡ଼ଗାଁରେ ମାଗଣା ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଏନ.ଏସି ପ୍ରଶାସନ ସହାୟତାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଆଗାମୀ ୧୨.୧୨, ୨୦୨୧ ରିଖ ରବିବାର ଦିନ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଏକ ବିଶାଳ ସ୍ବାସ୍ଥ୍ୟ ଓ ସଚେତନତା ଶିବିର ପଇଁ ଆଜି ବ୍ଲକ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ରୋଗୀମାନେ ଆବଶ୍ୟକ ଚିକିତ୍ସା ଏବଂ ଔଷଧ କିଭଳି ପାଇପାରିବେ ତା ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଅଭିଜ୍ଞ ଡ଼ାକ୍ତରମାନେ ଯୋଗଦେଇ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବେ।ସମସ୍ତ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ପ୍ରଥମେ ପଂଜୀକୃତ କରି ଧାଡ଼ିରେ ଆସି ରୋଗୀଙ୍କୁ ଦେଖାଇ…
Read More