ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ କଂଗ୍ରେସର ନୁତନ କମିଟି ଗଠନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କ ଅନୁମୋଦନ କ୍ରମେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି। ଉପସଭାପତି ଭାବେ ବିଭୁତି ଭୁଷଣ ରାଉତ, ବିମଳ କୁମାର ଦାସ, ନବ କିଶୋର ସାହୁ। ସାଧାରଣ ସମ୍ପାଦକ ଭାବେ ରାଧାକାନ୍ତ ମହାପାତ୍ର, ନିଶାନ୍ତ କୁମାର ଦାଶ, ପ୍ରକାଶ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପାଣୁ ଚରଣ ମହାରଣା। ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସୀତାରାମ ଦଳବେହେରା, ଗୋପାଳ କୃଷ୍ଣ ସାହୁ, ସୁଧିର କୁମାର ଦାସ, ମହେଶ୍ଵର ମାର୍ଥା, ଚନ୍ଦନ ବରାଡ, ପ୍ରକାଶ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ନାୟକ। କୋଷାଧ୍ଯକ୍ଷ ଭାବେ ରବିନାରାୟଣ ମହାନ୍ତି । ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବରେ ଶ୍ରୀ ଦେବରାଜ ପାଢୀ, ରମେଶ ଚନ୍ଦ୍ର ମହାପାତ୍ର, ବାଇନାଥ ପ୍ରଧାନ, ଅଗାଧୁ ଚରଣ ସାହୁ, କୈଳାସ ଚନ୍ଦ୍ର ବାରିକ, ଦିନବନ୍ଧୁ ସାହୁ, ବାବାଜୀ ଚରଣ ମୁଦୁଲି । ଓଡ଼ଗାଁ ବ୍ଳକର ବିଭିନ୍ନ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ମାନଙ୍କୁ ନେଇ ଏହି ନୂତନ କମିଟି ଗଠନ କରାଯାଇଛି। ଏହି କମିଟିକୁ ଅନୁମୋଦନ ମିଳିଥିବାରୁ AlCC ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି, ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ର ଡଃ. ଏ. ଚେଲା କୁମାର, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କୁ ଓଡଗାଁ ବ୍ଳକ କଂଗ୍ରେସ ପକ୍ଷରୁ ଶୁଭେଛା ଜଣାଯାଇଛି।
Related posts
-
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ... -
ଖବର କାଗଜ ବିତରକ କଲ୍ୟାଣ ଟ୍ରଷ୍ଟ କାର୍ଯ୍ୟାଳୟ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ସଦର ମହକୁମା ରେ କାର୍ଯ୍ୟରତ ୩୫ଜଣ ଖବର କାଗଜ ବିତରକମାନଙ୍କୁ ନେଇ ଖବର କାଗଜ ବିତରକ... -
ରୋଟାରୀ କ୍ଳବରେ ପାଳିତ ହେଲା ୭୬ ତମ ସାଧାରଣ ତନ୍ତ୍ର ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା...