ଛାତ୍ରଙ୍କ ଉତ୍ତରରେ ଖୁସି ହୋଇ ପ୍ରଦାନ କଲେ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ

ନୟାଗଡ଼,(ନୟାଗଡ଼ ଦର୍ପଣ): 5T ଆଧାରରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକର ସମୀକ୍ଷା କରିବାକୁ ଯାଇ 5T ସଚିବ ଭି. କେ ପାଣ୍ଡିଆନଙ୍କ ଦ୍ୱାରା ଗତକାଲି ଭର୍ଚୁଆଲ ମୋଡ଼ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଗୋପାଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭ୍ରଶାଶ୍ୱତ ମାଝୀଙ୍କୁ 5T ସଚିବ ପଚାରିଥିଲେ ତୁମେ ଭବିଷ୍ୟତରେ କ’ଣ ହେବ? ଉତ୍ତରରେ ଛାତ୍ର ଜଣଙ୍କ ପାଇଲଟ ହେବି ବୋଲି କହିଥିଲେ। ସଚିବ ପୁଣି ପ୍ରଶ୍ନ କରିଥିଲେ ଦେଶରେ ଜଣେ ଭଲ ପାଇଲଟଙ୍କ ନାମ କୁହ? ଉତ୍ତରରେ ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ନାମ କହିଥିଲେ। ବାସ ଏତିକିରେ ତା’ପରଦିନ ଅର୍ଥାତ ଆଜି ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ପୁସ୍ତକ “The TALL MAN”କୁ ଜିଲ୍ଲାପାଳଙ୍କ ନିକଟକୁ ସଚିବ ଶ୍ରୀଯୁକ୍ତ ପାଣ୍ଡିଆନ ପଠାଇଛନ୍ତି ସେହି ଛାତ୍ରଙ୍କୁ ପ୍ରଦାନ କରିବା ପାଇଁ। ଆଜି ଜିଲ୍ଲାପାଳ ଡା. ପୋମା ଟୁଡୁ ଶୁଭ୍ର ଶାଶ୍ୱତଙ୍କୁ ଡାକି ସେହି ସାହସୀ ପାଇଲଟ, ଝଡ଼ର ଇଗଲ ବିଜୁ ପଟ୍ଟନାୟକଙ୍କ ପୁସ୍ତକକୁ ଅର୍ପଣ କରି ଶୁଭେଚ୍ଛା ଜଣାଇଛନ୍ତି।

Related posts