ଛେଳି ଚୋରୀକରି ଦୁଇ ଯୁବକ ଗିରଫ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ପୁଲିସ ଦ୍ୱାରା ଛେଳି ଚୋରି କରି ଦୁଇଜଣ ଯୁବକ ଗିରଫ ହୋଇଛନ୍ତି । ଦୁଇଜଣ ଯାକ ଲୁଟେରା ହେଲେ ନୟାଗଡ଼ ବ୍ଳକ ନୂଆ ଜୟପୁରର ସନ୍ତୋଷ କୁମାର ସେଠୀ ଓ ଭାଟସାହି ଗ୍ରାମର ପୁର୍ଣ୍ଣଚନ୍ଦ୍ର ବରାଡ଼ । ଗତ ୧୦ ତାରିଖ ଦିନ ନୁଆଗାଁ ଥାନା ଅଭୟପୁର ଗ୍ରାମର ତପନ ବେହେରା ଛେଳି ଗୋଠ ନେଇ ଯାଉଥିବା ବେଳେ ଗୋଟିଏ ଛେଳି ଗୋଠରୁ ରହିଯାଇଥିଲା । ଏହାର ସୁଯୋଗ ନେଇ ସନ୍ତୋଷ ଓ ପୁର୍ଣ୍ଣଚନ୍ଦ୍ର ୟାମା ଫେଜର ଗାଡ଼ିରେ ଛେଳିଟିକୁ ଉଠାଇ ନେଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ଦେଖିବା ସହ ଗାଡ଼ିଟିର ନମ୍ବର ଜାଣିଥିଲେ। ଏ ନେଇ ତପନ ବେହେରା ନୁଆଗାଁ ଥାନାରେ ଏତେଲା ଦେଇଥିଲେ । ନୁଆଗାଁ ପୁଲିସ ପକ୍ଷରୁ ୧୬୦/୨୦୨୧ରେ ଏକ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିଲେ । ଉଭୟ ସନ୍ତୋଷ ଓ ପୁର୍ଣ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥି ସହିତ ଚୋରିର ସମ୍ପୃକ୍ତି ୟାମାହା ଫେଜର ଗାଡ଼ି ନଂ-ଓଡି୨୫ଇ୩୯୦୭ ଗାଡ଼ିକୁ ପୁଲିସ ଜବତ କରିଛି ।

Related posts