“ସୋହମ” ପରିସରରେ ଶୋକସଭା ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): “ସୋହମ” ସଂଗଠନ କାର୍ଯ୍ୟାଳୟ ଠାରେ ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଓ ବୈଜ୍ଞାନିକ ପଦ୍ମଭୂଷଣ ଡଃ. ତ୍ରିଲୋଚନ ପ୍ରଧାନ, ପଦ୍ମଶ୍ରୀ ନନ୍ଦ ସାର୍ ଓ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ପ୍ରଥମେ ସମସ୍ତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ନନ୍ଦ ସାରଙ୍କ ଶିକ୍ଷା ପ୍ରତି ଅବଦାନ ଓ ସହିଦ ମାନଙ୍କ ବୀର ଗାଥାର ସ୍ମୃତି ଚାରଣ କରିଥିଲେ । ତତ୍ପରେ ସଂଗଠନ ର ସଂପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନଙ୍କ ପଦାର୍ଥ ବିଜ୍ଞାନରେ କୃତି ଓ ପରିଚୟ, ପଦ୍ମଶ୍ରୀ ନନ୍ଦ ସାରଙ୍କୁ ନୂତନ ଚାଟଶାଳୀ ଶିକ୍ଷାର ପୁରୋଧା ଓ ଜେନେରାଲ ବିପିନ ରାୱତଙ୍କୁ ଭାରତର ବିଶିଷ୍ଟ ସେନାପତି ରୂପେ ବର୍ଣ୍ଣନା କରି ସେମାନଙ୍କର ଯଶ ଗାନ କରିବା ସହିତ ସଭାର ସଂଯୋଜନା କରିଥିଲେ l ଏଥିରେ ସଂଗଠନର ସଦସ୍ୟ ରଘୁନାଥ ଦାଶ, ଗତିକୃଷ୍ଣ ପ୍ରଧାନ, ନରେନ୍ଦ୍ର କୁମାର ବେହେରାଙ୍କ ସମେତ ସ୍ବେଛାସେବୀ ଚରଣ ଗୁରୁ, ପ୍ରକାଶ କୁମାର ନାୟକ, ରବୀନ୍ଦ୍ର କୁମାର ନାୟକ, ବାପିନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts