ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଝିଅ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦବୀରେ ଆନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅମାନୁଷିକ ଆକ୍ରମଣ, କଂଗ୍ରେସ ଭବନ ଭିତରେ ପୋଲିସ ଜୋର ଜବରଦସ୍ତ ପଶି କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଚାରିଘଣ୍ଟା ଧରି ଘେରାଓ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଓଡିଶା ପୋଲିସ ଶାଳୀନତା କର୍ତ୍ତବ୍ୟବୋଧତାର ସବୁ ସୀମା ଲଂଘନ କରି ବିଜେଡ଼ି ସରକାରର ବୋଲକରା ସାଜି ଗୁଣ୍ଡାରାଜ କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯାଇ ପୋଲିସ କମିଶନରଙ୍କ ନିଲମ୍ବନ ଦାବୀ ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଉପରେ ଗୁରୁତ୍ୱ ଆରୋପ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ପିସିସି ସମ୍ପାଦକ ହୁସେନ ଖାଁ, ଯୁବ INTUC ସଭାପତି ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ଫକୀର ଚରଣ ମଲ୍ଲ, ଅଶୋକ ନାୟକ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ସୁକାନ୍ତ ଶତପଥୀ, କାଶୀନାଥ ମଲ୍ଲିକ, ଅମଜାଦ ଖାଁ, ଭଗବାନ ମଲ୍ଲିକ, ଜୟକୃଷ୍ଣ ଦଳବେହେରା, ବାଙ୍କବିହାରୀ ଧଳ, ବୁଲୁ ପରିଡା, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମୀର ଆବୁବକର ସିଦ୍ଧିକ, ଯୁବନେତା ଚିତ୍ତରଞ୍ଜନ ମହାଳିକ, ଗୋପାଳ ମହାପାତ୍ର, ଶ୍ରମିକ ନେତା ଆଲୋକ ପ୍ରଧାନପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲାରେ ବହୁଳ ମାତ୍ରାରେ ବ୍ୟାପୁଥିବା କଙ୍ଗାରୁ କୋର୍ଟକୁ ବନ୍ଦ କରିବା ପାଇଁ ପୋଲିସ ପ୍ରଶାସନର ଅସହାୟତାକୁ ଜିଲ୍ଲା କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ଯଦି ଆଗାମୀ ଦିନରେ କଙ୍ଗାରୁ କୋର୍ଟ ଦ୍ୱାରା ସାଧାରଣ ଜନତାଙ୍କୁ ନିର୍ଯ୍ୟାତନା ଦିଆଯାଏ ତେବେ କଂଗ୍ରେସ ଆଇନଅମାନ୍ୟ ଆନ୍ଦୋଳନ କରିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ପଞ୍ଚୁପାଣ୍ଡବ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ସାନ ବଡ଼ ଘୁଡୁକା ଲୋକନୃତ୍ୟ ଏବଂ ନୂଆଗାଁ ବନ୍ଦନା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୫ର... -
ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା
February 3, 2025 Jajati Comments Off on ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ...