ଓଡ଼ିଶାର ନୂତନ ଡିଜିପଙ୍କ ନାମ ଘୋଷଣା

ଭୁବନେଶ୍ବର,(ନୟାଗଡ଼ ଦର୍ପଣ): ଓଡିଶାର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀ ଜଣଙ୍କୁ ନିଯୁକ୍ତ କରିଛନ୍ତି। ସେ ହେଉଛନ୍ତି ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲ। ସେ ବର୍ତ୍ତମାନ ଆଇବିର ନିର୍ଦ୍ଦେଶକ ଅଛନ୍ତି। ବିଧବଧ ଭାବେ ତାଙ୍କ ନାମକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ସେ ନୂଆ ବର୍ଷରେ ନୂଆ ଡିଜିପି ଦ୍ବାୟିତ୍ବ ଗ୍ରହଣ କରିବେ। ଚଳିତ ଡିସେମ୍ବରରେ ଶେଷରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ସେଥିପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ତରଫରୁ 14 ଜଣିଆ ନାମ ପଠାଯାଇଥିଲା। ଏଥିରେ କେନ୍ଦ୍ର ସରକାର ତିନିଜଣଙ୍କ ନାମ ମନୋନିତ କରି ପଠାଇଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ସୁନୀଲ ବଂଶଲ ନାମକୁ ନୂଆ ଡିଜିପି ଭାବେ ଘୋଷଣା କରିଛନ୍ତି।

Related posts