+୩ରେ ଯୋଡ଼ିହେଲା ନୈତିକ ଶିକ୍ଷା ପାଠ୍ୟକ୍ରମ, ବହିକୁ ଉନ୍ମୋଚନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ

ନୟାଗଡ଼(ନୟାଗଡ଼ ଦର୍ପଣ): ସ୍ନାତକରେ ଯୋଡ଼ିହେଲା ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ତିନିରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଛି । ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୈତିକତା ଓ ମୂଲ୍ୟବୋଧ’ ବହି ପ୍ରସ୍ତୁତ ହେଉଛି । ପରିଷଦ କାର୍ଯ୍ୟାଳୟରେ ବହିକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ବହିର ଭିଡିଓ ଲେକ୍ଟର ସହ ପରିଷଦ ୱେବସାଇଟରେ ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ୍ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କର ପରୀକ୍ଷା ହେବ ବୋଲି ସେ କହିଛନ୍ତି।

Related posts