ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ବିଜୁମହାତବ ସ୍ବେଚ୍ଛାସେବୀ ସଂଗଠନ ତରଫରୁ କଳା, ସାହିତ୍ୟ, ସଂସ୍କୃତି ସମ୍ବର୍ଦ୍ଧନା ଉତ୍ସବ ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ନୟାଗଡ଼ ଶାଖା ସଦସ୍ୟ ଅଶୋକ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଇଟାମାଟି ଅଞ୍ଚଳର ପ୍ରାୟ ୨୦୦ଜଣ ସାହିତ୍ୟ, କଳା ସଂସ୍କୃତି ସହ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଶରତ କୁମାର ସାହୁ, ଶ୍ରବଣ ରାମ, କିଶୋର ନାୟକ, କବି ଗୋଦାବରୀଶ ମିଶ୍ର ପ୍ରମୁଖ ସନମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଇଟାମାଟିର ପୂର୍ବତନ ପୋଲିସ ଇନିସ୍ପେକ୍ଟର ତଥା କବି ସରୋଜ କୁମାର ସାହୁ ନିଜେ ଲେଖିଥିବା କବିତା ଇଟାମାଟି ସାଂସ୍କୃତିକ ବୈଭବ ଏବଂ ଏ ଅଞ୍ଚଳ ର ମଣିଷ ମାନଙ୍କ ଆତିଥେୟତା କୁ ପ୍ରକାଶ କରି କବିତା ଆବୃତ୍ତି କରିଥିଲେ। ଇଟାମାଟି ସରପଞ୍ଚ ଶ୍ରୀମତୀ ସୋନାଲିକା ମନ୍ଥନଙ୍କ ସୌଜନ୍ୟରେ ଅନୁଷ୍ଠିତ ଏ ଉତ୍ସବକୁ ‘ନିକୁଲ’ର ସମ୍ପାଦକ ଦିଲ୍ଲୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ପରିଶେଷରେ ସମାଜସେବୀ ଭାଗିରଥି ବାଇ ଧନ୍ୟବାଦ ଅର୍ପଣ କରିଥିଲେ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ...