ପାହାଡ଼ ଉପରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ବ୍ରଜକୋଟ ପଞ୍ଚାୟତ ଅଧିନରେ ଥିବା ଶ୍ରୀକୃଷ୍ଣପୁର ଗ୍ରାମ ନିକଟରେ ଥିବା ପାହାଡରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର ପଡିଥିଲା । ମୃତ ଶରୀରଟି ପଚିଯାଇଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଥିଲା । ସ୍ଥାନୀୟ ଲୋକେ ଶବଟିକୁ ଦେଖି ରଣପୁର ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ରଣପୁର ପୁଲିସ୍ ପହଞ୍ଚି ପଚିଯାଇଥିବା ମୃତ ଶରୀରର ପଚିଚୟ ବିଷୟରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲା । ଯାହାଫଳରେ ପୁଲିସ୍ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀରକୁ ଉଦ୍ଧାର କରି ରଣପୁର ଥାନାରେ କେସ୍ ନଂ-୦୩/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୩/୪ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା…

Read More

ଜିଲ୍ଲାର କେଉଁ କେଉଁ ପଞ୍ଚାୟତରେ ଅପ୍ରତିଦ୍ବନ୍ଦୀ ହେଲେ ସରପଞ୍ଚ, ସମିତି ଓ ୱାର୍ଡ ସଭ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀମାନେ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଛନ୍ତି । ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ସାହାଣୀ, ସମତିସଭ୍ୟ ପ୍ରାର୍ଥୀନୀ ହରପ୍ରିୟା ଦାଶ ବିଜୟୀ ହୋଇଛନ୍ତି । ଏହି ପଞ୍ଚାୟତର ପ୍ରତ୍ୟେକ ସଭ୍ୟ ମଧ୍ୟ ଅପ୍ରତିଦ୍ବନ୍ଦୀବିଜୟୀ ହୋଇଥିବା ସୂଚନା ମିଳିଛି । ଓଡ଼ଗାଁ ବ୍ଳକ ବାଣ୍ଠପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ପ୍ରଧାନ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିବାରୁ ସୁନୀତା ବାରିକ ନିଦ୍ୱନ୍ଦରେ ସରପଞ୍ଚ ପଦବୀକୁ ନିର୍ବାଚିତ ହୋଇଥିଲେ । ସେହିଭଳି ଭାବେ ସମିତିସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ମମତା ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସସ୍ମିତା ଦଳବେହେରା ନିର୍ବାଚିତ ହୋଇଥିବା ବେଳେ ସମସ୍ତ ୧୫ ୱାର୍ଡ଼ସଭ୍ୟ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି ।…

Read More

ନୟାଗଡ଼ ଜିଲ୍ଲା ନିମନ୍ତେ ନିଯୁକ୍ତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ବେହେରା ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନୟାଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ ଆଜି ପୂର୍ବାହ୍ନରେ ନୟାଗଡ଼ରେ ପହଁଚି ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ସହିତ ନିର୍ବାଚନ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିଲେ । ପରେ ପରେ ସେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟଙ୍କ ସହିତ ଓଡ଼ଗାଁ ବ୍ଲକକୁ ଗସ୍ତ କରି ବ୍ଲକ କାର୍ଯ୍ୟାଳୟ ଏବଂ ରଙ୍ଗଣିପାଟଣା ପଂଚାୟତରେ ପ୍ରାର୍ଥୀପତ୍ର ଦାଖଲ ତଦାରଖ କରିଥିଲେ । ଅପରାହ୍ନରେ ନୟାଗଡ଼ ବ୍ଲକ ଗସ୍ତ କରି ବ୍ଲକ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ତଦାରଖ କରିଥିଲେ ଏବଂ ପରେ ପରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଳ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ…

Read More

ଅନ୍ତିମ ଦିବସରେ ଜିଲ୍ଲାରେ ୩୦୯୯ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପଞ୍ଚମ ଦିନରେ ୩୦୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରେ ୨୧୮୮ ଜଣ ୱାର୍ଡ଼ ସଭ୍ୟ, ୪୪୭ ଜଣ ସରପଞ୍ଚ, ୩୯୧ ଜଣ ସମିତି ସଭ୍ୟ ଓ ୭୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୪୮୦ ଜଣ ୱାର୍ଡ଼ସଭ୍ୟ ୮୩ ସରପଞ୍ଚ ପ୍ରାର୍ଥୀ ଏବଂ ୭୬ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୮୮ ୱାର୍ଡ଼ସଭ୍ୟ, ୩୫ ଜଣ ସରପଞ୍ଚ, ୫୧ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୧୯୧ ୱାର୍ଡ଼ ସଭ୍ୟ, ୩୯ ଜଣ ସରପଞ୍ଚ, ୩୬ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୮୪ ଜଣ ୱାର୍ଡ଼ସଭ୍ୟ, ୨୯…

Read More

ଚତୁର୍ଥ ଦିବସରେ ଜିଲ୍ଲାରେ ୧୨୯୫ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ନୟାଗଡ଼,(ନୟାଗଡ ଦର୍ପଣ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନୟାଗଡ଼ ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ୧୨୯୫ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜିଲ୍ଲାରେ ୧୦୩୪ ଜଣ ୱାର୍ଡ଼ ସଭ୍ୟ, ୧୨୧ ଜଣ ସରପଞ୍ଚ, ୧୨୩ ଜଣ ସମିତି ସଭ୍ୟ ଓ ୧୭ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୧୭୧ ଜଣ ୱାର୍ଡ଼ସଭ୍ୟ ୧୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୨ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୧୮ ୱାର୍ଡ଼ସଭ୍ୟ, ୧୧ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୭୮ ୱାର୍ଡ଼ ସଭ୍ୟ, ୨୨ ଜଣ ସରପଞ୍ଚ, ୧୧ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ…

Read More

ତୃତୀୟ ଦିନରେ ୨୦୬୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ତୃତୀୟ ଦିନରେ ୨୦୬୮ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାରେ ୧୫୦୯ ଜଣ ୱାର୍ଡ ସଭ୍ୟ, ୩୦୬ ଜଣ ସରପଞ୍ଚ, ୨୩୮ ଜଣ ସମିତି ସଭ୍ୟ ଓ ୧୫ ଜଣ ଜିଲ୍ଲା ପରିଷଦ ପାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ୧୩୭ ଜଣ ୱାର୍ଡ଼ସଭ୍ୟ ୨୭ ସରପଞ୍ଚ ପ୍ରାର୍ଥୀ ଏବଂ ୧୫ ଜଣ ସମିତି ସଭ୍ୟପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନୂଆଗାଁ ବ୍ଲକରେ ୧୬୨ ୱାର୍ଡ଼ସଭ୍ୟ, ୩୩ ଜଣ ସରପଞ୍ଚ ପାର୍ଥୀ, ୨୨ ସମିତିସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୯୭ ୱାର୍ଡ଼ ସଭ୍ୟ, ୩୮ ଜଣ ସରପଞ୍ଚ, ୩୯ ଜଣ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ଗଣିଆ ବ୍ଲକରେ ୫୨ ଜଣ ୱାର୍ଡ଼ସଭ୍ୟ, ୭ ସରପଞ୍ଚ…

Read More

୨ୟ ଦିନରେ ପାର୍ଥୀପତ୍ର ଦାଖଲ କଲେ ୩୬ ଜଣ ସରପଞ୍ଚ, ୩୧ ଜଣ ସମିତିସଭ୍ୟ ଏବଂ ୪୬୩ ଜଣ ୱାର୍ଡ଼ ସଭ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିବାର ୨ୟ ଦିନରେ ଆଜି ନୟାଗଡ଼ ଜିଲ୍ଲାର ୩୬ ଜଣ ସରପଞ୍ଚ, ୩୧ ଜଣ ସମିତି ସଭ୍ୟ ଏବଂ ୪୬୩ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ନୟାଗଡ଼ ବ୍ଲକରେ ୨୩ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ଜଣେ ସରପଞ୍ଚ ପାର୍ଥୀ ଏବଂ ୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ନୂଆଗାଁ ବ୍ଲକରେ ୫୩ ଜଣ ୱାର୍ଡ଼ସଭ୍ୟ, ୨ ଜଣ ସରପଞ୍ଚ ପାର୍ଥୀ, ଜଣେ ସମିତି ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଶପଲ୍ଲା ବ୍ଲକରେ ୩୮ ୱାର୍ଡ଼ ସଭ୍ୟ, ୯ ଜଣ ସରପଞ୍ଚ, ୧୩ ଜଣ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଗଣିଆ ବ୍ଲକରେ ୨୦ ଜଣ…

Read More

ଖବର କାଗଜ ବିତରକ ସଂଘର ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ବିଜୁ ଶ୍ରମିକ ସାମୁଖ୍ୟ ସହ ବନ୍ଧିତ ନୟାଗଡ଼ ଜିଲ୍ଲା ଖବର କାଗଜ ବିତରକ ସଂଘର ବୈଠକ ନୟାଗଡ଼ ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କାଶୀନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ସଂଗଠନ ଦ୍ୱାରା ବିତରକମାନଙ୍କର କିପରି ସୁବିଧା ହେଉଛି ତାହା ବର୍ଣ୍ଣନା କରିଥିଲେ । କରୋନା ସହାୟତା ପ୍ରଦାନ କରିବା ସହ ପରିଚୟପତ୍ର ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ବୈଠକରେ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଯେଉଁ ବିତରକମାନେ କୋଭିଡ ସହାୟତା ରାଶି ଓ ପରିଚୟ ପତ୍ର ପାଇନାହାନ୍ତି ଜିଲ୍ଲା ସୂଚନା ଅଧିକାରୀ ଓ ଶ୍ରମ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ବୈଠକରେ…

Read More

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ

ନୟାଗଡ଼,(ନଯାଗଡ ଦର୍ପଣ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜିଠାରୁ ନୟାଗଡ଼ ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ନୟାଗଡ ଜିଲ୍ଲାରେ ଆଜି ୨ ଜଣ ଜିଲ୍ଲା ପରିଷଦ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨୧୯ ଜଣ ୱାର୍ଡ଼ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣା ପଡିଛି । ନୟାଗଡ଼ ବ୍ଲକରେ ସର୍ବାଧିକ ୨୨ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବା ବେଳେ ନୂଆଗାଁ ବ୍ଲକରେ ୨୧ ଜଣ ୱାର୍ଡ଼ ସଭ୍ୟ, ୨ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଭାବେ ଦଶପଲ୍ଲା ବ୍ଲକରେ ୧୬ ୱାର୍ଡ଼ ସଭ୍ୟ, ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୮ ଜଣ ୱାର୍ଡ଼ ସଭ୍ୟ…

Read More

ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଡା. ପୋମା ଟୁଡୁ

ନୟାଗଡ଼ ଜିଲ୍ଲାରେ କୋଭିଡ୍ କଲସେଂଟର ପୁନଃ କାର୍ଯ୍ୟକ୍ଷମ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଆଜି ମଧ୍ୟାହ୍ନ ୧୨ଘଟିକା ସମୟରେ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଜିଲ୍ଲାର କୋଭିଡ୍ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମସ୍ତ ବ୍ଲକର କୋଡ଼ିଡ୍ ନୋଡାଲ ଅଧିକାରୀମାନେ ଯୋଗଦାନ କରିଥିଲେ । ଆଜି ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଡ଼ିଡ୍ କଲସେଂଟର ପୁନଃକାର୍ଯ୍ୟକ୍ଷମ ହୋଇଅଛି । ଏହା ଦ୍ୱାରା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କର ସ୍ଥିତି ସଂପର୍କରେ କାର୍ଯ୍ୟରେ ଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ କଲସେଂଟରରୁ ପଚାରି ବୁଝିବାରେ ସହଜ ହେବ।

Read More