ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଟଙ୍କା ଦେବା ପାଇଁ ଡ. ସାହୁ ଏକ ସାଧାରଣ ସଭାରେ ଘୋଷଣା କରିଥିଲେ ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜା ରାଜୁଡ଼ା ସମୟରୁ ପ୍ରଦତ୍ତ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇ ପ୍ରଭୁଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ଜଗନ୍ନାଥ ସୁନାବେଶରେ ଦୁର୍ଲଭ ଦର୍ଶନ ଦେଇଥାନ୍ତି । ଦୀର୍ଘ ବର୍ଷର ଅଳଙ୍କାର ଉପରୁ ସୁନା ପ୍ରଲେପ ଛାଡ଼ିଯିବାରୁ ଗତ ତିନି ବର୍ଷ ଧରି ଠାକୁର ସୁନାବେଶ ହୋଇପାରୁ ନାହାନ୍ତି । ପ୍ରତ୍ୟେକ ବର୍ଷ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏ ସଂକ୍ରାନ୍ତିରେ ପ୍ରବଳ ହୋହାଲ୍ଲା ହୋଇଥିଲେ ହେଁ ଭକ୍ତଙ୍କ ଭାବାବେଗକୁ ଦେବୋତ୍ତର ବିଭାଗ ଅର୍ଥ ଅଭାବର ଆଳ ଦେଖାଇ ଦିନ ଗଡେଇ ଚାଲୁଥିଲେ । ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପ୍ରସ୍ତୁତି ବୈଠକରେ ଉପସ୍ଥିତ ଜଗନ୍ନାଥ ପ୍ରେମୀ ସଭ୍ୟମାନେ ତୁରନ୍ତ ଅଳଙ୍କାର ମରାମତି…
Read MoreCategory: ନୟାଗଡ଼ ବ୍ଲକ
ଦଶପଲ୍ଲାରୁ ଭୁବନେଶ୍ୱର ଆଜି ଗଡ଼ିବ ଏକ ସ୍ପେଶାଲ ମେମୁ ଟ୍ରେନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ନୂତନ ପାସେଞ୍ଜର ମେମୁ ଟ୍ରେନ ଦଶପଲ୍ଲାରୁ ଭୁବନେଶ୍ୱର ଚଳାଚଳ କରିବ। ମାନନୀୟ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ନୂଆ ମୁଖ୍ୟ ମନ୍ତ୍ରୀଙ୍କ ଶପଥ ସମାରୋହ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦଶପଲ୍ଲାରୁ ଏହି ଟ୍ରେନର ବ୍ୟବସ୍ଥା କରାଯାଇଛି । ଟ୍ରେନ ନଂ-୦୮୪୪୯ ଟ୍ରେନ ସକାଳ ୯ଟା ୪୫ରୁ ଛାଡ଼ିବ ଓ ଭୁବନେଶ୍ୱରରେ ମଧ୍ୟାହ୍ନ ୧ଟା ୧୫ରେ ପହଞ୍ଚିବ। ପୁନର୍ବାର ଏହି ଟ୍ରେନ ନଂ-୦୮୪୫୦ ଭୁବନେଶ୍ୱରରୁ ରାତ୍ର ୯ଟା ରେ ଛାଡ଼ି ଦଶପଲ୍ଲାରେ ୧୧ଟା ୪୫ରେ ପହଞ୍ଚିବ।
Read Moreଭଞ୍ଜ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
ନୟାଗଡ଼(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବରଙ୍କ ପୀଠରେ ଭଞ୍ଜ ଜୟନ୍ତୀ ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଗତବର୍ଷ ଭଞ୍ଜ ଜୟନ୍ତୀ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଏହାର ସାଫଲ୍ୟତା ନେଇ ସଭା ଖୁସି ପ୍ରକଟ କରିଥିଲା।ତେବେ ଜୟନ୍ତୀ ଉତ୍ସବକୁ ଅଧିକ ଉତ୍ସବ ମୂଖର ତଥା ଭଞ୍ଜଙ୍କ ଏହି ଅନାଲୋଚିତ ସାଧନାର ପୀଠକୁ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଚଳିତ ଭଞ୍ଜ ଜୟନ୍ତୀ ଉତ୍ସବ ଆସନ୍ତା ଜୁନ ୧୦ ତାରିଖରେ ପାଳନ କରାଯିବା ସହ ଉତ୍ସବକୁ…
Read Moreବାହାରିଲା ମାଟ୍ରିକ ଫଳ, ଜିଲ୍ଲାରେ ଦ୍ବିତୀୟ ଟପ୍ପର ସହ ନୟାଗଡ଼ ବ୍ଲକ ଟପ୍ପର ହେଲେ ସୌମ୍ୟା
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରକାଶ ପାଇଛି ମାଟ୍ରିକ ଫଳ। ଚଳିତ ବର୍ଷ ଫଳାଫଳରେ ନୟାଗଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସୌମ୍ଯା ସୁରଭି ମିଶ୍ର ୫୬୧ ନମ୍ବର ରଖି ଏ -୧ ଗ୍ରେଡ ହାସଲ କରିବା ସହ ଜିଲ୍ଲାରେ ଦ୍ବିତୀୟ ଏବଂ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଡିଆଁପଡା ଗ୍ରାମର ବିଜୟ କୁମାର ମିଶ୍ର ଓ ବେବିନା ମିଶ୍ରଙ୍କ ସୁପୁତ୍ରୀ ଅଟନ୍ତି। ନିଜ ସଫଳତାର ଶ୍ରେୟ ସେ ନିଜ ବାପା, ମା ଏବଂ ବିଦ୍ଯାଳୟର ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଦାନ କରିଛନ୍ତି। ନିଜ ପରିଶ୍ରମ ମୁତାବକ ଫଳ ପାଇ ଖୁସି ହେବା ସହିତ ଭବିଷ୍ଯତରେ ଡାକ୍ତରୀ ପଢିବାକୁ ଇଛା ରଖିଛନ୍ତି ସୌମ୍ଯା।
Read Moreଯୁକ୍ତ ଦୁଇ କଳାରେ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରୀ ଅନନ୍ୟା ମୈତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ନୟାଗଡ ବ୍ଲକ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟରର ଛାତ୍ରୀ ଅନନ୍ୟା ମୈତ୍ରୀ ୫୪୫ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଅନନ୍ୟା ଇଟାମାଟିର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ମହାବୀର କୋଚିଂ ସେଣ୍ଟରରେ ପଢୁଥିଲେ। ସେହିପରି ଏହି ଅନୁଷ୍ଠାନର କୋଚିଂ ନେଉଥିବା ଲିପିନା ସାହୁ ୫୦୩ ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଇତିସ୍ମିତା ସାହୁ ୪୮୮ମାର୍କ ରଖି ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅନୁଷ୍ଠାନର ଗର୍ବ ଓ ଗୌରବ ବଢ଼ାଇଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବୀର କୋଚିଂ ସେଣ୍ଟରର ଚେୟାରମ୍ୟାନ ମଞ୍ଜୁବାଳା ସିଂ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Read More+୨ ବିଜ୍ଞାନରେ ବିକ୍ରମ ହେଲେ ଜିଲ୍ଲା ଟପ୍ପର
ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁକ୍ତ ଦୁଇ କଳା ବାଣିଜ୍ୟ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ବିକ୍ରମ କେଶରୀ ମିଶ୍ର, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୫୪ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। A1ଗ୍ରେଡ ପାଇ ସଫଳତା ହାସଲ କରିଛନ୍ତି। ବିକ୍ରମଙ୍କ ବାପା ମାଆ ଶିକ୍ଷକ, ଶିକ୍ଷୟତ୍ରୀ ହୋଇଥିବା ବେଳେ ପାଠ ପଢ଼ାରେ ସେମାନଙ୍କ ପ୍ରେରଣା ପାଇ ପରୀକ୍ଷାରେ ସଫଳତା ମିଳିଥିବା ବିକ୍ରମ କହିଛନ୍ତି। ନୟାଗଡ଼ ଜିଲ୍ଲା ସ୍ବୟଂଶାସିତ ମହାବିଦ୍ୟାଳୟରେ ବିକ୍ରମ ପାଠ ପଢ଼ୁଥିବା ବେଳେ ଘରୋଇ କୋଚିଙ୍ଗ ସେଣ୍ଟର ଅକ୍ସଫୋର୍ଡ଼ରେ କୋଚିଂ ନେଉଥିଲେ। ବିକ୍ରମ ଗତ ମାଟ୍ରିକରେ ୫୭୨ନମ୍ୱର ରଖି A1 ଗ୍ରେଡରେ ପାସ କରିଥିଲେ। ନୟାଗଡ଼ ବ୍ଲକ ହରିହରପୁର ଗ୍ରାମରେ ବିକ୍ରମଙ୍କ ବାପା ମାଆ ରହୁଥିବା ବେଳେ ନିଜ ଗାଁ ମାନ୍ଧାତାପୁର ବୋଲି ଜଣାପଡ଼ିଛି।…
Read Moreଶତପ୍ରତିଶତ ରେଜଲ୍ଟ କରି ନୟାଗଡ଼ ପାଢ଼ି ଟ୍ୟୁଟରିଆଲର ସଫଳତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଗୋଟିଏ ଦିନରେ ଏକା ଥରକେ ପ୍ରକାଶ ପାଇଲା ମ୍ୟାଟ୍ରିକ, +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ । ଏଥିରେ ନୟାଗଡ଼ର ସର୍ବ ପୁରାତନ ଅନୁଷ୍ଠାନପାଢ଼ି ଟ୍ୟୁଟରିଆଲର ଛାତ୍ରଛାତ୍ରୀମାନେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୬ ଜଣ ଏ-୧ (୯୦% ରୁ ଅଧିକ) ମାର୍କ ରଖୁଛନ୍ତି । ୫୦୦ ବା ତାଠାରୁ ଅଧିକ ବର୍ଗରେ ୩୭ ଜଣ ଏବଂ ୮୦% ରୁ ଅଧିକ ବର୍ଗରେ ୬୧ ଜଣ ରହିଛନ୍ତି । ଏହି ସଫଳତା ପାଇଁ ନୟାଗଡ଼ ପାଢ଼ୀ ଟ୍ୟୁଟୋରିଆଲରେ ଖୁସିର ଲହରୀ ଖେଳି ଯାଇଛି । ବିଜିତେନ୍ଦ୍ରିୟ ଦାସ ଏବଂ ସାଇ ପ୍ରସାଦ ନନ୍ଦ ଉଭୟ ୫୫୦ ମାର୍କ ରଖି…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପୁଣି ଏକ ନୂଆ ଇତିହାସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉପଲକ୍ଷେ ଆଜି ଅପରାହ୍ନ ୦୨ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଭଗବାନ ଆଚାର୍ଯ୍ୟ , ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ,ବରିଷ୍ଠ ଶିକ୍ଷକ ମାଣିକେଶ୍ଵର ସ୍ବାଇଁ,ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।…
Read Moreନିର୍ବାଚନ ପ୍ରଚାରର ଶେଷ ଦିନ, ଅରୁଣଙ୍କ ନିଆରା ପ୍ରୟାସ ‘ପ୍ରତିବଦ୍ଧତା’
ଏକ ଲକ୍ଷ ଲୋକଙ୍କୁ ଭେଟିଲି, ଶାନ୍ତି ପ୍ରତିଷ୍ଠା ହୋଇଛି, ଗ୍ରୀନ୍ କ୍ୟାମ୍ପେନ ସଫଳ ହୋଇଛି : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ନିର୍ବାଚନ । ଆଜି ପ୍ରଚାର କାର୍ଯ୍ୟ ସରିଛି । ଏହା ମଧ୍ୟରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଡ. ଅରୁଣ କୁମାର ସାହୁଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ଯୁବ, ଛାତ୍ର, ମହିଳା, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଓ ଆଇନଜିବୀ ମାନଙ୍କୁ ନେଇ ଏକ ପ୍ରତିବଦ୍ଧତା ସମ୍ପର୍କରେ ଅଭିଭାଷଣ ରଖିଥିଲେ । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅରୁଣ ନିଜ ଜୀବନର ପ୍ରତିଶୃତି, ପ୍ରତିବଦ୍ଧତା, ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା, ଗ୍ରୀନ୍ କ୍ୟାମ୍ପେନ୍ ଓ ଭଲ ମଣିଷ…
Read Moreବିଜେଡିର ବିରାଟ ମହିଳା ଶୋଭାଯାତ୍ରା, ହଜାର ହଜାର ସାମିଲ
ମା’ ମାନଙ୍କର ଦୁଃଖ ବୁଝନ୍ତି କେବଳ ନବୀନ : ଅରୁଣ। ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଶେଷ ପର୍ଯ୍ୟାୟରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁରେ ବିଜେଡି ପକ୍ଷରୁ କରାଯାଇଛି ବିରାଟ ମହିଳା ଶୋଭାଯାତ୍ରା । ହଜାର ହଜାର ମହିଳା ଏହି ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ଗାଁ ରଘୁନାଥ ମନ୍ଦିରରୁ ଏହି ସମାବେଶ ବାହାରି ଓଡ଼ଗାଁ ମିନି ଷ୍ଟାଡିୟମ ପାଖରେ ପହଞ୍ଚିଥିଲା । ମହିଳା ମାନେ ଚାଲି ଚାଲି ବିଭିନ୍ନ ନାରା ଦେଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ମହିଳା ସମାବେଶରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ମହିଳା ମାନଙ୍କୁ…
Read More