ରାଜ୍ୟ ସ୍ତରୀୟ ଭାଷା ସଂପାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଆଜି ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ସଭାଗୃହରେ , ରାଜ୍ୟସ୍ତରୀୟ ଭାଷା ସଂପାନ ଶୀର୍ଷକ ଏକ ଆଲୋଚନା ଚକ୍ର ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୂବନେଶ୍ୱର ଓ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଅଗ୍ରପୂଜ୍ଯ ଗଜାନନକଂ ପ୍ରତିମୂର୍ତ୍ତି ରେ ଭକ୍ତି ପୁଷ୍ପାଞ୍ଜଳି ପ୍ରଦାନ ପରେ ଅତିଥି ମାନକୁଂ ପୁସ୍ତକ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଓଡିଆ ଭାଷା ସାହିତ୍ୟର ବିଭାଗୀୟ ମୂଖ୍ୟ ସରୋଜ୍ କୁମାର ପଣ୍ଡାଙ୍କ ଦ୍ବାରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକଳ୍ପ ପରାମର୍ଶଦାତା ଫଣିନ୍ଦ୍ର ଭୂଷଣ ନନ୍ଦ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ନାରାୟଣ ସାହୁ ଓଡିଆ ଭାଷା ସାହିତ୍ୟ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ । ନାଟ୍ୟଭୂଷଣ ପ୍ରଫେସର , ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଓଡିଆ ସାହିତ୍ୟର ବିଭିନ୍ନ ଦିଗ ଉପରେ ପୁଂଖାନୁପୁଂଖ ଭାବରେ ଆଲୋଚନା କରିଥିଲେ । ଆଜିର ମୂଖ୍ୟ ଅତିଥି ପ୍ରଫେସର ପ୍ରଶନ୍ନ କୁମାର ସ୍ବାଇଁ ଓଡିଆ ଭାଷା ଓ ସାହିତ୍ୟର ଉତ୍ଥାନ ପତ୍ତନ ଉପରେ ଏକ ସାରଗର୍ଭକ ଅଭିଭାଷଣ ରଖିଥିଲେ । ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓଡ଼ିଆ ନାଟକ ଓ ଓଡ଼ିଆ ଅସ୍ମିତା ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ର ସଭାପତି ତଥା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷଚନ୍ଦ୍ର ନାୟକ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି କଳ୍ପେ ବହୁ ଉପାଦେୟ ତଥ୍ୟ ଉପ୍ଥାପନ କରିଥିଲେ । ଓଡିଆ ଭାଷା ସାହିତ୍ୟ ଉପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନକୁଂ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଅଧ୍ୟାପିକା ପ୍ରତିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts