ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ ଭବନ ପରିସରରେ ସନ ସାଇନ୍ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଳବ୍, ନୟାଗଡ଼ ମିଳିତ ସହଯୋଗରେ ଏକ ସ୍ବାସ୍ଥ୍ଯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ନୟାଗଡ଼ ର ସଭାପତି ରୋଟାରିଆନ୍ ଅବଦୁଲ୍ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ଡାଇରେକ୍ଟର ତଥା ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ, ତା’ର କାରଣ ଓ ନିରାକରଣ ସହିତ ବାର୍ଦ୍ଧକ୍ଯ ବୟସରେ କଣ ସଚେତନତା ଅବଲମ୍ବନ କରାଯିବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ବରିଷ୍ଠ ଫିଜିଓଥେରାପିଷ୍ଟ୍ ଡାକ୍ତର ଆଭାସ ଦାସ ପଟ୍ଟନାୟକ ଯୋଗଦେଇ ଶାରୀରିକ ଶିକ୍ଷା ଉପରେ ଆଲୋଚନା କରି କିପରି ଯୋଗ ଓ ନିୟମିତ ବ୍ଯାୟାମ୍ କରିବା ସେ ବିଷୟ ରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ। ଅତିଥି ଭାବେ ମାନ୍ଯବର ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଏହିଭଳି ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ରୁ ରୋଟାରୀ କ୍ଳବ୍ କୁ ସାଧୁବାଦ ଜଣାଇ ଥିଲେ। ଅନ୍ଯତମ ଅତିଥି ଭାବେ ମାନନୀୟା ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏହି ସଚେତନତା ଶିବିର ବେଶ୍ ଲାଭଦାୟକ ହେବ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ ଓଡ଼ିଶା ବରିଷ୍ଠ ନାଗରିକ ଫେଡେରେସନ ର ସାଧାରଣ ସଂପାଦକ ଡକ୍ଟର ଯୁଗଳ କିଶୋର ସାହୁ ଯୋଗଦେଇ ବାର୍ଦ୍ଧକ୍ଯ ବୟସରେ ସ୍ବାସ୍ଥ୍ଯ ସୁରକ୍ଷା ବିଷୟ ରେ ବହୁ ମୂଲ୍ଯବାନ ପରାମର୍ଶ ଦେଇଥିଲେ।ଉକ୍ତ ଶିବରରେ ରୋଟାରୀ କ୍ଳବ୍ ନୟାଗଡ଼ ର ସଂପାଦକ ରୋଟାରିଆନ୍ ଶ୍ରୀଧର ସାହୁ, ଆଗାମୀ ବର୍ଷ ର ସଭାପତି ରୋଟାରିଆନ୍ ଶ୍ରୀକାନ୍ତ ଖଟେଇ ଯୋଗଦେଇ ଥିଲା ବେଳେ ସମସ୍ତ ରୋଟାରୀ ସଦସ୍ଯ, ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ଇନରହୁଇଲ୍ କ୍ଳବ୍, ଭାରତ ବିକାଶ ପରିଷଦର ବହୁ ସଦସ୍ଯ ଓ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ। ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ମନୋରଂଜନ ପ୍ରଧାନ, ଦିଲ୍ଲୀପ କୁମାର ମିଶ୍ର, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ଣ୍ନଚନ୍ଦ୍ର ସାହୁ, ଜି ରଶ୍ମି ରାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ପରିଶେଷରେ ବରିଷ୍ଠ ରୋଟାରିଆନ୍ ସୁବୋଧ ଚନ୍ଦ୍ର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ।