ନୟାଗଡ଼ ରୋଟାରୀ କ୍ଲବ୍ ପରିସରରେ ସ୍ବାସ୍ଥ୍ଯ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ କ୍ଲବ୍ ଭବନ ପରିସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଲବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ମାଗଣା ହ୍ରୁତପିଣ୍ଡ ଓ ମଧୁମେହ ରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ରୋଟାରିଆନ ସନଓ୍ବାରମଲ ଅଗ୍ରଓ୍ୱାଲ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ହ୍ରୁଦରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟବ୍ରତ ସାହୁ, ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ ଓ ଡାକ୍ତର ପ୍ରତ୍ଯୁଷ ନାଗ ରୋଗୀମାନଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିବା ବେଳେ ଆପୋଲୋ ହସ୍ପିଟାଲର ଟେକେନସିଆନ୍ ଶିବପ୍ରସାଦ ବେହେରା, ମାନସ ରଂଜନ ନାୟକ ଓ ଦିବ୍ଯଜ୍ଯୋତି ତ୍ରିପାଠୀ ରୋଗୀମାନଙ୍କର ଫାସ୍ଟିଙ୍ଗ୍ ବ୍ଳଡ୍ ସୁଗାର ସହିତ ଇସିଜି ପରୀକ୍ଷା କରିଥିଲେ। ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ଓ ସଂପାଦକ ବାସୁଦେବ ସାହୁଙ୍କ ପ୍ରତ୍ଯେକ୍ଷ ସଂଯୋଜନାରେ ଅନୁଷ୍ଠିତ…

Read More

ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ବାସ୍ଥ୍ୟ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନଉପରେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ବାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍, ମେଡିସିନ୍, ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ, ଗାୟନୋକଲୋଜିଷ୍ଟ୍, ଗଳା ନାସା କର୍ଣ୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ…

Read More

ଜିଲ୍ଲା ଯୋଜନା ବୋର୍ଡ ପୁନଃଗଠିତ, କେଉଁ ଜିଲ୍ଲାରେ କିଏ ହେଲା ନିଯୁକ୍ତ ପଢନ୍ତୁ

ଭୁବନେଶ୍ବର:  ଆଜି ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଧାୟକ ତଥା ମନ୍ତ୍ରୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁସାରେ କାହାକୁ କେଉଁ ଜିଲ୍ଲା ଦାୟିତ୍ବ ମିଳିଲା ଦେଖନ୍ତୁ… ଅଶୋକ ଚନ୍ଦ୍ର ପଣ୍ଡା – ଅନୁଗୁଳ ରୋହିତ ପୂଜାରୀ – ବଲାଙ୍ଗୀର ଅନନ୍ତ ଦାସ – ବାଲେଶ୍ୱର ଦେବେଶ ଆଚାର୍ଯ୍ୟ – ବରଗଡ଼ ବ୍ୟୋମେକେଶ ରାୟ – ଭଦ୍ରକ ମହୀଧର ରଣା – ବୌଦ୍ଧ ଡାକ୍ତର ପ୍ରମୋଦ ମଲ୍ଲିକ – କଟକ ରାଜେନ୍ଦ୍ର ଢେ଼ାଲକିଆ – ଦେବଗଡ଼ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜଗନ୍ନାଥ ସାରକା – ଗଜପତି ପ୍ରଫୁଲ୍ଲ ମଲ୍ଲିକ-ଗଞ୍ଜାମ ପ୍ରମିଳା ମଲ୍ଲିକ – ଜଗତସିଂହପୁର ସମୀର ରଞ୍ଜନ ଦାସ-ଯାଜପୁର ପ୍ରୀତିରଞ୍ଜନ ଘଡେ଼ଇ…

Read More

‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସଫା କଲେ ବ୍ଳକ ଅଧ୍ୟକ୍ଷ କିଶୋର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ଯୁବନେତା କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ମାଛିପଡ଼ା ଗ୍ରାମପଞ୍ଚାୟତ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଡିଓ ପଦ୍ମଚରଣ ସାହୁ “ସ୍ଵଚ୍ଛତା ହିଁ ସେବା” ପ୍ରତ୍ୟେକ ପଞ୍ଚାୟତରେ ମୂଳମନ୍ତ୍ର ହେଉ ବୋଲି କହିଥିଲେ । ପ୍ଲାଷ୍ଟିକ, କାଚ, କାଗଜ, ଅନ୍ୟାନ୍ୟ ଅଳିଆ ଆବର୍ଜନାକୁ ଗୋଟିଏ ଯାଗାରେ ରଖି ପରିବେଶକୁ ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ବର୍ଜ୍ୟବସ୍ତୁକୁ ଉଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟତ୍ର ବାହାରେ ନ ପକାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ସ୍ବଚ୍ଛ ମିଶନ ପକ୍ଷରୁ ସେପ୍ଟେମ୍ବର ୧୫ତାରିଖରୁ…

Read More

ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାଗରଣ ଯାତ୍ରା ଏବଂ ପଥପ୍ରାନ୍ତ ନାଟିକା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାଧିନତାର ହୀରକ ଜୟନ୍ତୀ ଉପଲକ୍ଷେ ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ସ୍ୱାଧିନତାରେ ଓଡ଼ିଶାର ଅବଦାନ ତଥା ମହାତ୍ମା ଗାନ୍ଧୀଙ୍କ ସଂଶ୍ଲିଷ୍ଟତା ଉପରେ ଏକ ଜାଗରଣ ଯାତ୍ରା ଏବଂ ପ୍ରଥପାନ୍ତ ନାଟିକା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଭାଗ ନେଇ ନିକଟସ୍ଥ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଏବଂ ଅହିଂସା ସମ୍ବନ୍ଧୀୟ ବାର୍ତ୍ତାକୁ ନେଇ ଦୁଇ ଗୋଟି ଭିନ୍ନ ଭିନ୍ନ ପଥପ୍ରାନ୍ତ ନାଟିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ହୋଇଥିବା ବେଳେ ଏହା ଗ୍ରାମବାସୀ ମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌରମୋହନ ସାହୁ, ଡ.ନାରାୟଣ ସୁରଜିତ ବେହେରା, ଡ.ମାନସ ରଞ୍ଜନ ଶତପଥି, ଡ.ଜ୍ୟୋତ୍ସ୍ନାମୟୀ…

Read More

ବିଜେପି ଛାଡି ବିଜେଡ଼ିରେ ମିଶିଲେ ବାବୁଲି ଜେନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତର ବିରୋଧି ଦଳର ନେତା ବାବୁଲି ଜେନା ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବାବୁଲି ଜେନା ହେଉଛନ୍ତି ମାଛିପଡା ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ସୁକେସିନି ଜେନାଙ୍କ ସ୍ବାମୀ । ସେ ମାଛିପଡ଼ା ପଞ୍ଚାୟତ ର ବିରୋଧ ଦଳର ବରିଷ୍ଠ ନେତା ଭାବେ ପରିଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ଃ.ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଆଜି ସେ ବିଧବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗ ଦ୍ବାରା ମାଛିପଡ଼ା ବିଜୁ ଜନତା…

Read More

ଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରା ପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରାପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନକାର୍ଯ୍ୟକ୍ରମ ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିବା ବେଳେ ସରକାରୀ ପଲକ୍ଲେକନିକର ଅଧ୍ୟକ୍ଷ ଇଂ ଆଦିତ୍ୟ ପ୍ରସାଦ ପାତ୍ର, ନୟାଗଡ଼ ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ଇଂ ଯବାନ୍ ଦାସ, ସମ୍ମାନୀତ ଅତିଥ୍‌ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ ସାମିଲ୍ ଥିବା ସଦାସର୍ବଦା କୌଣସି ପରିସ୍ଥିତି ହାର ମାନି ନଥାନ୍ତି ବୋଲି ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଜେନା ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଯୁବ ପିଢି ପ୍ରଶିକ୍ଷଣ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଜୀବନ ଜୀବିକା କିପରି…

Read More

ମାତ୍ର ୪ଟି ବଗିରେ ଚାଲିଛି ନୂଆଗାଁ-ପୁରୀ ପାସେଞ୍ଜର ଟ୍ରେନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରି ଚାଲିଛି ରେଳ ବିଭାଗ । ବାରମ୍ବାର ଦାବି ସତ୍ୱେ ଜିଲ୍ଲାକୁ ଟ୍ରେନ ସଂଖ୍ୟା ବୃଦ୍ଧି କରୁ ନଥିବା ବେଳେ ଚାଲୁଥିବା ଟ୍ରେନର ବଗି ସଂଖ୍ୟା କାଟି ଲୋକାମନଙ୍କୁ ଅଯଥା ହଇରାଣ କରାଯାଉଛି । ନୂଆଗାଁ ରୋଡ଼ରୁ ପୁରୀ ଯାଉଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ମାତ୍ର ୪ଟି ବଗିରେ ଚାଲିଛି ଏହି ଟ୍ରେନ । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ଘୋର ଉଦବେଗ ପ୍ରକାଶ କରିଛି । ନୟାଗଡ଼ ଜିଲ୍ଲାର ୧୨ଲକ୍ଷ ଲୋକଙ୍କୁ ଏହା ଉପହାସ ସଦୃଶ ହୋଇଥିବା ବେଳେ ଯାତ୍ରୀମାନେ ଛିଡ଼ା ହୋଇ ନାନା ଅସୁବିଧା ମଧ୍ୟରେ ପୁରୀ ଯାଆସ କରୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଳ୍ଲାରୁ ଏହି ଗୋଟିଏ…

Read More

ଛାତ୍ରଛାତ୍ରୀ ଅଭିଭାବକଙ୍କ ସ୍ବପ୍ନକୁ ସାକାର କରିବା ଆବଶ୍ୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଆଜି ନବଘନପୁର ପଂଚାୟତ ବାସି ବିପୁଳ ସ୍ୱାଗତ କରିଛନ୍ତି। ଢୋଲ ତାଳେ ତାଳେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ପାଛୋଟି ନେଇଛନ୍ତି। ନବଘନପୁର ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ୟ୍ୟର ସମୀକ୍ଷା କରିବା ପାଇଁ ଯାଇଥିବା ବେଳେ ଆଜି ବିଧାୟକଙ୍କ ପ୍ରତି ଲୋକଙ୍କ କିଭଳି ଜନସମର୍ଥନ ରହିଛି, ତାହା ବାରି ହୋଇ ଯାଇଛି। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସୁବାଷ କହଁର, ଆଶିଷ ଅଗ୍ରୱାଲ, ବିଡିଓ ପଦ୍ମଚରଣ ସାହୁ, ବିଇଓ ଗୀତାଞ୍ଜଳି ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫ଟି ରୂପାନ୍ତରିତ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ କରୁଛନ୍ତି। ଛାତ୍ରଛାତ୍ରୀମାନେ…

Read More

ନାକ୍ ପାଇଁ ପ୍ରସ୍ତୁତି ଓ ଉନ୍ନୟନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗସ୍ତରେ ଯାଇ ମହାବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଗକୁ ହୀରକ ଜୟନ୍ତୀ ଉଦଯାପନି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବା ଏବଂ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପାଇଁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ହୀରକ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ନାକ ଟିମ୍ ଭିଜିଟ୍ ପାଇଁ ସମସ୍ତ ପ୍ରସ୍ତତି ଶେଷ କରିବା ପାଇଁ ଆଲୋଚନା କରାଯାଇଥିଲା । ବିଧାୟକଙ୍କ…

Read More