ଶ୍ରୀ ସୃଜନର ସଙ୍ଗୀତ ଭିଡିଓ ଉନ୍ମୋଚିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ) ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ସଙ୍ଗୀତ ଭିଡିଓ “ଶ୍ରୀ ସୃଜନ”ର ସଭାପତି ଡ. ବିଜୟ କୁମାର ଚୌଧୁରୀ, ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପୂର୍ଣଚନ୍ଦ୍ର ଶତପଥୀ, ଶେଖ୍ ଅବଦୁଲ ଖାଲିକ୍, ପ୍ରଦୀପ ସାହୁ, ସରୋଜ ମିଶ୍ର, ଲକ୍ଷ୍ମୀଧର ମହାପାତ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତଟିକୁ ରଚନା ଓ ସ୍ଵର ସଂଯୋଜନା କରିବା ସହ କଣ୍ଠ ଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ତଥା କଣ୍ଠଶିଳ୍ପୀ ଅଧ୍ୟାପିକା ଜୟଶ୍ରୀ ଦେବୀ । ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଗୀତଟି ଶୁଣି ପାରିବେ।

https://youtu.be/ELAst_K5x54

Related posts