ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁର୍ନୀତି ନିବାରଣ ସଚେତନତା ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ ମିଶନଶକ୍ତି ମାଆମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୂର୍ବାହ୍ନ ୧୦ଘଟିକା ସମୟରେ ବାହାରିଥିଲା। ଏହି ରାଲିକୁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଉପ ଆରକ୍ଷୀ ଅଧୀକ୍ଷକ(ଦୁର୍ନୀତି ନିବାରଣ) ଶ୍ରୀକାନ୍ତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତାରାଣୀ ପାତ୍ର, ଡି.ପି.ଏମ (ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଡିପିସି (ମିଶନଶକ୍ତି) ସମିଧା ପାଢ଼ୀ ଯୋଗ ଦେଇଥିଲେ । ରାଲିରେ ଯୋଗଦେଇଥିବା ମାଆମାନେ ଦୁର୍ନୀତି ନିବାରଣ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ।

