ଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ

ଭଏସ୍ ଅଫ ନୟାଗଡ଼ ସିଜିନ୍ ୩ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ…

Read More

ଓଡ଼ଗାଁ ପୁଲିସକୁ ସଫଳତା, ଡକାୟତିର ମାଷ୍ଟରମାଇଣ୍ଡ ମହିଳା ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବନ୍ଧସାହି ହରିଜନ ସାହିର ରଘୁନାଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବ୍ୟାଙ୍କରୁ ଟଙ୍କା ଆଣିବା ପାଇଁ ବୈଠକ ବସାଇଥିଲେ। ସେହି ବୈଠକରେ ଜଗନ୍ନାଥ ନାୟକଙ୍କ ସ୍ତ୍ରୀ ନିର୍ମଳା ନାୟକ ସଦସ୍ୟ ଥିଲେ। ସେ ଭୁବନେଶ୍ବରରେ ରହୁଥିବାରୁ ତାଙ୍କୁ ଖବର ଦିଆଯାଇଥିଲା ଏବଂ ତାରିଖ ଅନୁଯାୟୀ ନିର୍ମଳା ଆସି ବୈଠକରେ ଯୋଗ ଦେଉଥିଲେ । ବୈଠକ ସରିବା ପରେ ନିର୍ମଳା ପୁଣି ଭୁବନେଶ୍ବର ଚାଲି ଯାଉଥିଲେ । କିନ୍ତୁ ସ୍ବୟଂ ସହାୟକ ଗ୍ରୁପ୍ କେବେ ଟଙ୍କା ଉଠାଇବେ ତା’ଉପରେ ନିର୍ମଳା ନଜର ରଖିଥିଲେ। ଗ୍ରୁପର କିଛି ମହିଳାଙ୍କ ସହ ସଂପର୍କ ରଖି କେଉଁଦିନ ଟଙ୍କା ବ୍ୟାଙ୍କରୁ ଉଠିବ ପଚରାଉଚୁରା କରି ଜାଣିବା ପରେ ଗତ ଅକ୍ଟୋବର ୨୮ତାରିଖ ଦିନ ଓଡ଼ଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଗରେ ଆସି ଜଗି ବସିଥିଲେ। ସେହି ସମୟରେ…

Read More

ନୟାଗଡ଼ ଜିଲ୍ଲାରେ ଅଲିଭା ରେଜିଷ୍ଟର ଅନନ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ଜାନୁୟାରୀ ମାସରେ ଜିଲ୍ଲା ପ୍ରଶାସନ ତରଫରୁ ଅଭିନବ ଭାବେ ପ୍ରଣୟନ କରାଯାଇଥିବା ଅଲିଭା ରେଜିଷ୍ଟରକୁ ରାଜ୍ୟ ସରକାର ଖୁବ ପସନ୍ଦ ଓ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଦ୍ଵାରା ଜିଲ୍ଲାରେ ଅପ୍ରାପ୍ତ ବୟସ ଝିଅମାନଙ୍କର ବିବାହ ବହୁ ପରିମାଣରେ କମିଯାଇଛି । ଏକଶତ ପୃଷ୍ଠା ବିଶିଷ୍ଟ ଏହି ରେଜିଷ୍ଟରରେ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀଙ୍କ ଦ୍ବାରା କେନ୍ଦ୍ର ଅନ୍ତର୍ଭୁକ୍ତ ୧୦ରୁ ୧୯ବର୍ଷ ବୟସର ସମସ୍ତ ଝିଅମାନଙ୍କର ନାମ, ବୟସ, ଦୂରଭାଷ ନମ୍ବର, ଆଧାର ନମ୍ବର, ବାପା ଓ ମାଆଙ୍କର ନାମ ଠିକଣା ଆଦି ଲିପିବଦ୍ଧ କରାଯାଇଥାଏ । ପାଠ ପଢ଼ୁଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଅଭିଭାବକ ସମସ୍ତଙ୍କ ମିଳିତ ସହଯୋଗରେ ଝିଅ ଉପରେ ଧ୍ୟାନ ଦିଆଯାଏ । ପାଠପଢ଼ା ଛାଡୁଥିବା ଝିଅମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି…

Read More

ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା ଓ ସାଂସ୍କୃତିକ ସବ୍-କମିଟି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆର.ଏମ୍.ସି. ସଭାଗୃହରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍କରଣୀକା ଏବଂ ସାଂସ୍କୃତିକ ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୨ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ‘ଆରଣ୍ୟକ’ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲାର ସଂସ୍କୃତି, ଐତିହ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିକାଶ ମୂଳକ ଓ ଫିଚର ଧର୍ମୀଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଚ୍ଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକମାନଙ୍କ ଠାରୁ ଲେଖା ଓ ତତ୍‌ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖାଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକମାନେ ଲେଖାଗୁଡ଼ିକୁ ତା.୦୫.୧୨.୨୦୨୨ରିଖସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କ ନିକଟକୁ ପଠାଇ ପାରିବେ । ଲେଖାଗୁଡ଼ିକ ଆକୃତି ଲିପିରେ ଉଭୟ ସଫ୍ଟକପି ଓ କଠିନ ନକଲ ସହ…

Read More

ପ୍ରୋଜେକ୍ଟ ସକ୍ଷମ-୨୦୨୨ ଉଦଯାପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶିଆ ଗ୍ରାମରେ ପ୍ରତିଷ୍ଠିତ ଅସହାୟ ଓ ଦିବ୍ୟାଙ୍ଗମାନଙ୍କ ଆଶ୍ରୟ ସେବାଗ୍ରାମଠାରେ ତିନିଦିନ ବ୍ୟାପୀ ଚାଲିଥିବା ପ୍ରୋଜେକ୍ଟ ସକ୍ଷମ-୨୦୨୨ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ସାହିତ୍ୟ ସଭା, ଦ୍ୱିତୀୟ ଦିନ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ତୃତୀୟ ଦିନ ଦିବ୍ୟାଙ୍ଗମାନକୁ ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ, ସିଲାଇ ମେସିନ, ଛାତ୍ରବୃତ୍ତି, କମ୍ବଳ ଓ ବସ୍ତ୍ର ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା। ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନ ଉତ୍ସବରେ ସମାଜସେବୀ ବ୍ରଜକିଶୋର ମହାପାତ୍ର, କବି ପାଣ୍ଡବ ନାୟକ, ଭିକାରୀ ସ୍ୱାଇଁ ପ୍ରଭୁତି ଅତିଥି ଭାବରେ ମଞ୍ଚାସିନ ହୋଇଥିବା ବେଳେ ଆଶ୍ରୟର ସଦସ୍ୟ ନିରଞ୍ଜନ ଜେନା, ଭାଗିରଥି ସ୍ୱାଇଁ, ଅନୀଲ ପ୍ରଧାନ, ପ୍ରଫୁଲ ନାହାକ ଓ ରାମଚନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଉତ୍ତମ ସମ୍ବାଦ ପରିବେଷଣ…

Read More

ସିଆଇଟିୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନୟାଗଡ଼ ଶାଖାର ଜିଲ୍ଲା ତୃତୀୟ ସମ୍ମିଳନୀ ନୟାଗଡ଼ ସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ସଙ୍ଗଠନ ର ଲାଲଝଣ୍ଡାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ।ସମସ୍ତ ସାଥୀ ସହିଦୀ ବେଦିରେ ମାଲ୍ୟାର୍ପଣ ପରେ ସହିଦଙ୍କ ପ୍ରତି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇ ଥିଲା।ସାଥୀ ବିଶ୍ୱନାଥ ମହାପାତ୍ର, ଏସ ଏ କରିମି ଓ ନଳିନୀ ଦାସ ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ତୃତୀୟ ସମ୍ମିଳନୀକୁ ରାଜ୍ୟ ର ଶ୍ରମିକ ନେତା ଦୁଷ୍ମନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରି ଥିଲେ ଏବଂ ୨୭ ନଭେମ୍ବର ରାଜ୍ୟ ସ୍ତରୀୟ ଶ୍ରମିକ ସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ତା ପରେ…

Read More

ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ସାହିତ୍ୟ ମହାକୁମ୍ଭ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।…

Read More

ଆଦଭିକ ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସଦର ମିଶନ ଶକ୍ତି ଭବନଠାରେ ଜିଲ୍ଲା ସ୍ତରୀୟ ଆଦଭିକ ଜୀବନ ଶୈଳୀ ଶିକ୍ଷା ଓ ଆଫ୍ରିକା ଆପର ବ୍ୟବହାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। Unicef ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଉର୍ମିଲା ପରିଡା ସଭାପତିତ୍ଵ କରିଥିଲେ। ଏହି ଶିବିରରେ actionaid ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲ ଆଦଭିକ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିବିରରେ Unicefର ସୁନନ୍ଦା କାନୁନଗୋ ଏବଂ ଅମିୟବାଳା ପଟ୍ଟନାୟକ କାର୍ଯ୍ୟକ୍ରମର କିଶୋରୀ କ୍ୟାଲେଣ୍ଡର ସମସ୍ତ ବିଷୟବସ୍ତୁ ଉପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକାଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରିଥିଲେ ।…

Read More

ଓଡ଼ଗାଁରେ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ୍ ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି କରିଥିବା ଅବିଚାର ତଥା ବୈମାତୃକ ମନୋବୄତ୍ତି ବିରୋଧରେ ଆଜି ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମରେ ଏକାଠି ହୋଇ ପ୍ରତିବାଦ ସଭା ଆୟୋଜନ କରିବା ସହ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବ୍ଲକ୍ ସଂଘ ସଭାପତି ନରେଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ସାହୁଙ୍କ ସମେତ ଶିକ୍ଷକ ନେତା ଭକ୍ତ ରଞ୍ଜନ ମିଶ୍ର, ବସନ୍ତ କୁମାର ବିଶୋୟୀ, ପବିତ୍ର ମୋହନ ସାହୁ, ନୀଳମାଧବ ମହାରଣା, ପ୍ରଶାନ୍ତ କୁମାର ଦାଶ,ମଣିମାଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ବିକ୍ଷୋଭ…

Read More

ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଖଣ୍ଡପଡ଼ା ବିଧାୟକଙ୍କୁ ଦାବିପତ୍ର

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (OSEFD) ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ପ୍ରାୟ ୩୩ଟି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଶିକ୍ଷା କୋର୍ସ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା),ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଦୁଇ ବର୍ଷିଆ କୋର୍ସ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ଵ ନୂଆଁ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନ ପାଇ ବେକାର ହୋଇ ଘରେ ବସି ରହୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ରାୟ ଓ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ଆଇନ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି ସଙ୍ଘ। ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଞ୍ଚିତ ନହେବା ସହ ଓଡ଼ିଶାରେ ଥିବା…

Read More