ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ ପକ୍ଷରୁ ଖଣ୍ଡପଡ଼ା ବିଧାୟକଙ୍କୁ ଦାବିପତ୍ର

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚ଼େଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (OSEFD) ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ପ୍ରାୟ ୩୩ଟି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଶିକ୍ଷା କୋର୍ସ ଡ଼ିପ୍ଲୋମା (ସ୍ବତନ୍ତ୍ର ଶିକ୍ଷା),ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା)ଏମ୍.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ଦୁଇ ବର୍ଷିଆ କୋର୍ସ କରି ପ୍ରତ୍ୟେକ ବର୍ଷ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ଵ ନୂଆଁ ଆଶାୟୀ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନ ପାଇ ବେକାର ହୋଇ ଘରେ ବସି ରହୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ରାୟ ଓ ଶିଶୁ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ଆଇନ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖୁଛି ସଙ୍ଘ। ଏହି ନିଯୁକ୍ତି କରାଗଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଶିକ୍ଷାରୁ ବଞ୍ଚିତ ନହେବା ସହ ଓଡ଼ିଶାରେ ଥିବା ୬୦୦୦ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପକୃତ ହୋଇପାରିବେ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ OSEFD ନୟାଗଡ ଜିଲ୍ଲାର କର୍ମକର୍ତ୍ତାମାନେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ବିଷୟରେ ଅବଗତ କରାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ଆସନ୍ତା ବିଧାନସଭାରେ ଏନେଇ ସରକାରଙ୍କୁ ପ୍ରଶ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related posts