ଭାରତ ବିକାଶ ପରିଷଦ ପକ୍ଷରୁ ୪୦୦ ଫଳ ଓ ଔଷଧୀୟ ଚାରା ବଣ୍ଟନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ପକ୍ଷରୁ ନୂଆଗାଁ ବ୍ଲକ ଅନ୍ତର୍ଗତ କିରିଆଲାଞ୍ଜି ଗ୍ରାମରେ ଏକ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କୁ ଲେମ୍ବୁ, ଆତ, ପିଜୁଳି, ଅଁଳା, ସଜନା, ଅମୃତଭଣ୍ଡା, ଡାଳିମ୍ବ, ଆମ୍ବ ଓ ଶାଗୁଆନ ଭଳି ବିଭିନ୍ନ ପ୍ରଜାତିର ମୋଟ ୪୦୦ଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ସେହିପରି କିରୀୟାଲାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲେମ୍ବୁ, ଅଁଳା, ପିଜୁଳି, ଡାଳିମ୍ବ ଆଦି ଫଳଜ ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ସଦସ୍ୟ ତଥା ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତିଙ୍କ ସମେତ ସୁବଳ ଚରଣ ବେହେରା, ଉଦୟନାଥ ନାୟକ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ଶରତ କୁମାର ନାୟକ, ଶ୍ରୀକୁମାର ରଥ, ଲକ୍ଷ୍ମୀକାନ୍ତ ଦାସ ଓ ସ୍ଥାନୀୟ ସମାଜସେବୀ ପବିତ୍ର ଦଳେଇ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଏହି ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳରେ ବୃକ୍ଷରୋପଣକୁ ପ୍ରୋତ୍ସାହନ ଦେବା ସହ ପରିବେଶ ସୁରକ୍ଷା ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ବାର୍ତ୍ତା ଦିଆଯାଇଥିଲା।

Related posts