ସିଆଇଟିୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସିଆଇଟିୟୁ ନୟାଗଡ଼ ଶାଖାର ଜିଲ୍ଲା ତୃତୀୟ ସମ୍ମିଳନୀ ନୟାଗଡ଼ ସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ସଙ୍ଗଠନ ର ଲାଲଝଣ୍ଡାକୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ।ସମସ୍ତ ସାଥୀ ସହିଦୀ ବେଦିରେ ମାଲ୍ୟାର୍ପଣ ପରେ ସହିଦଙ୍କ ପ୍ରତି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇ ଥିଲା।ସାଥୀ ବିଶ୍ୱନାଥ ମହାପାତ୍ର, ଏସ ଏ କରିମି ଓ ନଳିନୀ ଦାସ ଙ୍କ ସଭାପତି ମଣ୍ଡଳୀ ରେ ଅନୁଷ୍ଠିତ ତୃତୀୟ ସମ୍ମିଳନୀକୁ ରାଜ୍ୟ ର ଶ୍ରମିକ ନେତା ଦୁଷ୍ମନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତୀବ୍ର ସମାଲୋଚନା କରି ଥିଲେ ଏବଂ ୨୭ ନଭେମ୍ବର ରାଜ୍ୟ ସ୍ତରୀୟ ଶ୍ରମିକ ସମାବେଶକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ।ତା ପରେ ଏକ ସାଂଗଠନିକ ରିପୋର୍ଟ ସମ୍ପାଦକ ଶରତ ବେହେରା ଉପସ୍ଥାପନ କରିବାରେ ୧୦ ଜଣ ସାଥୀ ରିପୋର୍ଟ ଉପରେ ଆଲୋଚନା କରିଥିଲେ।ଜିଲ୍ଲାରେ ସଙ୍ଗଠନକୁ ଆଗାମୀ ଦିନରେ ଶକ୍ତିଶାଳୀ କରିବାକୁ ବକ୍ତା ମାନେ ଆହ୍ବାନ ଦେଲାବେଳେ କୃଷକ ସଭାର ଜିଲ୍ଲା ସଭାପତି ଗୋଲକ ବିହାରୀ ମୁଦୁଲି, ମହିଳା ସମିତିର ଜିଲ୍ଲା ସମ୍ପାଦିକା ଜ୍ୟୋତିପ୍ରଭା ଜେନା,ଓ ଯୁବ ନେତା ବିରଞ୍ଚି ପ୍ରଧାନ ପ୍ରମ୍ମୁଖ ଭାତୃପ୍ରତିମ ସଂଗଠନ ତରଫରୁ ସମ୍ମିଳନୀର ଶୁଭ କାମନା କରିଥିଲେ।ପରିଶେଷରେ ଜିଲ୍ଲାରେ ଏକ ୨୩ ଜଣିଆ ଜିଲ୍ଲା ସାଂଗଠନିକ କମିଟି ଗଠନ କରାଯାଇଥିଲା ବେଳେ ଆବାହକ ଭାବେ ବିଶ୍ଵନାଥ ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ସୁରେଶ ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ଆଜିର ଜିଲ୍ଲା ସମ୍ମିଳନୀ କୁ ସଫଳ କରିବାରେ ସାଥୀ ଗଙ୍ଗାଧର ପଣ୍ଡା, ଚାପଧାରୀ ରାଉତ, ପବିତ୍ର ଇନ୍ଦ୍ରଜିତ, ସଂଯୁକ୍ତା ସେଠି, ଜୟନ୍ତି ଦାସ, ସୁକାନ୍ତି ଜେନା ଓ କପିଳ ସାହୁ ପ୍ରମ୍ମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts