ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶିଆ ଗ୍ରାମରେ ପ୍ରତିଷ୍ଠିତ ଅସହାୟ ଓ ଦିବ୍ୟାଙ୍ଗମାନଙ୍କ ଆଶ୍ରୟ ସେବାଗ୍ରାମଠାରେ ତିନିଦିନ ବ୍ୟାପୀ ଚାଲିଥିବା ପ୍ରୋଜେକ୍ଟ ସକ୍ଷମ-୨୦୨୨ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନ ସାହିତ୍ୟ ସଭା, ଦ୍ୱିତୀୟ ଦିନ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ତୃତୀୟ ଦିନ ଦିବ୍ୟାଙ୍ଗମାନକୁ ହୁଇଲ ଚେୟାର, ବ୍ଲାଇଣ୍ଡ ଷ୍ଟିକ, ସିଲାଇ ମେସିନ, ଛାତ୍ରବୃତ୍ତି, କମ୍ବଳ ଓ ବସ୍ତ୍ର ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା। ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନ ଉତ୍ସବରେ ସମାଜସେବୀ ବ୍ରଜକିଶୋର ମହାପାତ୍ର, କବି ପାଣ୍ଡବ ନାୟକ, ଭିକାରୀ ସ୍ୱାଇଁ ପ୍ରଭୁତି ଅତିଥି ଭାବରେ ମଞ୍ଚାସିନ ହୋଇଥିବା ବେଳେ ଆଶ୍ରୟର ସଦସ୍ୟ ନିରଞ୍ଜନ ଜେନା, ଭାଗିରଥି ସ୍ୱାଇଁ, ଅନୀଲ ପ୍ରଧାନ, ପ୍ରଫୁଲ ନାହାକ ଓ ରାମଚନ୍ଦ୍ର ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଉତ୍ତମ ସମ୍ବାଦ ପରିବେଷଣ ନିମନ୍ତେ ଆଶ୍ରୟ ପରିବାର ତରଫରୁ ପ୍ରଗତିବାଦୀର ସାମ୍ବାଦିକ ରାମକୃଷ୍ଣ ପରିଡାଙ୍କୁ ଟ୍ରଫି ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଆଶ୍ରୟର ତ୍ରୟମାସିକ ପତ୍ରିକା (ଅକ୍ଟୋବର-ଡିସେମ୍ବର) ୨୦୨୨ର ଉନ୍ମୋଚନ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା।
ପ୍ରୋଜେକ୍ଟ ସକ୍ଷମ-୨୦୨୨ ଉଦଯାପିତ
