ଆଦଭିକ ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସଦର ମିଶନ ଶକ୍ତି ଭବନଠାରେ ଜିଲ୍ଲା ସ୍ତରୀୟ ଆଦଭିକ ଜୀବନ ଶୈଳୀ ଶିକ୍ଷା ଓ ଆଫ୍ରିକା ଆପର ବ୍ୟବହାର ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। Unicef ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିବିରରେ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଉର୍ମିଲା ପରିଡା ସଭାପତିତ୍ଵ କରିଥିଲେ। ଏହି ଶିବିରରେ actionaid ଜିଲ୍ଲା ସଂଯୋଜିକା ଇପ୍ସିତା ଅଗ୍ରୱାଲ ଆଦଭିକ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ଓ ନିୟନ୍ତ୍ରଣ କରିହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ତାଲିମ ଶିବିରରେ Unicefର ସୁନନ୍ଦା କାନୁନଗୋ ଏବଂ ଅମିୟବାଳା ପଟ୍ଟନାୟକ କାର୍ଯ୍ୟକ୍ରମର କିଶୋରୀ କ୍ୟାଲେଣ୍ଡର ସମସ୍ତ ବିଷୟବସ୍ତୁ ଉପରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକାଙ୍କୁ ଜିଲ୍ଲା ସ୍ତରରେ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ କିଶୋରୀ ବାଳିକାଙ୍କୁ ଜୀବନ ଶୈଳୀ
ଓ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରଯାଇଥିଲା । ଏହି ତାଲିମ ଶିବିରରେ ଜିଲ୍ଲାର ସମସ୍ତ ବ୍ଲକର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ କ୍ଷେତ୍ର ପରିଦର୍ଶିକା ପ୍ରମୁଖ ଯୋଗ ଦେଇଥିଲେ ।

Related posts