ଫାଇନାଲରେ ପ୍ରବେଶ କଲେ ଶ୍ରେଷ୍ଠ ଦଶଜଣ ଯୁବ କଣ୍ଠଶିଳ୍ପୀ

ଭଏସ୍ ଅଫ ନୟାଗଡ଼ ସିଜିନ୍ ୩

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଯୁବ କଣ୍ଠଶିଳ୍ପୀମାନଙ୍କ ପ୍ରତିଭାର ବିକାଶ ପାଇଁ ନୟାଗଡ଼ କ୍ଳବ ଦ୍ଵାରା ଆୟୋଜିତ ଭଏସ୍ ଅଫ୍ ନୟାଗଡର ସେମିଫାଇନାଲରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ତିରିଶ ଜଣ ଯୁବ କଣ୍ଠଶିଳ୍ପୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ସଂଗୀତ ପ୍ରତିଯୋଗିତାର ସେମିଫାଇନାଲ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼ ପୈ।ରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୟାଗଡ଼ କ୍ଳବର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ପ୍ରତିଭା ସମ୍ପନ୍ନ ଯୁବ କଣ୍ଠଶିଳ୍ପୀଙ୍କ ପାଇଁ ଏକ ସୁଯୋଗ ବୋଲି ମତବ୍ୟକ୍ତ କରିଥିଲେ। ଭଏସ ଅଫ୍ ନୟାଗଡର ସଂଯୋଜକ ଧୀରେନ୍ଦ୍ର ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ କ୍ଳବର ସଦସ୍ୟ ଶ୍ରୀଧର ସାହୁ ତଥା ଶରତ ଚନ୍ଦ୍ର ଆଚାର୍ଯ୍ୟ ସେମିଫାଇନାଲ ପର୍ଯ୍ୟାୟର ସଂଯୋଜନା କରିଥିଲେ।

ଆଜିର ପ୍ରତିଯୋଗିତାରେ ଓଡିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଆଲୋକ ଦେବ୍ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ସୂରଗନ୍ଧର୍ବ ନବକିଶୋର ମିଶ୍ର ବିଚାରକ ଭାବେ ଯୋଗଦେଇ ଦୁଇଟି ପର୍ଯ୍ୟାୟରେ ତିରିଶ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଦଶ ଜଣଙ୍କୁ ଫାଇନାଲ୍ ପାଇଁ ମନୋନୀତ କରିଥିଲେ। ଭଏସ ଅଫ୍ ନୟାଗଡର ସହ ପ୍ରାୟୋଜକ ଓଡ଼ିଶାର ପ୍ରତିଷ୍ଠିତ ସଂଗୀତ ସଂସ୍ଥା ଜେମା ୱ।ର୍ଲ୍ଡ କ୍ରିୟେସନର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମହାପାତ୍ର , ପ୍ରତିଜ୍ଞା ଟିଭିର ନିର୍ଦ୍ଦେଶକ ଏନ.କେ.ଜେନା ଫାଇନାଲ୍ ର ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ନେଇ ସଂଗୀତ ଆଲବମ୍ ପ୍ରସ୍ତୁତି କରାଯିବା ବିଷୟରେ ଘୋଷଣା କରିଥିଲେ।ସେହିପରି ସ୍ୱାତିଲଗ୍ନା ମ୍ୟୁଜିକ୍ ତରଫରୁ ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ନେଇ ଏକ ଭଜନ ଆଲବମ୍ କରିବା ପାଇଁ ଓମାନ୍ ରେ ଥିବା ସ୍ବାତିଲଗ୍ନାର ସଂପାଦକ ସୁଶାନ୍ତ ପାତ୍ର ବାର୍ତ୍ତା ଯୋଗେ ଘୋଷଣା କରିଥିଲେ। ଫାଇନାଲରେ ୧୦ ଜଣ ଯୁବକଣ୍ଠଶିଳ୍ପୀ ମଧ୍ୟରୁ ଜଣକୁ ଭଏସ୍ ଅଫ୍ ନୟାଗଡ଼ ଭାବେ ଜଣେ ଚୟନ କରାଯାଇ ଶ୍ରେଷ୍ଠ ବିବେଚିତ କଣ୍ଠଶିଳ୍ପୀଙ୍କୁ ଦଶ ହଜାର ପୁରସ୍କାର ରାଶି ସହ ଉପଢୌକନ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି କ୍ଲବର ବରିଷ୍ଠ ସଦସ୍ୟ ଅରୁଣ ମହାନ୍ତି ଘୋଷଣା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲକ୍ଷ୍ମୀ ନାରାୟଣ ରଥ,ଅବିନାଶ ସାହୁ,ପ୍ରବୀର ପୃଷ୍ଟି, ପ୍ରକାଶ ଷଡ଼ଙ୍ଗୀ, ଅବଦୁଲ୍ ଆରିଫ ଖାଁ ,ସନ୍ତୋଷ ନାୟକ, ବାସୁଦେବ ସାହୁ। ପ୍ରତିଯୋଗିତାରେ ତିରଶ ଜଣ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ପ୍ରବେଶ କରିଛନ୍ତି ସୋମାନାଥ ସାହୁ, ସୈାଦାମିନୀ ସାହୁ, ଶୁଭଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଅର୍ପିତା ବେହେରା,ଲିପ୍ସାରାଣୀ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ସାହୁ, ଚିନ୍ମୟ ବେହେରା, ସରୋଜ କୁମାର ଖୁଣ୍ଟିଆ,ପ୍ରିତୀପଦ୍ମା ମିଶ୍ର,ଜୋଏନା ଗାବ୍ରୀଏଲ୍ ପ୍ରମୁଖ ୧୦ଜଣ ପ୍ରତିଯୋଗୀ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ନୟାଗଡ କ୍ଳବର ସଂପାଦକ ମିହିର ରଂଜନ ନାୟକ।

Related posts