ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ନୟାଗଡ, (ନୟାଗଡ଼ ଦର୍ପଣ):ନୟାଗଡ଼ ଷ୍ଟାଡିଅମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇଛି। ଏହି ମେଳା ୫ଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ବରେ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ବିଭାଗର ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ଯୋଗ ଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ପୌରପରିଷଦ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷ ଗୁରୁପ୍ରସାଦ ଜେନା, ବ୍ଳକ ଉପାଧକ୍ଷା ଲଷ୍ମୀପ୍ରିୟା ସାହୁ, ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ ଯୋଗ ଦେଇଥିଲେ। ସରକାର ଦେଉଥିବା ପ୍ରୋତ୍ସାହନକୁ ସତ…

Read More

ଶରଣକୁଳ ଜଳସେଚନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଜଣେ ମୃତ

ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବତ୍ତୀ ନନ୍ଦିଘୋର ଠାରୁ ପଞ୍ଚିରିଡ଼ା ମାନପୁର ଯାଏଁ ଆସିଥିବା ବୁଢ଼ାବୁଢ଼ୀଆଣୀ କେନାଲର ହୁଡ଼ାରାସ୍ତାରେ ହୋଇଥିବା ଗର୍ତ୍ତରେ ପଡ଼ି ହରିହରପୁର ଗ୍ରାମର ସନ୍ତୋଷ ଜେନା ଓରଫ ମୂଷାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ବୁଢ଼ାବୁଢ଼ିଆଣୀ ମଧ୍ୟମ ଜଳସେଚନ ଯୋଜନାର ଶରଣକୁଳ ନିକଟବତ୍ତୀର୍ ନନ୍ଦିଘୋର ଠାରୁ ମାନପୁର ପଯ୍ୟର୍ନ୍ତ ଯାଇଥିବା ଏହି କେନାଲରେ ହୋଇଥିବା ଗର୍ତ୍ତ ସମ୍ପର୍କରେ ବାରମ୍ବାର ଖବର କାଗଜରେ ବାହାରିବା ସହ ଶରଣକୁଳ ଜଳସେଚନ ବିଭାଗକୁ ଜଣାଇ ଦିଆ ଯାଇଥିଲେ ମଧ୍ୟ ଦୀର୍ଘ ଦୁଇମାସ ଧରି ବିଭାଗ ପକ୍ଷରୁ କୋୈଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହି ରାସ୍ତାଟି ଏକ ନିତି ଦିନିଆଁ ରାସ୍ତା ହୋଇ ଥିଲେ ମଧ୍ୟ ବିଭାଗର ମନମାନି ଆଜି ଜଣକର ଜୀବନ ନେଇଛି। ବୁଢ଼ାବୁଢ଼ିଆଣୀ ବନ୍ଧରୁ ମିଳୁଥିବା ଜଳର ସ୍ବଳ୍ପତା ଦୃଷ୍ଟିରୁ ମାନପୁର…

Read More

ଓଡ଼ଗାଁରେ ୮କୋଟି ୩୦ଲକ୍ଷ ବ୍ୟୟରେ ୩ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସହରାଞ୍ଚଳର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରାଧାନ୍ୟ ଦେଇଆସିଛନ୍ତି।୨୦୧୬ ମସିହାରେ ଓଡ଼ଗାଁ ଏନଏସି ଘୋଷଣା ପରଠାରୁ ଓଡ଼ଗାଁ ସହରାଞ୍ଚଳ ବିକାଶର ଦ୍ବାର ଦେଶରେ ଉପନୀତ ହୋଇଛି।ରାସ୍ତାଘାଟର ବିକାଶ ସହିତ ଅନ୍ୟାନ୍ୟ ବହୁ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏନଏସି ଅଞ୍ଚଳରେ ଥ‌ିବା ୧୫ ଗୋଟି ୱାର୍ଡର ସର୍ବାଙ୍ଗୀନ ବିକାଶ ସହିତ ସହରକୁ ସରସ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ପର୍ଯ୍ୟାପ୍ତ ଅନୁଦାନ ଦେଇଛନ୍ତି। ଯାହା ଫଳରେ ଓଡ଼ଗାଁ ଆଜି ଦ୍ରୁତ ପ୍ରଗତିଶୀଳ ସହର ଭାବରେ ପରିଗଣିତ ହୋଇଛି ବୋଲି ରବିବାର ଓଡ଼ଗାଁ ଏନଏସିରେ ୮ କୋଟି ୩୦ ଲକ୍ଷ ବ୍ୟୟ ଅଟକଳରେ ୩ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କିଛି ଅଭିଭାଷଣ ରଖିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ। ରବିବାର ଅପରାହ୍ନରେ…

Read More

ନଭେମ୍ବର ୧୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ଘେରିବ ଆଦିବାସୀ ଅଧିକାର ମଞ୍ଚ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକର ବିଭିନ୍ନ ଆଦିବାସୀ ପଲ୍ଲୀର ଶତାଧିକ ଆଦିବାସୀ ମୁଖିଆ ନକୁଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶାଳିଆଝରି ଗାଁରେ ମିଳିତ ସଭାକରି କାଜୁ ଜମି ଉପରେ ଆଦିବାସୀମାନଙ୍କର ପାରମ୍ପରିକ ଓ ନୀତିଗତ ଅଧିକାର ସହିତ ଘରଡିହ,ଜଙ୍ଗଲ ଜମି ଅଧିକାର ପାଇଁ ନଭେମ୍ବର ୨୭ରେ ନୟାଗଡ଼ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ବରିଷ୍ଠ ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ମାଳ ଅଞ୍ଚଳରେ ପାରମ୍ପରିକ ଅଧିକାରୀ ଗରିବ ପ୍ରଜାଙ୍କୁ ଜଙ୍ଗଲ ଜମିରୁ ବେଦଖାଲ କରି ବନ ଉନ୍ନୟନ ନିଗମ କାଜୁ ରୋପଣ କରି ଏହିଫସଲକୁ ଶାଗ ମାଛ ଦରରେ ମାଫିଆ ମାନଙ୍କ ହାତକୁ ଟେକିଦେଇ ମାଟିର ମଣିଷ ମାନଙ୍କ ସହ ପ୍ରତାରଣା କରୁଛି। 110ହେକ୍ଟର କାଜୁ ଜମିକୁ ମାତ୍ର…

Read More

ବର୍ଷା ଜଳ ସରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ନେହେରୁ ଯୁବ କେନ୍ଦ୍ର , ନୟାଗଡ ର ସହାୟତା ରେ ଓଡଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଦା ସ୍ଥିତ ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବର୍ଷା ଜଳ ସରକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଆଲୋଚନା ଚକ୍ର ଅନୁଷ୍ଠାନ ର ରାଜନୀତି ବିଭାଗ ଅଧ୍ୟାପକ ପ୍ରସନ୍ନ କୁମାର ପରିଡ଼ା ଙ୍କ ସଭାପତିତ୍ତ୍ଵ ରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ “ସୋହମ ” ସଙ୍ଗଠନର ଉପସଭାପତି ତଥା ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ, ବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଦାସ ଯୋଗଦେଇ ଜଳ ପ୍ରଦୂଷଣ, ଏହାର ସୁରକ୍ଷା ଓ ସରକ୍ଷଣ ଉପରେ ବିଶେଷ ଆଲୋକପାତ କରିଥିଲେ ।…

Read More

ମଣ୍ଡଳ ସ୍ତରୀୟ ସୁରଭି ଓ ପୁଷ୍ଟିଶସ୍ୟ ପ୍ରତିଯୋଗିତା ଉଦଯାପିତ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଭୀମସେନ ସରକାରୀ କୃଷି ଉଚ୍ଚ ବିଦ୍ୟାଳୟ ବାଉଁଶଗାଡ଼ିଆ ଠାରେ ମଣ୍ଡଳ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି।ପୂର୍ବରୁ ୧୫ ଟି ଆଞ୍ଚଳିକ ସାଧନକେନ୍ଦ୍ର ରୁ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ସୃଜନଶୀଳ ଲିଖନ,ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଚିତ୍ରାଙ୍କନ, ଚିତ୍ରକଳା ଓ ମଧ୍ୟାହ୍ନଭୋଜନ ଶିଳ୍ପକଳା, ଦିବ୍ୟାଙ୍ଗର ସଙ୍ଗୀତ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରୁ ବରିଷ୍ଠ ଓ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ୫୧୦ କୃତି ପ୍ରତିଯୋଗୀମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ, ସଞ୍ଜୁକ୍ତା ପଢିଆରୀ, ଭାଡିକିଳା ସମିତି ସଭ୍ୟ ପ୍ରଦୀପ ଭଟ୍ଟ, ଅତିରିକ୍ତ ମଣ୍ଡଳ…

Read More

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଚାଲିଥିବା ଆନ୍ତଃ ବିଦ୍ୟାଳୟସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦାନ କରି ବିଜୟୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ବର୍ଗରେ ସ୍ୱୟଂ ପ୍ରକାଶ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜାଗୃତି ଘଡେ଼ଇ, ତୃତୀୟରେ ଧର୍ମେଶ ରାୱଲ,ଚତୁର୍ଥରେ ରାଜା ପ୍ରଧାନ ଏବଂ ପଞ୍ଚମ ସ୍ଥାନରେ କ୍ରୀଷ୍ଣ ରାଓ ଦୋରା ପ୍ରମୁଖ କୃତିତ୍ବ ହାସଲ କରି ପୁରସ୍କୃତ ହୋଇଛନ୍ତି। ସେହିପରି କନିଷ୍ଠ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୁଇନ କନସାଇନ ହରିଚନ୍ଦନ, ତୃତୀୟରେ…

Read More

ଡିଜିଟାଲ ଯୁଗରେ ବିପଦ ସୃଷ୍ଟି କରିଛି ସାଇବର ଠକେଇ

ନୟାଗଡ଼, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ଡିଜିଟାଲ ଯୁଗରେ ସାଇବର ଠକେଇ ସମାଜ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଜନ ସାଧାରଣଙ୍କର କଷ୍ଟ ଉପାର୍ଜିତ ସମ୍ପତ୍ତି ଓ ଅର୍ଥ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସାଇବର ଠକ। ସାମାନ୍ୟ ଅସାବଧାନତା ହେଲେ ସବୁ କିଛି ଲୁଟ ହୋଇଯାଉଛି ଅନଲାଇନ ମାଧ୍ୟମରେ । ଅତ୍ୟଧିକ ଲୋଭ, ମାଗଣା ପାଇବା ଆଶା, ଭୟ ଯୋଗୁଁ ଆମେ ସାଇବର ଠକେଇର ଶିକାର ହେଉଛେ।ତେଣୁ ଫୋନ କରି ଲୋଭ କିମ୍ବା ଭୟ ଦେଖାଇ ଆଧାର ନମ୍ବର, ବ୍ୟାଙ୍କ ପାସବୁକ ଖାତା ନମ୍ବର, ଏଟିଏମ୍ ନମ୍ବର ମାଗିଲେ ଆମେ ଏଥିପ୍ରତି ସଚେତନ ହୋବା ସହ କିଛି ବି କାଗଜାତ ଦେବା ନାହିଁ। ସାଇବର ଠକେଇକୁ ଲକ୍ଷ କରି ଅକ୍ଟୋବର ମାସ ୨ତାରିଖରୁ ତମାମ ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ…

Read More

ଓଡ଼ଗାଁରେ ସାଇବର ସଚେତନତା ରଥକୁ ଭଵ୍ୟ ସ୍ୱାଗତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ):- ଜିଲ୍ଲା ପୋଲିସ୍ ପକ୍ଷରୁ ଆଜି ସାଇବର ସଚେତନତା ରଥକୁ ଓଡ଼ଗାଁ ପୋଲିସ ନେତୃତ୍ବରେ ଓଡ଼ଗାଁରେ ବୁଲା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ପୋଲିସ ସମେତ କଲେଜ୍, ସ୍କୁଲ ଛାତ୍ରଛାତ୍ରୀ ଓ ଡ୍ରାଇଭର ମହାସଂଘଙ୍କ ମିଳିତ ଉଦ୍ୟମରେ ସାଇବର ସଚେତନତା ରଥକୁ ଓଡ଼ଗାଁ ରେ ପରିଭ୍ରମଣ କରାଯିବା ପରେ ଓଡ଼ଗାଁ ଇନଡୋର ଷ୍ଟାଡିୟମ ଠାରେ ସାଇବର ସଚେତନତା କାର୍ଯ୍ଯକ୍ରମ ନିମନ୍ତେ ଏକ ସଭା ଆୟୋଜନ କରାଯାଇଥିଲା। ଶରଣକୂଳ ଏସଡିପିଓ ସୁଧାକର ସାହୁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ ସାହୁ ଯୋଗଦେଇଥିଲେ। ସାଇବର ସଚେତନତା କାର୍ଯ୍ଯକ୍ରମ ନେଇ ଓଡ଼ଗାଁ କଲେଜ, ରଘୁନାଥ ବିଦ୍ୟାପୀଠ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ନାଟକ…

Read More

ନୟାଗଡ଼ରେ ଅକ୍ଟୋବର ୧୬ ଏବଂ ୧୭ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଚେସ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବା ନେଇ ସୂଚନା

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ୍ ଆସୋଶିଏସନ ଏବଂ କେ.ସି. କ୍ଲବ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ଚେସ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏ ନେଇ ଆଜି ନୟାଗଡ଼ କେ.ସି. କ୍ଲବ ପରିସରସ୍ଥ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ଅନୁଷ୍ଠିତ ହୋଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଥମ ଦଶ ଜଣକୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯିବ| ନୟାଗଡ଼ ଚେସ୍ ଆଶୋସିଏସନ୍‌ର ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ କୁମାର ରଥ, କେ.ସି. କ୍ଲବର ସଭାପତି ଭାଗିରଥ ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ ଓ ବରଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସମ୍ପୂର୍ଣ୍ଣ ବିବରଣୀ ରଖୁଛନ୍ତି । ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ…

Read More