ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଭୀମସେନ ସରକାରୀ କୃଷି ଉଚ୍ଚ ବିଦ୍ୟାଳୟ ବାଉଁଶଗାଡ଼ିଆ ଠାରେ ମଣ୍ଡଳ ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି।ପୂର୍ବରୁ ୧୫ ଟି ଆଞ୍ଚଳିକ ସାଧନକେନ୍ଦ୍ର ରୁ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ସୃଜନଶୀଳ ଲିଖନ,ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଚିତ୍ରାଙ୍କନ, ଚିତ୍ରକଳା ଓ ମଧ୍ୟାହ୍ନଭୋଜନ ଶିଳ୍ପକଳା, ଦିବ୍ୟାଙ୍ଗର ସଙ୍ଗୀତ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରୁ ବରିଷ୍ଠ ଓ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ୫୧୦ କୃତି ପ୍ରତିଯୋଗୀମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟା ଚିନ୍ମୟୀ ଦାଶ, ସଞ୍ଜୁକ୍ତା ପଢିଆରୀ, ଭାଡିକିଳା ସମିତି ସଭ୍ୟ ପ୍ରଦୀପ ଭଟ୍ଟ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କମଳିନୀ ବେହେରା, ରବିନ୍ଦ୍ର କୁମାର ନାୟକ, ସମ୍ପାଦିକା ଜ୍ୟୋତ୍ସ୍ନାମଣୀ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ।ଆଜିର ପ୍ରତିଯୋଗିତାରେ ବରିଷ୍ଠ ବିଭାଗ ବିତର୍କ ରେ ଦିପୀକା ପ୍ରିୟଦର୍ଶିନୀ, ପ୍ରବନ୍ଧରେ ଦୀଷା ମିଶ୍ର, ଚିତ୍ରାଙ୍କନ ରେ ସୋନାଲୀ ସୁନ୍ଦରା,କୁଇଜ ରେ ବିଶେଷ କୁମାର ଆଚାର୍ଯ୍ୟ, ସୃଜନଶୀଳ ଲିଖନ ଦିପ୍ତୀରଶ୍ମୀତା, ବକ୍ତୃତା ରେ ପାୟଲ ପ୍ରିୟଦର୍ଶିନୀ ପରିଡ଼ା, ସଙ୍ଗୀତରେ ଓମ୍ ପ୍ରସାଦ ପାତ୍ର,କନିଷ୍ଠ ବିଭାଗରେ ଚିତ୍ରାଙ୍କନ ସ୍ନେହାଷିନୀ ପ୍ରିୟଦର୍ଶିନୀ, କୁଇଜ ରେ ରୁଦ୍ରନାରାୟଣ ବିଶ୍ୱାଳ,ସୃଜନଶୀଳ ଲିଖନରେ ଏସ୍ ଅନ୍ୱେଷା ରାଜନନ୍ଦିନୀ, ବକ୍ତୃତାରେ ତମନ୍ନା ପଟ୍ଟନାୟକ, ସଙ୍ଗୀତ ରେ ସାଇ ସିଦ୍ଧି ମିଶ୍ର, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ ରେ ପ୍ରିତିପ୍ରଜ୍ଞା ପ୍ରିୟଦର୍ଶିନୀ, ପୁଷ୍ଟିଶସ୍ୟ ର କୁଇଜ ରେ ଶୁଶ୍ରୀ ସୌମ୍ୟାଶ୍ରୀ ସାହୁ,bପ୍ରବନ୍ଧରେ ବିଜୟଲକ୍ଷ୍ମୀ ସାହୁ, ବକ୍ତୃତା ରେ ସଂଚିତା ମହାପାତ୍ର,ସାସ୍କୃତିକ କାର୍ଯ୍ୟକ୍ରମ ରେ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଉଦଯାପନୀ ପର୍ବ ରେ ମୁଖ୍ୟ ଅତିଥି ଡ. ଅରୁଣ କୁମାର ସାହୁ ମାନ୍ୟବର ବିଧାୟକ, ନୟାଗଡ଼, ସମ୍ମାନିତ ଅତିଥି ରୂପେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ, ଭାଡିକିଳା ଗ୍ରାମ ପଞ୍ଚାୟତ ସରପଞ୍ଚ ଗିତାଞ୍ଜଳୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନ ଦୋରା, ମୋ ସ୍କୁଲ ସଭାପତି ପାଣ୍ଡବ ସେଠୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମଣୀ ମଙ୍ଗରାଜ ମଞ୍ଚାସୀନ ଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଗଲା।ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ।ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ମିଶ୍ର, ଏନ ପି ଏସ୍ ସଭାପତି ନରେଶ ପାଣିଗ୍ରାହୀ, ଏକ୍ସକ୍ୟାଡର ସଭାପତି ଜୟକୃଷ୍ଣ ପ୍ରଧାନ, ଶୁଶେନ୍ଦୁ ଷଡ଼ଙ୍ଗୀ, ଲଳିତ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ସନ୍ତୋଷ ସାହୁ, ଟୁକୁନା ସେଠୀ, ସୁରେନ୍ଦ୍ର ଷଡ଼ଙ୍ଗୀ, ଚିତ୍ତରଞ୍ଜନ ମିଶ୍ର,ସୋମନାଥ ଚୌଧୁରୀ, ବିଜୟ ସେଠୀ, ମୋହନ ସାହୁ, ପରମାନନ୍ଦ ସ୍ୱାଇଁ, ପ୍ରଶାନ୍ତ ଦାଶ, ରାଜେଶ ଷଡ଼ଙ୍ଗୀ, ମିନାକ୍ଷୀ ସାହୁ, ପ୍ରଣତୀ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ରଞ୍ଜନ କୁମାର ଦାଶ, ଶ୍ରୀଧର ପରିଡ଼ା, ଭାବଗ୍ରାହୀ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଦେବାଶିଷ ଦାଶ ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ, ସମସ୍ତ ଶିକ୍ଷକ ସଂଘ ର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶାନ୍ତି ଶୃଙ୍ଖଳା ପାଇଁ ବିଦ୍ୟାଳୟର ସ୍କାଉଟ, ଗାଇଡ଼ ଓ କଲରପାର୍ଟି ସହଯୋଗ କରିଥିଲେ।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ...