ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଡିସେମ୍ବର ୩ ତାରିଖ ରବିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉପଲକ୍ଷ୍ୟେ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ସଙ୍ଗୀତଧାରା ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସୁରଗନ୍ଧର୍ବ ନବକିଶୋର ମିଶ୍ର,ଗୁରୁ ପ୍ରଭାତ ଦାଶ,ରଜନୀକାନ୍ତ ମହାପାତ୍ର,ନିର୍ମଳ ଶୂରଦେଓ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ସାହୁ,ପ୍ରଦୀପ୍ତ ରଥ,ଡ.ଆଶୁତୋଷ ମହାପାତ୍ର,ସ୍ୱପ୍ନେଶ୍ୱର ଜେନା,ବିଜୟାନନ୍ଦ ମହାପାତ୍ର,ଗୋପୀନାଥ ସେଠୀ,ଲକ୍ଷ୍ମୀଧର ମହାପାତ୍ର,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ବିଭିନ୍ନ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିଲେ । ନିଷ୍ପତ୍ତି ମୁତାବକ ଏହି ପ୍ରତିଯୋଗୀତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ରେ ବିଜେଡି ଯୁବ ଓ ଛାତ୍ର କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ବିଜୁ ଯୁବ ଓ ଛାତ୍ର ସଂଗଠନକୁ ନେଇ ଏକ କର୍ମଶାଳା ତଥା ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ତତ୍ୱାବଧାନ ତଥା ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଜେଡି ରାଜ୍ୟ ଛାତ୍ର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ନବୀନ ଓଡ଼ିଶାର ସାରଥି ହେବା ପାଇଁ ଛାତ୍ର ଓ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଛାତ୍ର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଯୁବ ବିଜେଡି ରାଜ୍ୟ ସଭାପତି ତଥା ଚାନ୍ଦବାଲି…
Read Moreଓଡ଼ଗାଁ କଲେଜରେ ରକ୍ତଦାନ ଶିବିର: ୧୨୦ ୟୁନିଟ ରକ୍ତ ସଂଗ୍ରହ
ଓଡଗାଁ, (ନୟାଗଡ଼ ଦର୍ପଣ): ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୋଟ ୧୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିରରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ତହସିଲଦାର ମାନସ ରଞ୍ଜନ ଭୋଇ,ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ,ପରିଚାଳନା ପରିଷଦ ସଭାପତି ସୁରେଶ ଚନ୍ଦ୍ର ହୋତା,ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ସରପଞ୍ଚ ସସ୍ମିତା ପାତ୍ର,ସୁଶ୍ରୀ ଶ୍ରାବଣୀ ବିଶ୍ୱାଳ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଡ଼ ନରେଶ କୁମାର ନାୟକ ରକ୍ତ ପରୀକ୍ଷା କରିଥିବାବେଳେ ନୟାଗଡ଼ ରକ୍ତ…
Read Moreଓଡ଼ଗାଁ କଲେଜରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଓ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୧ କୋଟି ୫୦ ଲକ୍ଷ ବ୍ୟୟ ଅଟକଳରେ ନୂତନ ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ଓ ୧୨ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ନୂତନ ପାନୀୟ ଜଳ ବିତରଣ କେନ୍ଦ୍ର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ,ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ,ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସୁର୍ଯ୍ୟମଣି ସାହୁ,ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ…
Read Moreସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭୁବନେଶ୍ୱରର ଜଗା ଇଉନାଇଟେଡ଼ କ୍ଲବ ବିଜୟୀ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଲଡୁକେଶ ଆଥେଲଟିକ ଅସୋସିଏସନ ଆନୁକୂଲ୍ୟରେ ସାତଦିନ ବ୍ୟାପି ସର୍ବଭାରତୀୟ ଫୁଟୁବଲ ଟୁର୍ଣ୍ଣ।ମେଣ୍ଟର ଆଜି ଶେଷ ଦିନର ଫାଇନାଲ ମ୍ୟାଚ ଜଗା ଇଉନ।ଇଟେଡ଼ କ୍ଲବ ଭୁବନେଶ୍ୱର ସହିତ ଏଜି ରିକରେସନ କ୍ଲବ ଭୁବନେଶ୍ୱର ସହିତ ହୋଇଥିଲା । ଆଜି ର ଚିତାକର୍ଷକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରେ ପ୍ରଥମ।ର୍ଦ୍ଧାରେ ଜଗା ଇଉନ।ଇଟେଡ଼ ଦଳ ତିନୋଟି ସ୍କୋର ମାରିଥିବା ବେଳେ ଏଜି ରିକରେସନ ଦଳ କୌଣସି ଗୋଲ ଦେଇପାରିନଥିଲେ ।ଖେଳର ଦ୍ୱିତୀୟ।ର୍ଦ୍ଧାରେ ଅତି ଚମତ୍କାର ଭାବରେ ଏଜି ରିକରେସନ ଦଳ ତିନୋଟି ଗୋଲ କୁ ସୁଝାଇ ଦେଇ ଉଭୟ ଦଳ ତିନି ତିନି ସ୍ଥିତିରେ ରହିଥିଲେ ।କିନ୍ତୁ ଖେଳର ଶେଷ ମୁହୂର୍ତ୍ତରେ ଜଗା ଇଉନ।ଇଟେଡ଼ ଦଳ ଲାଗ ଲାଗ ଆଉ ଦୁଇଟି ଗୋଲ ସ୍କୋର କରିଥିଲେ ।ଏହି ଉତ୍କଣ୍ଠା…
Read Moreମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)-ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ସୋଲପଟାରେ ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ୨୮ତମ ମଣ୍ଡଳସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ସର୍ବମୋଟ ୧୮୪ ଟି ପ୍ରକଳ୍ପକୁ ନେଇ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ସମିତି ସଭ୍ୟ ବିନୟ କୁମାର ବରାଡ଼,ଦେବେନ୍ଦ୍ର ସୂତାର,ଏବିଇଓ ରବୀନ୍ଦ୍ର କୁମାର ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁବେର ନାୟକ ଆଦି ଯୋଗ ଦେଇ କୁନି ବିଜ୍ଞାନୀମାନଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ ମେଳା ସମ୍ପାଦକ ତଥା ସୋଲପଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ.ଗିରିଜା ଶଙ୍କର ମହାପାତ୍ର ବିବରଣୀ ପାଠ କରିଥିଲେ।ଅଧ୍ୟାପକ ପ୍ରସନ୍ନ କୁମାର ଦାଶ,ଅଧ୍ୟାପକ ପଦ୍ମଲୋଚନ ମହାପାତ୍ର,ଅଧ୍ୟାପକ ପବିତ୍ର ମୋହନ ସାହୁ,ପ୍ରଧାନଶିକ୍ଷକ ପ୍ରତାପ କୁମାର ଶତପଥି…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀ ଙ୍କ ଶିଳ୍ପ ପରିଭ୍ରମଣ
ଓଡଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟର ନବନ ଓ ଦଶମ ଶ୍ରେଣୀର ୭୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୧ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ଶ୍ରୀମତୀ ରୋଜାଲିନ ମିଶ୍ରଙ୍କ ସହାୟତା ରେ…
Read Moreସମ୍ବର୍ଦ୍ଧନା ପରିବାରର ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡିପଡା ଶିକ୍ଷାନୁଷ୍ଠାନ ଚାଣକ୍ୟ ପରିସରରେ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ବାର୍ଷିକ ଉତ୍ସବ ସାରସ୍ବତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ଶୁସାନ୍ତ କୁମାର ପାତ୍ରଙ୍କ ତତ୍ୱବାଧାନରେ ପାଞ୍ଚ ବର୍ଷ ଧରି ଅନୁଷ୍ଠିତ ଏହି ଉତ୍ସବରେ ସ୍ଥାୟୀ ସଭାପତି ନିରାକାର ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି, ପ୍ରାକ୍ତନ ମନସତ୍ତ୍ୱ ବିଭାଗ ପ୍ରଫେସର ପ୍ରତିଭା ମହାରଥୀ ମୁଖ୍ୟବକ୍ତା, ଡ଼ଃ ଗୀତଶ୍ରୀ ପ୍ରିୟମ୍ବଦା ଅଧ୍ୟାପିକା ଖଡ଼ିଆଳ ମହାବିଦ୍ୟାଳୟ ଓ ଅଧ୍ୟାପିକା ମହାଶ୍ୱେତା ସାହୁ ସୁଶୀଳା ଦେବୀ ବାଳିକା ମହାବିଦ୍ୟାଳୟ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଭାଷା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ…
Read Moreଆଦିବାସୀ ଆନ୍ଦୋଳନର ବିଜୟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଦିବାସୀ ଅଧିକାର ମଞ୍ଚର ଆହ୍ଵାନରେ କାଜୁ ପଦର ଉପରେ ପାରମ୍ପରିକ ଓ ନୀତିଗତ ଅଧିକାର ପାଇଁ ଚାଲିଥିବା ନୀତିଗତ ଆନ୍ଦୋଳନ ସଫଳତାର ସୋପାନ ଅତିକ୍ରମ କରିଛି। ଆଜି ଓଡଗାଁ ବ୍ଳକର ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ଓ ରୋହିବାଙ୍କ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ନୟାଗଡ଼ କଲେଜ ଠାରୁ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ପଟୁଆରରେ ଆସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷକ ନେତା ପବିତ୍ର ଇନ୍ଦ୍ରଜିତ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପଦର ଜମିରେ ହୋଇଥିବା ୧୧୦ହେକ୍ଟର କାଜୁ ଫଳନ୍ତି ଫସଲକୁ ବନ ଉନ୍ନୟନ ନିଗମ ମାତ୍ର ୧୦ହଜାର ଟଙ୍କାରେ ତିନିବର୍ଷ ପାଇଁ ବାହାର ଜିଲ୍ଲାର ମାଫିଆ ବେପାରୀଙ୍କୁ ନିଲାମ ଦେବା ଏବଂ ଗ୍ରାମବାସୀଙ୍କ…
Read Moreଶିଶୁ ଦିବସରେ ପିଲାଙ୍କ ସହ ନାଚିଲେ ବିଦ୍ୟାଳୟ ସଭାନେତ୍ରୀ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଶିଶୁଦିବସ ଅବସରରେ ଓଡ଼ଗାଁ ବ୍ଲକ୍ କ୍ଲଷ୍ଟର ଅନ୍ତର୍ଗତ କରଡା ହରିହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନବକିଶୋର ସାହୁଙ୍କ ସଭାପତିତ୍ୱରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ହରିହରପୁର ସରପଞ୍ଚ ବିଳାସିନୀ ଦେଈ ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଧୂପ ଦୀପ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ଅନ୍ୟତମ ଅତିଥି ରୂପେ ଏବିଇଓ ରବୀନ୍ଦ୍ର କୁମାର ନାୟକ,ସିଆରସିସି ଗୋଦାବରୀ ବସନ୍ତିଆ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜନାର୍ଦ୍ଦନ ପ୍ରଧାନ,ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ରାଜଲକ୍ଷ୍ମୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ।ଏ ଅବସରରେ ଛାତ୍ରଛାତ୍ରୀମାନେ ନୄତ୍ୟ ପରିବେଷଣ କରିବା ଭିତରେ ଏକ ରୋଚକ ଘଟଣା ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ବେଶ୍ ବିମୋହିତ କରିବା ସହ…
Read More