ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ)-ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ସୋଲପଟାରେ ମଣ୍ଡଳ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ୨୮ତମ ମଣ୍ଡଳସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ସର୍ବମୋଟ ୧୮୪ ଟି ପ୍ରକଳ୍ପକୁ ନେଇ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ, ସମିତି ସଭ୍ୟ ବିନୟ କୁମାର ବରାଡ଼,ଦେବେନ୍ଦ୍ର ସୂତାର,ଏବିଇଓ ରବୀନ୍ଦ୍ର କୁମାର ନାୟକ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁବେର ନାୟକ ଆଦି ଯୋଗ ଦେଇ କୁନି ବିଜ୍ଞାନୀମାନଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ ମେଳା ସମ୍ପାଦକ ତଥା ସୋଲପଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ.ଗିରିଜା ଶଙ୍କର ମହାପାତ୍ର ବିବରଣୀ ପାଠ କରିଥିଲେ।ଅଧ୍ୟାପକ ପ୍ରସନ୍ନ କୁମାର ଦାଶ,ଅଧ୍ୟାପକ ପଦ୍ମଲୋଚନ ମହାପାତ୍ର,ଅଧ୍ୟାପକ ପବିତ୍ର ମୋହନ ସାହୁ,ପ୍ରଧାନଶିକ୍ଷକ ପ୍ରତାପ କୁମାର ଶତପଥି ଓ ନିତ୍ୟାନନ୍ଦ ଦାସ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ବରିଷ୍ଠ ବିଭାଗରୁ ଶରଣକୁଳ କେଏସବି ପବ୍ଲିକ ସ୍କୁଲର ପ୍ରିସ୍କିଲା ବେହେରା,କୋମଣ୍ଡ ଉଚ୍ଚ ବିଦ୍ୟାଳୟର ସତ୍ୟମ୍ ଦାଶ,କଜଳାଇପଲ୍ଲୀ ଲୋକବିଦ୍ୟାପୀଠର ସ୍ୱପ୍ନାରାଣୀ ବେହେରା, ଆଖୁପଦର ଆଦର୍ଶ ବିଦ୍ୟାଳୟର ଓଁକାର ଆଚାରୀ,ଓଡ଼ଗାଁ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ସୁହାନୀ ବେହେରା ଓ କନିଷ୍ଠ ବିଭାଗରୁ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଶରଣକୁଳର ଅଶ୍ୱିନୀ କୁମାର ସ୍ୱାଇଁ, ଗୋତିସାହି ପ୍ରାଥମିକ ବିଦ୍ୟାଳୟର ବାପୁନ୍ ବାରିକ,ଦଣ୍ଡୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତମନ୍ନା ପଟ୍ଟନାୟକଙ୍କୁ ଆସନ୍ତା ୫ ଓ ୬ ତାରିଖରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ମେଳା ପାଇଁ ଚୟନ କରିଥିଲେ।

ଉଦଯାପନୀ ପର୍ବରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ,ଏବିଇଓ କମଳିନୀ ବେହେରା,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭକ୍ତ ରଞ୍ଜନ ମିଶ୍ର, ଏନପିଏସ୍ ସଭାପତି ନରେଶ ପାଣିଗ୍ରାହୀ,ମୋ ସ୍କୁଲ ସଭାପତି ଲିଟୁ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୄତି ବାଲ୍ ବିଜ୍ଞାନୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ଯଶୋବନ୍ତ ପଟ୍ଟନାୟକ ପ୍ରମୁଖ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ରାଜକିଶୋର ସେଠୀ, ସୁଶେନ୍ଦୁ ଷଡ଼ଙ୍ଗୀ, ଦେବାଶିଷ ଦାଶ, ଲଳିତ ମୋହନ ମିଶ୍ର, ସୁରେନ୍ଦ୍ର ଷଡ଼ଙ୍ଗୀ, ଜୟକୃଷ୍ଣ ପ୍ରଧାନ, ଶ୍ରୀଧର ପରିଡ଼ା, ପରମାନନ୍ଦ ସ୍ୱାଇଁ ସହଯୋଗ କରିଥିଲେ।

Related posts