ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡରେ ଅବସ୍ଥିତ ରୋଟାରୀ କ୍ଳବ୍ ପରିସରରେ ଆଜି ଏକ ସ୍ବାସ୍ଥ୍ଯ ଶିବିର ଅନୁଷ୍ଠିତ ହୋଇ ଯାଇଛି।ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ସହାୟତା ରେ ଆୟୋଜିତ ଏହି ସ୍ବାସ୍ଥ୍ଯ ଶିବିରରେ ଏକ ଶହରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ। କଳିଙ୍ଗ ହସ୍ପିଟାଲ ର ଅର୍ଥୋପେଡିକ୍ ଡାକ୍ତର ଗୟାଧର ବେହେରା ଓ ଗ୍ଯାଷ୍ଟ୍ରୋ ସର୍ଜରୀ ଡାକ୍ତର ପ୍ରଦୀପ କୁମାର ସେଠୀ ରୋଗୀ ମାନଙ୍କୁ ପରାମର୍ଶ ଦେଇଥିଲା ବେଳେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ ଖାନ୍, ସମ୍ପାଦକ ରୋଟାରିଆନ୍ ଶ୍ରୀଧର ସାହୁ, ରୋଟାରିଆନ୍ ସୁବୋଧ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ, ରୋଟାରିଆନ୍ ଜି ରଶ୍ମିରାଜ, ରୋଟାରିଆନ୍ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Related posts
-
ମଡେଲ ଡିଗ୍ରୀ କଲେଜରେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର... -
ନୟାଗଡ଼ରେ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରକାରୀ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜୋନାଲ ସ୍ତରୀୟ ବିଜ୍ଞାନ ଡ୍ରାମା... -
ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା,୨୬୩ ଜଣ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ...