ସ୍ୱୀକୃତି ଦେଲାନି ଜାତି, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ଗ୍ରାମରେ। ସୂଚନା ମୁତାବକ, ମଧ୍ୟଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ମଦନପୁର ଗ୍ରାମର ସୁମିତ୍ରା ନାୟକ(୧୯) ସେହି ପଞ୍ଚାୟତର ବିଘ୍ନେସ୍ୱର ମାଝୀ(୨୨)ଙ୍କୁ ପ୍ରେମ କରି ଆସୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଉଭୟଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରିଥିଲେ ମଧ୍ୟ ଉଭୟ ପରିବାର ପକ୍ଷରୁ ବାରଣ କରାଯାଇଥିଲା । ଏହାକୁ ସହ୍ୟ
ନକରିପାରି ଝିଅ ସୁମିତ୍ରା ସୋମବାର ରାତ୍ର ସମୟରେ ଆତ୍ମହତ୍ୟା କରିଦେଇଥିଲା। ପ୍ରମାଣ ନଷ୍ଟ କରିବାକୁ ଯାଇ ପରିବାର ଲୋକେ ସୁମିତ୍ରାକୁ ରାତାରାତି ପୋଡି ଦେଇଥିଲେ। ସୁମିତ୍ରାର ମୃତ୍ୟୁ ଖବର ପାଇ ତହିଁ ଅରଦିନ ଅର୍ଥାତ ମଙ୍ଗଳବାର ଦିନ ସକାଳ ସମୟରେ ବିଘ୍ନେଶ୍ୱର ନିଜେ ଆତ୍ମହତ୍ୟା କରିଦେଇଥିଲା। ଏହା ଜାଣି ପାରିବା ପରେ ପୁଅର ପରିବାର ଲୋକେ ବିଘ୍ନେସ୍ୱରକୁ ପୋଡି ଦେଇଥିଲେ। ଏହି ଘଟଣା ନିଆଁ ବେଗରେ ବ୍ୟାପି ଯାଇଥିଲା କଥା ଜଣା ପଡିବା ପରେ ଦଶପଲ୍ଲା ପୋଲିସ ପହଁଚିବା ପରେ ସବୁ କିଛି ସରିଯାଇ ଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଡ଼ନ୍ତ ଜାରି ରଖିଛି ।

Related posts