୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ବିଧାୟକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ସାରା ରାଜ୍ୟରେ ଲୋକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରିଥିବା ବେଳେ ଦଶପଲ୍ଲା ବ୍ଲକ ଓ ଗଣିଆ ବ୍ଲକ ପାଇଁ ନୂତନ ୩ଗୋଟି ୧୦୮ ଆମ୍ବୁଲାନ୍ସ ଗାଡି ଯୋଗାଇ ଦିଆଯାଇଛି। ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଆନୁଷ୍ଠାନିକଭାବେ ରିବନ କାଟି ସବୁଜ ପତାକା ଦେଖାଇ ସାଧାରଣ ଲୋକଙ୍କ ହିତ ପାଇଁ ଲୋକାର୍ପିତ୍ କରିଛନ୍ତି। ଏହି ୩ଗୋଟି ଆମ୍ବୁଲାନ୍ସ ମଧ୍ୟରୁ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଓ ବାଣୀଗୋଛା ସବ -ସେଣ୍ଟର ପାଇଁ ୨ ଗୋଟି ଓ ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ସବ ସେଣ୍ଟର ପାଇଁ ଗୋଟିଏ ଆମ୍ବୁଲାନ୍ସ୍ ଉଦ୍ଧିଷ୍ଟ ଅଟେ । ଏହି ଲୋକାର୍ପଣ ସମୟରେ ବିଧାୟକଙ୍କ ସମେତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ ଓ ଅନ୍ୟାନ୍ୟ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Related posts