ନୟାଗଡ଼/ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ମହାମହୀମ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀ ଲାଲ ଖଣ୍ଡପଡ଼ା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତଏ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଜମ ପ୍ରଚେଷ୍ଟା, ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ…
Read MoreCategory: ଗଣିଆ ବ୍ଲକ
ସେବା ପରିବାରର ବନ୍ଧୁ ମିଳନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ନିକଟସ୍ଥ ଝରଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବିଶିଷ୍ଠ ସମାଜସେବୀ ବଂଶୀଧର ସାହୁ, ଦାମୋଦର ସାହୁ, ସମାଜ ଜିଲ୍ଲାପ୍ରତିନିଧି ଶୁଭେନ୍ଦୁ ଦାଶ, ସମାଜସେବୀ ସନ୍ତୋଷ ପ୍ରଧାନ,…
Read Moreକିଶୋର କିଶୋରୀଙ୍କୁ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନାଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କିଶୋର କିଶୋରୀଙ୍କ ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା। ବିଶେଷଭାବରେ ଆଦ୍ଵିକା କାର୍ଯକ୍ରମ, ଆଶୀର୍ବାଦ ଯୋଜନା, ଦୀନଦୟାଲ ଉପଧାୟ ଗ୍ରାମୀଣ କୌଶଳ ଯୋଜନା, ଜୀବନ କୌଶଳଶିକ୍ଷା, ଆର୍ଥିକ ସ୍ବାକ୍ଷରତା ଉପରେ ବିଶେଷ ଭାବରେ ଗୁରୁତ୍ଵାରୋପ କରାଯାଇଥିଲା। କିଶୋର କିଶୋରୀମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡଜେନା, ଏସ ଡେପୁଟି ସିଇଓ- ଓରମାସ ଶ୍ରୀ ପ୍ରବିନ କୁମାର ଝା, ସ୍କିଲ କୋଡିନେଟର- କେଲୁଚରଣ ସେଠୀ,…
Read Moreଦ୍ୱିତୀୟ ଦିବସରେ ଧର୍ମଘଟ, ଦଶପଲ୍ଲା ବନ୍ଦ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଆହୂତ ଦୁଇ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଦ୍ୱିତୀୟ ଦିବସରେ ମଧ୍ୟ ଦଶପଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ କୃଷକ ଓ ଶ୍ରମିକ ସଂଗଠନର କର୍ମୀମାନେ ଦଶପଲ୍ଲା ବ୍ଲକ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇ ବସି ରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଫଳରେ ସ୍ଥାନୀୟ ବିଚାର ବିଭାଗ ଅଦାଲତ, ତହସିଲ ଅଫିସ୍, ସବ ରେଜିଷ୍ଟ୍ରାର ଅଫିସ୍, ଟ୍ରେଜେରି ଅଫିସ୍, ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଜୀବନ ବୀମା ଅଫିସ୍, ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ସମେତ ଡାକଘର, ବିଦ୍ୟୁତ୍ ଓ…
Read Moreନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ‘ବିଶ୍ୱ ନାଟ୍ୟ ଦିବସ’ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ନୟାଗଡ଼ ନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ଏକ ଆଲୋଚନା ଚକ୍ର ନୟାଗଡ଼ ସହର ଉପକଣ୍ଠ ମୁକ୍ତାପୁର ନିକଟସ୍ଥ ଶୁଭମ ପାର୍କଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ର ‘ବିଶ୍ୱରେ ଯେତେ ବିଧିମତ, ମଞ୍ଚରେ ଅଛନ୍ତି ସମସ୍ତ’ ଉପରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ନାଟ୍ୟଧାରା ପକ୍ଷରୁ ଚଳିତ ମାସ ୧ରୁ ୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ଦିନ ଧରି ନୟାଗଡ଼ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ବେଶ ଲୋକପ୍ରିୟତା ହାସଲ କରିଥିବା ନେଇ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପିତ କରିଥିଲେ । ନାଟ୍ୟଧାରାର ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ.…
Read Moreନୟାଗଡ଼ରେ “ମଞ୍ଚାୟନ”ତରଫରୁ ‘ବିଶ୍ୱ ନାଟ୍ୟ ଦିବସ’ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ “ମଞ୍ଚାୟନ” ତରଫରୁ ସ୍ଥାନୀୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହ ପରିସରରେ ପାଳିତ ହୋଇଯାଇଛି ‘ବିଶ୍ୱ ନାଟ୍ୟ ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭାରତୀୟ ନାଟ୍ୟ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କଳାକାର ର ଜୀବନ ହେଉଛି ସମର୍ପିତ ଜୀବନ।ବିନା କୃତ୍ରିମତାରେ ପ୍ରାକୃତିକ ଉତ୍ସକୁ ଯିଏ ତୋଳିଧରେ ସେ ହିଁ ପ୍ରକୃତ କଳାକାର। ସାଧାରଣତଃ ଐକ୍ୟ, ସାଂସ୍କୃତିକ ଚେତନାରୁ ଆସିଥାଏ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ। ପ୍ରଥମ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ର ସଂସ୍କୃତି ପୁରୁଷ , ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ନୟାଗଡ଼ର ନାଟ୍ୟ ପରମ୍ପରାର ଉପରେ…
Read Moreନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ବ୍ଲକ ସ୍ତରୀୟ କର୍ମଶାଳା ତଥା ସମ୍ମିଳନୀ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସମନ୍ୱୟ ସମିତିର ସଭାପତି ରଘୁନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷକମାନେ ସମାଜର ମେରୁଦଣ୍ଡ ତଥା ଶିକ୍ଷକମାନେ ସମାଜର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,…
Read Moreଗୟଳ ଆକ୍ରମଣରେ ନୂଆସାହିର ତିନି ଗୁରୁତର
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମ ନୂଆସାହିର କିଶୋର ଦଳବେହେରାଙ୍କ ସ୍ତ୍ରୀ ସୁନୀତା ଦଳବେହେରା ଏବଂ ସବିତ ଯାନୀଙ୍କ ସ୍ତ୍ରୀ ଲାବଣ୍ୟ ଯାନୀ ମିଶି ଗାଁ ନିକଟ ନଦୀକୁ ଗାଧେଇବାକୁ ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଗୟଳ ଜଙ୍ଗଲରୁ ଆସି ସୁନୀତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସୁନିତାଙ୍କ ଜଂଘରେ ଗଭୀର କ୍ଷତ ଲାଗିଛି। ତାଙ୍କୁ ଦେଖି ଲାବଣ୍ୟ ଭୟରେ ଏକ ବାଉଁଶ ବୁଦା ଭିତରେ ପଶିଯାଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗାଁ ଲୋକେ ଘଟଣା ସ୍ଥଳକୁ ଯିବାବେଳେ ଗୟଳ ଭୟଭୀତ ହୋଇ ସେଠାରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପ୍ରଥମେ ସୁନୀତାକୁ ଉଦ୍ଧାର କରି ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଲାବଣ୍ୟକୁ ବାଉଁଶ ବୁଦା ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍କ…
Read Moreଓଡ଼ଗାଁରେ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ବ୍ଲକ ଏବଂ ନୟାଗଡ଼ ପୌରପରିଷଦର ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସମସ୍ତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜନପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ରାଜନୀତି ହେଉଛି ସମାଜସେବାର ଉତ୍କୃଷ୍ଟ ମାଧ୍ୟମ, ସର୍ବଦା ଧୀର, ସ୍ଥିର ଓ ବିନମ୍ରତାର ସହ ଅହଂକାରଠାରୁ ଦୂରେଇ ରହି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଜଣେ ଜନପ୍ରତିନିଧିର ପରମ କର୍ତ୍ତବ୍ୟ। ନିର୍ବାଚନ ଲଢ଼ିବା ସମୟରେ ଜଣେ ନେତାର ଯେଉଁ ମନୋବୃତ୍ତି ଥାଏ ସେହି ମନୋବୃତ୍ତି ସହିତ ଆଗାମୀ ୫ ବର୍ଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ…
Read Moreଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ
ନୟାଗଡ଼,(ନୟାଗଡ଼ ଦାର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ (TIER-III) ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ରାଜୀବ କୁମାର ତ୍ରିପାଠୀ, ସଞ୍ଜୟ କୁମାର ନାୟକ, ଶ୍ରୀ ସଚିଦାନନ୍ଦ ପୃଷ୍ଟି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସୁରେଶ ପ୍ରଧାନ, ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ…
Read More