ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ମିଶନ ଶକ୍ତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଶଙ୍କର ଜେନାଙ୍କ ଅଧ୍ଯକ୍ଷତାରେ କିଶୋର କିଶୋରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କିଶୋର କିଶୋରୀଙ୍କ ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରଯାଇଥିଲା। ବିଶେଷଭାବରେ ଆଦ୍ଵିକା କାର୍ଯକ୍ରମ, ଆଶୀର୍ବାଦ ଯୋଜନା, ଦୀନଦୟାଲ ଉପଧାୟ ଗ୍ରାମୀଣ କୌଶଳ ଯୋଜନା, ଜୀବନ କୌଶଳଶିକ୍ଷା, ଆର୍ଥିକ ସ୍ବାକ୍ଷରତା ଉପରେ ବିଶେଷ ଭାବରେ ଗୁରୁତ୍ଵାରୋପ କରାଯାଇଥିଲା। କିଶୋର କିଶୋରୀମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ଏଥି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ରନାଥ ବଡଜେନା, ଏସ ଡେପୁଟି ସିଇଓ- ଓରମାସ ଶ୍ରୀ ପ୍ରବିନ କୁମାର ଝା, ସ୍କିଲ କୋଡିନେଟର- କେଲୁଚରଣ ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଦସ୍ୟା- ଶ୍ରୀମତୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା କର୍ମନିଯୁକ୍ତି ସ୍କିଲ କୋଡିନେଟର- ରୀତାଞ୍ଜଳି ପ୍ରଧାନ, ପିଓଆଇସି- ସତ୍ୟ ରଞ୍ଜନ ଦାଶ ଆଦି ଉପସ୍ଥିତ ଥିଲେ। କାର୍ଯକ୍ରମ ଟିକୁ ଜିଲ୍ଲା ପରାମର୍ଶ ଦାତ୍ରୀ ଇପ୍ସିତା ଅଗ୍ରୱାଲ ସଂଯୋଜନା କରିଥିଲେ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...