ଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଆରମ୍ଭ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀମହାବୀରଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା କାରିଗରୀ ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଜନ୍ମ ମଣ୍ଡପକୁ ବିଜେ କରିବା ପରେ ଜନ୍ମବିଧି ହୋମଯଜ୍ଞ କରାଯାଏ । ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ଧ, ମାଳି, ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ…

Read More

ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୪ଯୁବକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଡକାୟତି ଉଦ୍ୟମ ବେଳେ ୪ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ ଭାଇ ବୋଲି ଜଣାଯାଇଛି । ୪ ଜଣ ଯାକ ଦେବୋତ୍ତର କଲୋନୀରେ ଡକାୟତି କରିବା ଉଦେଶ୍ୟରେ ବୁଲୁଥିବା ବେଳେ ପୁଲିସ ହାଡ଼ୁଡ଼ରେ ପଡ଼ିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ସ୍କୃଡ୍ରାଇଭର, ଗୋଟିଏ ଅଫୁଟା ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।

Read More

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସଚେତନତା ଓ ପୋଷାକ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟର କୁନିକୁନି ପିଲା ଓ ମହିଳାମାନଙ୍କୁ ପୋଷାକ ବିତରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୋତର ନିକଟରେ ରହୁଥିବା କିଛି ପରିବାରକୁ ପୋଷାକ ବିତରଣ ପରେ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିୟମିତ ନଖ, ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସେମାନଙ୍କୁ ବୁଝାଇଥିଲେ। ଏହି ପରିବାରର ସଦସ୍ୟମାନଙ୍କ ପାଇଁ ପକ୍କା ଘର ସାତ ସ୍ୱପ୍ନ ତେଣୁ ସେମାନେ ପାଇଖାନାର ବ୍ୟବହାର ମଧ୍ୟ ଜାଣି ନାହାନ୍ତି। ତେଣୁ ପରିବାର ସମସ୍ତ ସଦସ୍ୟମାନେ ଏଣେତେଣେ ଝାଡ଼ା ନ ଫେରି…

Read More

ଗଞ୍ଜେଇ ଚୋରାଚାଲାଣ ବେଳେ ଦମ୍ପତି ଗିରଫ, କାର ସହ ୨ବସ୍ତା ଗଞ୍ଜେଇ ଜବତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ଚୋରା ଚାଲାଣ ବେଳେ ନୟାଗଡ଼ ଟାଉନ୍ ଥାନା ପୁଲିସ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ହେଉଥିବା କାର୍‌ ସମେତ ସେମାନଙ୍କ ନିକଟରୁ ୫୩ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ। ଅଭିଯୁକ୍ତ ଦମ୍ପତି ହେଉଛନ୍ତି ଜୟନ୍ତ କର ଓ ରଶ୍ମିତା କର। ସେମାନଙ୍କ ଘର ଶରଣକୁଳ ଥାନା ସାନଗୋରଡ଼ା ଏବଂ ଏମାନେ ନୟାଗଡ଼ର ଘଡୁଆଳରେ ଭଡ଼ାଘରେ ରହୁଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଟାଉନ୍ ଥାନା ଏସ୍‌ଆଇ ଏସ୍ କେ ଦାଶ ଏବଂ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବାଳେ ଖମାରସାହି ନିକଟରୁ ଏମାନଙ୍କୁ ଧରିଥିଲେ। ଦଶପଲ୍ଲା ପାର୍ଶ୍ଵରୁ ଏମାନେ ଏକ କାର୍ ଯୋଗେ ଆସୁଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀଙ୍କ ସନ୍ଦେହ ହେବାରୁ କାର୍ ଯାଞ୍ଚ କରାଯିବା ପରେ ଡିକିରୁ ୨ବସ୍ତା ଗଞ୍ଜେଇ…

Read More

ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏସ.ଆଇ କ୍ଷେତ୍ରରେ ଅଦଳବଦଳ ହୋଇଥିବାବେଳେ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଟାଉନ୍ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କର ଇଟାମାଟି ଥାନା, ଦଶପଲ୍ଲା ଥାନାର ଏସ.ଆଇ ଚକ୍ରଧର ସିଂହଙ୍କର ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ାଙ୍କର ରଣପୁର ଥାନା, ଓଡ଼ଗାଁ ଥାନା ଏସ୍ଆଇ ସ୍ନେହଲତା ପ୍ରଧାନଙ୍କର ଦଶପଲ୍ଲା ଥାନା, ରଣପୁର ଥାନା ଏସ୍‌ଆଇ ପ୍ରୀତିପ୍ରକାଶ ମହାନ୍ତିଙ୍କର ନୟାଗଡ଼ ଟାଉନ୍ ଥାନା, ରଣପୁର ଥାନା ଏସ୍‌ଆଇ ପୁରୁଷୋତ୍ତମ ପ୍ରଧାନଙ୍କର ଚାନ୍ଦପୁର ଥାନା, ଚାନ୍ଦପୁର ଥାନାର ଏସ୍‌ଆଇ ଦୁର୍ଯ୍ୟୋଧନ ପଲେଇଙ୍କର ରଣପୁର ଥାନା, ଫତେଗଡ଼ ଥାନାର ଏସଆଇ ନିରଞ୍ଜନ କିଶୋର ବଡ଼ଜେନାଙ୍କର ଶରଣକୁଳ ଥାନା ଓ ବାଣିଗୋଛା ଥାନା ଏସଆଇ ରମେଶଚନ୍ଦ୍ର ଜେନାଙ୍କର ଫତେଗଡ଼ ଥାନାକୁ ବଦଳି ହୋଇଥିବା ଜଣାପଡିଛି।

Read More

ଜାତୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜାତୀୟ ନିର୍ଦ୍ଦେଶକଙ୍କ ନୟାଗଡ଼ ଗସ୍ତ ଓ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏହାର ତାଲିମ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଗ୍ରାମୀଣ ବିକାଶ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ବିପୁଳ ଚନ୍ଦ୍ର ସାହା, ନୋଡାଲ ଅଧିକାରୀ ଶ୍ରୀ କେ.ସି. କରୁଣାକର ଏବଂ ରାଜ୍ୟ ଗ୍ରାମୀଣ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଷ୍କର ଚନ୍ଦ୍ର ଖାଁଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ବୈଠକକୁ ସ୍ବାଗତ କରାଯାଇଥିଲା । ଏହି ବୈଠକରେ ନୟାଗଡ଼ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର(RSETI) ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଧ୍ୟ ଯୋଗଦେଇଥିଲେ । ଗ୍ରାମୀଣ ବିକାଶ ତାଲିମ ସଂସ୍ଥା ଦ୍ୱାରା ୨୫ଜଣ ଉପକୃତ ହୋଇଥିବା ବ୍ୟବସାୟୀ ଯୋଗଦେଇ ସେମାନେ ଯେଉଁ…

Read More

ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକଙ୍କୁ ଘରପାଖରେ ମେଡିକାଲ ସୁବିଧା ଯୋଗାଇବାକୁ ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା। ଶୁଭଦ୍ରା ମହତାବ ସେବାସଦନ ପକ୍ଷରୁ ନୟାଗଡ଼ ସିନ୍ଦୁରିଆ ଠାରେ ଏହି ମୋବାଇଲ ମେଡିକାଲ ସେବାର ଶୁଭ ଉଦଘାଟନ ହୋଇଛି। ଓଡିଶା ସରକାରଙ୍କ SSEPD ବିଭାଗ ସହାୟତାରେ ନୟାଗଡ଼ ସିନ୍ଦୁରିଆଠାରେ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିବା ବେଳେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଁହର ଏବଂ ସୁଭଦ୍ରା ମହତାବ ସେବାସଦନ ସମ୍ପାଦିକା ଅନିତା ମଞ୍ଜରୀ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ମେଡିକାଲ ସେବା ବରିଷ୍ଠ ନାଗରିକମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆଜିର…

Read More

ଦଶପଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା କୋର୍ଟ ପରିସରରେ ଥିବା ବାର ଲାଇବ୍ରେରୀ କକ୍ଷରେ ଆଜି ଦଶପଲ୍ଲା ବାର(ଓଡ଼ିଶା ବାର କାଉନସିଲ ସହବନ୍ଧିତ)ର ଚଳିତ ବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତା ମାନଙ୍କପାଇଁ ଏକ ସମ୍ବର୍ଦ୍ଧନା ସଭା ବରିଷ୍ଠ ଆଡଭୋକେଟ୍ ଗୌରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ ନବ ନିର୍ବାଚିତ ସଦସ୍ୟ ମାନଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କୁ ସ୍ବାଗତ କରିଥିଲେ। ନବ ନିର୍ବାଚିତ କର୍ମକର୍ତ୍ତା ମାନେ ହେଲେ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପାତ୍ର ସଭାପତି, ଶରତ ଚନ୍ଦ୍ର ବେହେରା ଉପ ସଭାପତି, ପ୍ରମୋଦ କୁମାର ସାହୁ ସମ୍ପାଦକ, ମାନସ କୁମାର ମହାକୁଡ଼ ଲାଇବ୍ରେରୀ ସମ୍ପାଦକ, ସୁନିଲ କୁମାର ପାତ୍ର କୋଷାଧ୍ୟକ୍ଷ, ସୁଦାମ ଚରଣ ପରିଡ଼ା ସହ ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର,…

Read More

ଦୁଇବର୍ଷ ପରେ ଧୁମଧାମରେ ପାଳନ ହେବ ମା ଦକ୍ଷିଣକାଳୀଙ୍କ ପଣା ଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି ।ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ ଶ୍ରୀ କିଷାନ୍ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର…

Read More

ଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ଓ ଚକ୍ଷୁ ରୋଗ ସଚେତନତା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଇ ଲେନ୍ସ କମ୍ପାନୀର ଶୁଭ ଉଦଘାଟନ ହେବା ସହିତ ଦୁଇ ଦିନିଆ ଚକ୍ଷୁ ରୋଗ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ଓଡ଼ିଶାର ମାନ୍ଯବର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ପ୍ରଥମ ମହିଳା ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇଥିଲେ। ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ଭୁବନେଶ୍ୱର ଅଗ୍ରଓ୍ୱାଲ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସୌମେନ୍ଦୁ ମହାନ୍ତି, ଡାକ୍ତର ଗରିମା ରଥ ଓ ଡାକ୍ତର ଈଶାନିରଗୁରକର୍ ଯୋଗଦେଇ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ। ନୟାଗଡ଼ ଲୋକନାଥ ନଗର ନିବାସୀ ଲକ୍ଷ୍ମଣ…

Read More