ଦୁଇବର୍ଷ ପରେ ଧୁମଧାମରେ ପାଳନ ହେବ ମା ଦକ୍ଷିଣକାଳୀଙ୍କ ପଣା ଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି ।ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ ଶ୍ରୀ କିଷାନ୍ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର ବିବରଣୀ ଦେବୋତର ପରିଚାଳକ ଶ୍ରୀ ତାପସ ରଂଜନ ପଟ୍ଟନାୟକ ପାଠ କରିଥିଲେ । ଚଳିତ ବର୍ଷ ପଣା ସଂକ୍ରାନ୍ତି ଯାତ୍ରା ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ମହୋଦୟ ଉପସ୍ଥିତ ସଦସ୍ୟମାନଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା ।

Related posts