ଦଶପଲ୍ଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା କୋର୍ଟ ପରିସରରେ ଥିବା ବାର ଲାଇବ୍ରେରୀ କକ୍ଷରେ ଆଜି ଦଶପଲ୍ଲା ବାର(ଓଡ଼ିଶା ବାର କାଉନସିଲ ସହବନ୍ଧିତ)ର ଚଳିତ ବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତା ମାନଙ୍କପାଇଁ ଏକ ସମ୍ବର୍ଦ୍ଧନା ସଭା ବରିଷ୍ଠ ଆଡଭୋକେଟ୍ ଗୌରଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ ନବ ନିର୍ବାଚିତ ସଦସ୍ୟ ମାନଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କୁ ସ୍ବାଗତ କରିଥିଲେ। ନବ ନିର୍ବାଚିତ କର୍ମକର୍ତ୍ତା ମାନେ ହେଲେ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପାତ୍ର ସଭାପତି, ଶରତ ଚନ୍ଦ୍ର ବେହେରା ଉପ ସଭାପତି, ପ୍ରମୋଦ କୁମାର ସାହୁ ସମ୍ପାଦକ, ମାନସ କୁମାର ମହାକୁଡ଼ ଲାଇବ୍ରେରୀ ସମ୍ପାଦକ, ସୁନିଲ କୁମାର ପାତ୍ର କୋଷାଧ୍ୟକ୍ଷ, ସୁଦାମ ଚରଣ ପରିଡ଼ା ସହ ସମ୍ପାଦକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଆଇନଜୀବୀ ଗୌରଚନ୍ଦ୍ର ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, କେଶବ ଚନ୍ଦ୍ର ମିଶ୍ର, ସମୀର କୁମାର ବାରିକ ଓ ବିନୋଦ ବିହାରୀ ମିଶ୍ରଙ୍କ ନାମ ଘୋଷଣା କରିଥିଲେ। ଏହା ପରେ ନବ ନିର୍ବାଚିତ କମିଟି ପକ୍ଷରୁ ସଭାପତି ସୁଶାନ୍ତ କୁମାର ପାତ୍ର ଓ ଉପ ସଭାପତି ଶରତ ଚନ୍ଦ୍ର ବେହେରା ସ୍ବାଗତ ସମ୍ବର୍ଦ୍ଧନାର ଉତ୍ତର ଦେଲାବେଳେ ଘୋଷଣା କରିଥିଲେ ଯେ ଆଗାମୀ ଦିନରେ ଖୁବଶୀଘ୍ର ଦଶପଲ୍ଲାରେ ବାର ହଲ ସହ ଯୁଡ଼ିଶିଆଲ ଟ୍ରାନଜିଟି ହାଉସ ସହିତ ଗଣିଆରେ କୋର୍ଟ ବିଲ୍ଡିଂ ହାଇକୋର୍ଟଙ୍କ ସହ ଯୋଗାଯୋଗ କରି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ଏବଂ ଦଶପଲ୍ଲାରେ ସନ୍ ଜଜ୍ କୋର୍ଟ ସ୍ଥାପନ ପାଇଁ ଉଦ୍ୟମ କରାଯିବ। ଏହା ବ୍ୟତୀତ ଦଶପଲ୍ଲାର ଜନ ସାଧାରଣ ଓ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଆହ୍ବାନ କରି ଏକ ମିଳିତ କାର୍ଯ୍ୟକ୍ରମ ଦଶପଲ୍ଲାକୁ ରେଭିନ୍ୟୁ ସବ ଡିଭିଜନ କରିବା ପାଇଁ ଖୁବଶୀଘ୍ର ବାର ଉଦ୍ୟମ କରିବ ବୋଲି ଘୋଷଣା କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Related posts