ନୟାଗଡ଼,(ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକଙ୍କୁ ଘରପାଖରେ ମେଡିକାଲ ସୁବିଧା ଯୋଗାଇବାକୁ ନୟାଗଡ଼ରେ ଆରମ୍ଭ ହେଲା ମୋବାଇଲ ମେଡିକାଲ ସେବା। ଶୁଭଦ୍ରା ମହତାବ ସେବାସଦନ ପକ୍ଷରୁ ନୟାଗଡ଼ ସିନ୍ଦୁରିଆ ଠାରେ ଏହି ମୋବାଇଲ ମେଡିକାଲ ସେବାର ଶୁଭ ଉଦଘାଟନ ହୋଇଛି। ଓଡିଶା ସରକାରଙ୍କ SSEPD ବିଭାଗ ସହାୟତାରେ ନୟାଗଡ଼ ସିନ୍ଦୁରିଆଠାରେ ଏହି ପ୍ରକଳ୍ପର ଶୁଭ ଉଦଘାଟନ କରାଯାଇଥିବା ବେଳେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଁହର ଏବଂ ସୁଭଦ୍ରା ମହତାବ ସେବାସଦନ ସମ୍ପାଦିକା ଅନିତା ମଞ୍ଜରୀ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ମେଡିକାଲ ସେବା ବରିଷ୍ଠ ନାଗରିକମାନଙ୍କୁ ଘର ଘର ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ନିଭାଇବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଆଜିର କାର୍ଯ୍ୟକ୍ରମକୁ ସକ୍ଷୀ ୱାନ ୱେ ଷ୍ଟପ ସେଣ୍ଟରର ପରିଚାଳିକା ରୋଜାଲିନ ମହାନ୍ତି ପରିଚାଳନା କରିଥିଲେ।

