ଜାତୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜାତୀୟ ନିର୍ଦ୍ଦେଶକଙ୍କ ନୟାଗଡ଼ ଗସ୍ତ ଓ ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI) ଆନୁକୂଲ୍ୟରେ ଏହାର ତାଲିମ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଗ୍ରାମୀଣ ବିକାଶ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ବିପୁଳ ଚନ୍ଦ୍ର ସାହା, ନୋଡାଲ ଅଧିକାରୀ ଶ୍ରୀ କେ.ସି. କରୁଣାକର ଏବଂ ରାଜ୍ୟ ଗ୍ରାମୀଣ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଷ୍କର ଚନ୍ଦ୍ର ଖାଁଙ୍କୁ ପ୍ରଥମେ ପୁଷ୍ପଗୁଚ୍ଛ ଦେଇ ବୈଠକକୁ ସ୍ବାଗତ କରାଯାଇଥିଲା ।

ଏହି ବୈଠକରେ ନୟାଗଡ଼ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର(RSETI) ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଧ୍ୟ ଯୋଗଦେଇଥିଲେ । ଗ୍ରାମୀଣ ବିକାଶ ତାଲିମ ସଂସ୍ଥା ଦ୍ୱାରା ୨୫ଜଣ ଉପକୃତ ହୋଇଥିବା ବ୍ୟବସାୟୀ ଯୋଗଦେଇ ସେମାନେ ଯେଉଁ ଯେଉଁ ବିଷୟରେ ତାଲିମ ନେଇ ମାସିକ କେତେ ରୋଜଗାର କରନ୍ତି ଏବଂ ନିଜ ପରିବାରର ଆର୍ଥିକ ଉନ୍ନତିରେ କିଭଳି ସାହାଯ୍ୟ ସହଯୋଗ କରିଛନ୍ତି ଖୁସିର ସହ ବ୍ୟକ୍ତ କରିଥିଲେ। ଏଥିରେ ଶ୍ରୀ ସାହା ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ମଧ୍ୟ କହିଥରଲେ ଯେ, ଅଂଚଳର ଅର୍ଥନୈତିକ ବିକାଶ ହେଲେ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ ସମ୍ଭବ। ଚାକିରିଆମାନଙ୍କର ଯେପରି ରୋଜଗାରର ସୀମା ଅଛି, ବ୍ୟବସାୟୀମାନଙ୍କର ସେପରି ସୀମା ନ ଥାଏ ବିର୍ଲା, ଡାଲମିଆ ସେମାନେ ଛୋଟରୁ ବଡ଼ ହୋଇଛନ୍ତି ।

ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆପଣମାନେ ଯେପରି ଆତ୍ମନିର୍ଭରଶୀଳ ହେଲେ ଗ୍ରାମାଂଚଳରେ ଥିବା ବେକାରୀ ଏବଂ ରୋଜଗାର ପାଇଁ ରାସ୍ତା ପାଉନଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆପଣମାନଙ୍କ ପରି ଆତ୍ମନିର୍ଭରଶୀଳ କରାଇପାରିଲେ ଅଂଚଳ, ରାଜ୍ୟ ତଥା ଦେଶର ବିକାଶ ଘଟିବ । ଟ୍ରେନର ଗୋପାଳ ବାବୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଅନୁମତି କ୍ରମେ ସଭା ସାଙ୍ଗ କରିଥିଲେ।

Related posts