ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଏସ.ଆଇ କ୍ଷେତ୍ରରେ ଅଦଳବଦଳ ହୋଇଥିବାବେଳେ ୮ଜଣ ସବ୍‌ଇନ୍ସପେକ୍ଟରଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଟାଉନ୍ ଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କର ଇଟାମାଟି ଥାନା, ଦଶପଲ୍ଲା ଥାନାର ଏସ.ଆଇ ଚକ୍ରଧର ସିଂହଙ୍କର ଓଡ଼ଗାଁ ଥାନା, ଓଡ଼ଗାଁ ଥାନା ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ାଙ୍କର ରଣପୁର ଥାନା, ଓଡ଼ଗାଁ ଥାନା ଏସ୍ଆଇ ସ୍ନେହଲତା ପ୍ରଧାନଙ୍କର ଦଶପଲ୍ଲା ଥାନା, ରଣପୁର ଥାନା ଏସ୍‌ଆଇ ପ୍ରୀତିପ୍ରକାଶ ମହାନ୍ତିଙ୍କର ନୟାଗଡ଼ ଟାଉନ୍ ଥାନା, ରଣପୁର ଥାନା ଏସ୍‌ଆଇ ପୁରୁଷୋତ୍ତମ ପ୍ରଧାନଙ୍କର ଚାନ୍ଦପୁର ଥାନା, ଚାନ୍ଦପୁର ଥାନାର ଏସ୍‌ଆଇ ଦୁର୍ଯ୍ୟୋଧନ ପଲେଇଙ୍କର ରଣପୁର ଥାନା, ଫତେଗଡ଼ ଥାନାର ଏସଆଇ ନିରଞ୍ଜନ କିଶୋର ବଡ଼ଜେନାଙ୍କର ଶରଣକୁଳ ଥାନା ଓ ବାଣିଗୋଛା ଥାନା ଏସଆଇ ରମେଶଚନ୍ଦ୍ର ଜେନାଙ୍କର ଫତେଗଡ଼ ଥାନାକୁ ବଦଳି ହୋଇଥିବା ଜଣାପଡିଛି।

Related posts