ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ଚୋରା ଚାଲାଣ ବେଳେ ନୟାଗଡ଼ ଟାଉନ୍ ଥାନା ପୁଲିସ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ହେଉଥିବା କାର୍ ସମେତ ସେମାନଙ୍କ ନିକଟରୁ ୫୩ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି ପୋଲିସ। ଅଭିଯୁକ୍ତ ଦମ୍ପତି ହେଉଛନ୍ତି ଜୟନ୍ତ କର ଓ ରଶ୍ମିତା କର। ସେମାନଙ୍କ ଘର ଶରଣକୁଳ ଥାନା ସାନଗୋରଡ଼ା ଏବଂ ଏମାନେ ନୟାଗଡ଼ର ଘଡୁଆଳରେ ଭଡ଼ାଘରେ ରହୁଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଟାଉନ୍ ଥାନା ଏସ୍ଆଇ ଏସ୍ କେ ଦାଶ ଏବଂ ତାଙ୍କ ଟିମ୍ ପାଟ୍ରୋଲିଂ କରୁଥିବାଳେ ଖମାରସାହି ନିକଟରୁ ଏମାନଙ୍କୁ ଧରିଥିଲେ। ଦଶପଲ୍ଲା ପାର୍ଶ୍ଵରୁ ଏମାନେ ଏକ କାର୍ ଯୋଗେ ଆସୁଥିଲେ। ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀଙ୍କ ସନ୍ଦେହ ହେବାରୁ କାର୍ ଯାଞ୍ଚ କରାଯିବା ପରେ ଡିକିରୁ ୨ବସ୍ତା ଗଞ୍ଜେଇ ବାହାରିଥିଲା।
ଗଞ୍ଜେଇ ଚୋରାଚାଲାଣ ବେଳେ ଦମ୍ପତି ଗିରଫ, କାର ସହ ୨ବସ୍ତା ଗଞ୍ଜେଇ ଜବତ
