ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀମହାବୀରଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା କାରିଗରୀ ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଜନ୍ମ ମଣ୍ଡପକୁ ବିଜେ କରିବା ପରେ ଜନ୍ମବିଧି ହୋମଯଜ୍ଞ କରାଯାଏ । ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ଧ, ମାଳି, ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ ହୋଇଥାଏ । ଗତ ୨ ବର୍ଷ ଧରି ମହାମାରୀ କରୋନା ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବିରାଟ ପ୍ରତିବନ୍ଧକ ଦେଖାଦେଇଥିବା ବେଳେ ଗତକାଲି ଶତାଧିକ ଶ୍ରଦ୍ଧାଳୁ ଉପବାସ ରହିବା ସହ ଘରେ ଘରେ ପୂଜା ଉପାସନା, ପୂର୍ଣ୍ଣକୁମ୍ଭ ଆଦି ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରି ପ୍ରଭୁକୃପା ଲାଭ କରିଛନ୍ତି।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...