ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ବର୍ଷ ୨୦୨୪-୨୫ ର ପ୍ରଥମ ଦିନ ଉତ୍ସବ ତଥା ଉତ୍କଳ ଦିବସ ମହାଆଡମ୍ବରରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିଶୁ ମାନଙ୍କର ଏବଂ ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ଯଜ୍ଞ ର ଆୟୋଜନ କରାଯାଇ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ଶ୍ରୀମତୀ ପ୍ରମୋଦିନୀ ମିଶ୍ର ଗୁରୁମା ଉତ୍କଳ ଦିବସର ମହାନତା ଏବଂ ଓଡ଼ିଶା ଭୂମିର ଗଠନ ଏବଂ ଏ ନିମନ୍ତେ ବିଭିନ୍ନ ମହାପୁରୁଷ ଙ୍କ ଅବଦାନ ବିଷୟ ରେ ବିହଙ୍ଗାବଲୋକନ କରାଇଥିଲେ । ଏବଂ କୁନି ଶିଶୁ ଭଉଣୀ ଯେଶିକା ବିଶ୍ୱଋପା ଓ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବେତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ୧୯୩୬ ଅପ୍ରେଲ ୧ ତାରିଖରେ ଓଡ଼ିଶା ତଥା ଉତ୍କଳ ପ୍ରଦେଶ ଭାଷାଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ପ୍ରତିବର୍ଷ ଓଡ଼ିଆମାନେ ଏହି ଦିନଟିକୁ ଉତ୍କଳ ଦିବସ ଭାବରେ ପାଳନ କରିଆସୁଛନ୍ତି। ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଭାପତିତ୍ବ ତଥା ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକଙ୍କ ସଂଯୋଜନାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍କଳ ପ୍ରଦେଶ ଉପରେ ଖୁବ୍ ସୁନ୍ଦର୍ ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ସବିତା ପଟ୍ଟନାୟକ ଓ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ, କ୍ରୀଡ଼ା ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ନନ୍ଦ ପ୍ରମୁଖ ଉତ୍କଳ ପ୍ରଦେଶ ଗଠନରେ ଯୋଗଜନ୍ମା ମହାପୁରୁଷ ମାନଙ୍କ ଅବଦାନ…

Read More

ନୟାଗଡ଼ ବ୍ଲକ ବିଜେଡ଼ି ଉପ ସଭାପତି ହେଲେ ସରିଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଭାବେ ବିଶିଷ୍ଟ ସମାଜସେବୀ ବିଜୁ ଜନତାଦଳର ଛାମୁଆ କର୍ମୀ ତଥା ସଂଗଠକ ସରିଫ ଖାଁଙ୍କୁ ବିଜୁ ଜନତା ଦଳର ନୟାଗଡ଼ ବ୍ଲକ ଉପସଭାପତି ଭାବେ ନିଯୁକ୍ତି ମିଳିଛି। ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ। ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦେଉଛନ୍ତି ପରାମର୍ଶ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ପଥକୁ ବିରୋଧୀ ବି ଆପଣାଇଲାଣି । ଅଧିକ ଦଳକୁ ସଂଗଠିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ନୟାଗଡ଼ ବ୍ଲକର ବିଜୁ ଜନତା ଦଳ ଉପ ସଭାପତି ଭାବେ ସିନ୍ଦୁରିଆ ଗ୍ରାମର ସରିଫ…

Read More

ସୁସ୍ଥ ଓ ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଡ. ଅରୁଣ କୁମାର ସାହୁ

ନୟାଗଡ଼ରେ ବିଶ୍ଵ ନାଟ୍ୟ ଦିବସ ପାଳିତ ନୟାଗଡ଼, (ନୟାଗଡ଼ ଦର୍ପଣ): ସମଗ୍ର ବିଶ୍ୱରେ ନାଟକର ମହତ୍ତ୍ଵକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଏଥିପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ବିଶ୍ୱ ନାଟ୍ୟ ଦିବସ। ନୟାଗଡର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଂଚାୟନ ତରଫରୁ ନ୍ୟୁ ଜନତା କଂପ୍ଳେକ୍ସ ପରିସରରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଡ. ଅରୁଣ କୁମାର ସାହୁ ଯୋଗଦେଇ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବଂର ସମାଜର ବାର୍ତ୍ତା ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ ବିଶେଷକରି ସୁସ୍ଥ ତଥା ସକାରାତ୍ମକ ସମାଜ ଗଠନରେ ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ। କମ୍ ସଂଖ୍ୟକ କଳାକାର, ନାଟ୍ୟକର୍ମୀ ଓ ଦର୍ଶକ ବହୁସଂଖ୍ୟକଙ୍କୁ ପ୍ରଭାବିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମଂଚାୟନର ଉପ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

Read More

ଓଡଗାଁ ଭାଜପାର ୧୮ପରିବାର ଓ ବହୁ ମହିଳା ନେତ୍ରୀ ବିଜେଡିରେ ସାମିଲ

ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ,ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ,ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତିଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି।ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ।ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ…

Read More

‘ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି: ଅରୂପ

ଡବଲ ଶଙ୍ଖ ଆହ୍ବାନ ଦେଲେ ଅରୂପ ଓ ଅରୁଣ ୪ ଶହ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପାର୍ଥି ଡ. ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ। ରାଜନୀତି ସହ ସେବା ମୋ ଜୀବନର ଲକ୍ଷ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ। କରୋନା ମହାମାରୀ ସମୟରୁ ‘ଓଡ଼ିଶା ମୋ ପରିବାର’ ସେବା ପାଇଁ ବଳିଷ୍ଠ ଉଦ୍ୟମ ପାଲଟିଥିବା କହିଥିଲେ। ମାଟି ମା’ ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ…

Read More

ଡ. ସୁରେଶ ବରାଡ଼ଙ୍କ
‘ଶ୍ରୀଜଗନ୍ନାଥ ବେଶ, ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲୋକାର୍ପିତ

ଶରଣକୁଳ,(ନୟାଗଡ଼ ଦର୍ପଣ): ପବିତ୍ର ଦୋଳପୂର୍ଣିମା ଅବସରରେ ନୟାଗଡ଼ ଜିଲ୍ଲାର ଜାଜ୍ଵଲ୍ୟମାନ ସାରସ୍ବତ ସାଧକ, କବି, ପ୍ରାବନ୍ଧିକ ତଥା ଲେଖକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ‘ଶ୍ରୀ ଜଗନ୍ନାଥ ବେଶ ପରମ୍ପରା: ଏକ ଅଧ୍ୟୟନ’ ପୁସ୍ତକ ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ଲୋକାର୍ପିତ ହୋଇ ଯାଇଛି। ଡ଼ଃ ବରାଡ଼ଙ୍କ ଏହି ପୁସ୍ତକ ଅତିଥିମାନଙ୍କ କର କମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବଳଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ସ୍ଵଂୟଶାସିତ ମହାବିଦ୍ୟାଳୟର, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ବିଭାଗମୁଖ୍ୟ, ପ୍ରାଧ୍ୟାପକ ଡଃ ଗୋବିନ୍ଦ ଚନ୍ଦ୍ର ଦାଶ, ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, କବି ଓ ସାମ୍ବାଦିକ ଓ କବି ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଦିଲୀପ କୁମାର ମିଶ୍ର, ଜୟକୃଷ୍ଣ ସାହୁ, ବରିଷ୍ଠ ସାହିତ୍ୟିକ କବି…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ପରିବେଶ ସୁରକ୍ଷା ସଚେତନତା କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ପରିବେଶ ତଥା ସବୁଜ ପୃଥିବୀ ଗଠନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ମାନଙ୍କରେ “ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍” କାର୍ଯ୍ୟ କରୁଛି। ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠିତ ଇକୋ କ୍ଲବ୍ ଅଧୀନରେ ଗତକାଲି ଇକୋ କ୍ଳବର ବାର୍ଷିକୋତ୍ସବ ପାଳିତ ହୋଇଥିବା ବେଳେ ମୋ ସ୍କୁଲ କମିଟିର ସଭାପତି ଭଗବାନ୍ ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଓ ପୂର୍ବତନ ସଭାପତି ସନ୍ତୋଷ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି ସବୁଜ ପୃଥିବୀ ସହିତ ସନ୍ତୁଳିତ ପରିବେଶ ଉପରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବରେ ନୟାଗଡ଼ ବନାଞ୍ଚଳ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଯୋଗଦେଇ ପିଲାଙ୍କୁ ଜଙ୍ଗଲ ସୁରକ୍ଷା ଓ ସୁସ୍ଥ ପରିବେଶ ଗଠନ ଉପରେ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ…

Read More

ନୟାଗଡ଼ରେ ବିଶ୍ୱ ନାଟ୍ୟ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ୨୭ ତାରିଖ ବିଶ୍ବ ନାଟ୍ୟଦିବସ । ଏହି ଅବସରରେ ନୟାଗଡ଼ କେ.ସି. କ୍ଳବ ଠାରେ ‘ନାଟ୍ୟଧାରା’ ଆନୁକୁଲ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶ୍ଵ ନାଟ୍ୟ ଦିବସର ତାତ୍ପର୍ଯ୍ୟ, ଆହ୍ବାନ ଆଉ ଲକ୍ଷ୍ୟ ଉପରେ ଆଲୋଚନା ରଖି ପୃଥ‌ିବୀରେ ନାଟ୍ୟ ଆନ୍ଦୋଳନର ଏକ ଚିତ୍ର ଉପସ୍ଥାପନ କରିଥିଲେ ନାଟ୍ୟକାର କମ୍ରେଡ ବିଶ୍ବନାଥ ମହାପାତ୍ର । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପବିତ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ନାଟକର କ୍ରମ ବିକାଶ, ଓଡିଆ ନାଟକରେ ନୟାଗଡ଼ ନାଟ୍ୟକଳାର ଅବଦାନ ଏବଂ ଲଗାତାର ନାଟ୍ୟ ଧାରାକୁ ଉଜ୍ଜିବିତ କରିବା ପାଇଁ ଲୋକକଳାକୁ ସମ୍ମାନିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ଓଡିଆ ନାଟ୍ୟକାର ବିକାଶ, ନାଟକର ସମାଜ ପ୍ରତିବଦ୍ଧତା,…

Read More

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅସଲି ଖଡିରତ୍ନ ପଞ୍ଜିକା ପୂଜା

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସୋମବାର ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶାକଦ୍ଵୀପ ବୈଦିକ ବ୍ରାହ୍ମଣ ପରିଷଦ ନୟାଗଡ଼ ତରଫରୁ ଅସଲି ଖଡିରତ୍ନ ପଞ୍ଜିକା ପୂଜା କରାଯାଇ ଜିଲ୍ଲାର ଯାଗ୍ନିକ ପୁରୋହିତମାନଙ୍କୁ ନୂତନ ପଞ୍ଜିକା ପ୍ରଦାନ କରାଗଲା । ପୁରୋହିତମାନଙ୍କ ଦ୍ଵାରା ବେଦ ପାଠ କରାଯାଇ ନୟାଗଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରଭାକର ମିଶ୍ର, କମଳା କାନ୍ତ ରଥ, ଶାନ୍ତନୁ ଦାଶ, ଘନଶ୍ୟାମ ମିଶ୍ର, ଫକୀର ମିଶ୍ର, ଗଗନ ବିହାରୀ ମିଶ୍ର, ବସନ୍ତ ରଥ, ପ୍ରକାଶ ଚନ୍ଦ୍ର ମିଶ୍ର, କୁଳମଣି ପଣ୍ଡା (ବଡ଼ପଣ୍ଡା) ବସନ୍ତ ରଥ (ବାବୁଲି), ନିରଞ୍ଜନ ଦୈବଜ୍ଞ ଓ ଉପେନ୍ଦ୍ର ନାଥ ମହାପାତ୍ରଙ୍କୁ ନୟାଗଡ଼ ତ୍ରିନାଥ ଛକ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ପଞ୍ଜିକା ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ପଣ୍ଡିତ ତ୍ରିନାଥ ନାୟକ, ସଦସ୍ୟ ସନ୍ତୋଷ ରାୟ, ରବୀନ୍ଦ୍ର…

Read More