ନୟାଗଡ଼ରେ ବିଶ୍ୱ ନାଟ୍ୟ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ୨୭ ତାରିଖ ବିଶ୍ବ ନାଟ୍ୟ
ଦିବସ । ଏହି ଅବସରରେ ନୟାଗଡ଼ କେ.ସି. କ୍ଳବ ଠାରେ ‘ନାଟ୍ୟଧାରା’ ଆନୁକୁଲ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶ୍ଵ ନାଟ୍ୟ ଦିବସର ତାତ୍ପର୍ଯ୍ୟ, ଆହ୍ବାନ ଆଉ ଲକ୍ଷ୍ୟ ଉପରେ ଆଲୋଚନା ରଖି ପୃଥ‌ିବୀରେ ନାଟ୍ୟ ଆନ୍ଦୋଳନର ଏକ ଚିତ୍ର ଉପସ୍ଥାପନ କରିଥିଲେ ନାଟ୍ୟକାର କମ୍ରେଡ ବିଶ୍ବନାଥ ମହାପାତ୍ର । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପବିତ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ନାଟକର କ୍ରମ ବିକାଶ, ଓଡିଆ ନାଟକରେ ନୟାଗଡ଼ ନାଟ୍ୟକଳାର ଅବଦାନ ଏବଂ ଲଗାତାର ନାଟ୍ୟ ଧାରାକୁ ଉଜ୍ଜିବିତ କରିବା ପାଇଁ ଲୋକକଳାକୁ ସମ୍ମାନିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ଓଡିଆ ନାଟ୍ୟକାର ବିକାଶ, ନାଟକର ସମାଜ ପ୍ରତିବଦ୍ଧତା, ଏହାର ଗଠନ ମୂଳକ ପ୍ରଭାବ ଉପରେ ବ୍ୟାପକ ଆଲୋଚନା ରଖିଥିଲେ । ନୟାଗଡ଼ରେ ନାଟ୍ୟକଳାର ରଚନାତ୍ମକ ବିକାଶ ପାଇଁ ସଭାପତି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ । ‘ନାଟ୍ୟଧାରା’ର ସଂପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଭିନେତା ଯାମିନୀ ମିଶ୍ର, ନାଟ୍ୟକାର ଅନୁର୍ଯ୍ୟାମି ମହାନ୍ତି ଏବଂ ଗଦାଧର ନନ୍ଦ, ନିର୍ମଳ ସୁରଦେଓ ପ୍ରମୁଖ ନାଟ୍ୟ ବିକାଶ ଉପରେ ପ୍ରସ୍ତାବ ଦେଇଥିଲେ ।

Related posts