ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ପରିବେଶ ସୁରକ୍ଷା ସଚେତନତା କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ପରିବେଶ ତଥା ସବୁଜ ପୃଥିବୀ ଗଠନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ମାନଙ୍କରେ “ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍” କାର୍ଯ୍ୟ କରୁଛି। ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠିତ ଇକୋ କ୍ଲବ୍ ଅଧୀନରେ ଗତକାଲି ଇକୋ କ୍ଳବର ବାର୍ଷିକୋତ୍ସବ ପାଳିତ ହୋଇଥିବା ବେଳେ ମୋ ସ୍କୁଲ କମିଟିର ସଭାପତି ଭଗବାନ୍ ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଓ ପୂର୍ବତନ ସଭାପତି ସନ୍ତୋଷ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି ସବୁଜ ପୃଥିବୀ ସହିତ ସନ୍ତୁଳିତ ପରିବେଶ ଉପରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବରେ ନୟାଗଡ଼ ବନାଞ୍ଚଳ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଯୋଗଦେଇ ପିଲାଙ୍କୁ ଜଙ୍ଗଲ ସୁରକ୍ଷା ଓ ସୁସ୍ଥ ପରିବେଶ ଗଠନ ଉପରେ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ।

ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିବା ବେଳେ ଓଡ଼ଗାଁ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ମୋ ସ୍କୁଲ୍ ସଭାପତି ଭଗବାନ୍ ଜେନା, ସମାଜସେବୀ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ପ୍ରବୋଧ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ସମେତ ଶତାଧିକ ଅଭିଭାବକ ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଭାପତିତ୍ବ କରିଥିଲେ। ବିଦ୍ୟାଳୟର ଇକୋ କ୍ଳବ୍ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସଲିମ୍ ଇବ୍ରlହିମଙ୍କ ପ୍ରତ୍ୱେକ୍ଷ ତତ୍ତ୍ଵାବଧାନରେ ଉଭୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଉଭୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ମିତାଞ୍ଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ଓ ଲକ୍ଷ୍ମୀପ୍ରିୟା ନାୟକ ଶ୍ଲୋକ ପାଠ କରିଥିଲେ।

Related posts