ରାସ୍ତା କଡ଼ରୁ ବୃଦ୍ଧଙ୍କୁ ଉଦ୍ଧାର କରି ସେଲଟର ହୋମରେ ଥଇଥାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛକୁଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜଣେ ଅଜଣା ବୃଦ୍ଧଙ୍କୁ ଓଡଗାଁ ଛକ ଷ୍ଟେଟ ବ୍ୟାଙ୍କ ରୋଡ଼ରୁ ଉଦ୍ଧାର କରି ତ୍ରିନାଥ ଛକ ସ୍ଥିତ ସେଲଟର ହୋମରେ ଥଇଥାନ ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ ଯେ  ନୟାଗଡ଼ ଏସଡିଜେଏମ ଏହି ରାସ୍ତା ଦେଇ ଯାଉଥିବା ବେଳେ ଅସହାୟ ଅବସ୍ଥାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଦେଖି ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନଜରକୁ ଆଣିଥିଲେ। ଏହା ପରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାଧିକରଣ ସଚିବଙ୍କ ତ୍ୱରିତ ପଦକ୍ଷେପ ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କ ମାନବିକତା ସହଯୋଗ ଯୋଗୁଁ ଜଣେ ଅସହାୟ ବୃଦ୍ଧଙ୍କ ଜୀବନ ଉଦ୍ଧାର ହୋଇଥିବା ବେଳେ ଶ୍ରୀଯୁକ୍ତ ବେହେରାଙ୍କୁ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା…

Read More

ରୋଟାରୀ କ୍ଳବ୍ ନୟାଗଡ଼ର ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ନୟାଗଡ଼ ରୋଟାରୀ କ୍ଳବ୍ ର ୩୫ ତମ ପ୍ରତିଷ୍ଠା ଦିବସ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ଅଧ୍ଯକ୍ଷତାରେ ମହାଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆଜି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜଜ୍ଞାଶିଷ ମହାପାତ୍ର ଓ ସମ୍ମାନିତ ଅତିଥି ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇଙ୍କ କରକମଳରେ ରୋଟାରୀ ଭବନ ସମ୍ମୁଖରେ ଏକ ଶାନ୍ତି ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏହାପରେ ସ୍ଥାନୀୟ ବେବର୍ତ୍ତା ପଲ୍ଲୀ ଗ୍ରାମରେ ଗରିବ ହିତାଧିକାରୀ ମାନଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା ବେଳେ ଚଣ୍ଡିବସ୍ତ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାନୀୟ ଜଳ ବିତରଣ ପାଇଁ କ୍ଳବ୍ ତରଫରୁ ଏକ ଆକ୍ବାଗାର୍ଡ ସ୍ଥାପନ କରାଯାଇଥିଲା।ସନ୍ଧ୍ଯା ୦୬ ଘଟିକା ସମୟରେ କ୍ଳବ ସଭାପତି ଶ୍ରୀଯୁକ୍ତ ଖଟେଇଙ୍କ ଅଧ୍ଯକ୍ଷତାରେ…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କନ୍ୟାଶିବିର ଆୟୋଜିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ କନ୍ୟାଶିବିର ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିରରେ ୧୨୦ରୁ ଉର୍ଦ୍ଧ୍ୱ କିଶୋରୀ ବାଳିକା, ମାଆମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼. ଉମାକାନ୍ତ ତ୍ରିପାଠୀ ଅଧ୍ୟାପକ ବି. ଏସ କଲେଜ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ୟାମାନଙ୍କୁ ବାଳିକା ଶିକ୍ଷାରେ ସଂସ୍କୃତି ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ସ୍ଥାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରିଥିଲେ । ଶ୍ରୀମତୀ ଗୀତିଧାରା ମିଶ୍ର, ଖୋର୍ଦ୍ଧା ବିଭାଗ ବାଳିକା ଶିକ୍ଷା ପ୍ରମୁଖ ଯୋଗଦେଇ ବାଳିକାମାନଙ୍କର ବେଶ ପୋଷାକର ମହତ୍ତ୍ଵ ଶିକ୍ଷା ଦେଇଥିଲେ। ସ୍ନାୟୁରୋଗ ବିଶେଷଜ୍ଞ ଡ଼ା. ଅମିତା ବରାଡ ଯୋଗଦେଇ ବାଳିକାମାନଙ୍କୁ କିଶୋରୀ ଅବସ୍ଥାରେ ଯତ୍ନ କିପରି ନେବା ସେ ବିଷୟରେ ଦିଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଳିକାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା…

Read More

ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ନୟାଗଡ଼ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୪୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ  ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ସଂଯୋଜକ ହରେକୃଷ୍ଣ ମୁଦୁଲି  ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା,ନିକିତା ଦାସ, ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ, ଦୀପ୍ତି ମୟୀ ଦଳେଇ ଅଧ୍ୟାପକ ଡଃ ସନ୍ତୋଷ କୁମାର ସାହୁ,କେଦାର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗୀତାକୁ ନିୟମିତ ପାଠ କଲେ ଅନନ୍ୟ ଶାନ୍ତି ମିଳିବା  ସହିତ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଆୟୋଜିତ ପ୍ରତିଯୋଗିତାରେ…

Read More

ସ୍ୱରଶ୍ରୀ ସମ୍ମାନ ପାଇଁ ଶ୍ରୀ ସୃଜନ ସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ଶ୍ରୀ ସୃଜନ’, ନୟାଗଡ଼ ପକ୍ଷରୁ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୨୪ନଭେମ୍ବର ୨୦୨୪ରେ ସଙ୍ଗୀତ ପ୍ରତିଯୋଗିତା କରି ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ ଲୋକ ଲୋଚନକୁ ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାଇ ପ୍ରତିଯୋଗିତାରେ କେବଳ ୧୩ ରୁ ୧୭ ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି କେବଳ ଶ୍ରୀ ସୃଜନ ୟୁଟ୍ୟୁବ୍ ଚାନେଲରେ ଉପଲବ୍ଧ ସଙ୍ଗୀତ ପରିବେଷଣ କରିବେ । ପ୍ରଥମ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୦ ଜଣଙ୍କୁ ମନୋନୀତ କରାଯାଇ ପୁନଶ୍ଚ ଚୂଡାନ୍ତ ପର୍ଯ୍ୟାୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟଙ୍କୁ ମନୋନୀତ କରାଯିବ। କେବଳ…

Read More

ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ତାଙ୍କ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷକ ସଂଗଠନ ଏବଂ ବ୍ଲକ ଶିକ୍ଷା କର୍ମଚାରୀଙ୍କ ମିଳିତ ସହଯୋଗରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ଶୁଭଦର୍ଶିନୀ , ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକ, ଧନେଶ୍ୱର ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠି, ପିତେଇ ପ୍ରଧାନ,ସନ୍ତୋଷ ସାହୁ, ଅଶୋକ ମଲ୍ଲ,ଚିତ୍ତରଞ୍ଜନ ଦାଶ,ଉମେଶ ସ୍ୱାଇଁ, ରବୀନ୍ଦ୍ର କୁମାର ସାହୁ,ବୈଷ୍ଣବ ମହାନ୍ତି ତଥା ଶିକ୍ଷା କର୍ମଚାରୀ ମାନସ ସେଠି,ଶୋଭେଶ ଶୁକ୍ଲା,କିଶୋର ଭଞ୍ଜ, ବିଶ୍ୱନାଥ ସ୍ୱାଇଁ ପ୍ରମୁଖ ଯୋଗଦାନ…

Read More

ଓଏଏସ ପାଇଥିବା ଚିନ୍ମୟୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚିନ୍ମୟୀ ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ ଏନଏସି ହାଇସ୍କୁଲର ୨୦୦୯ ବ୍ୟାଚର ଛାତ୍ରୀ ଚିନ୍ମୟୀ ୭୯ତମ ସ୍ଥାନରେ ରହି ସଫଳତାର ସହିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ୨୦୦୯ ମସିହା ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରି ଚିନ୍ମୟୀ ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ପିତା ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମାତା ଝୁନୁ ଦେବୀ ଉଭୟେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ବେଳେ ଚିନ୍ମୟୀ ଏବେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଭୁବନେଶ୍ୱରରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଚିନ୍ମୟୀଙ୍କ ଏହି ଅପୂର୍ଵ ସଫଳତାରେ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ, ବରିଷ୍ଠ ଶିକ୍ଷୟିତ୍ରୀ…

Read More

‘ସଙ୍ଗୀତଧାରା’  ଭକ୍ତିସଙ୍ଗୀତ ପ୍ରତିଯୋଗିତା

୧୬ଜଣ ସେମି ଫାଇନାଲକୁ ଉନ୍ନୀତ ନୟାଗଡ଼,: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ରୁ ୨୪ବର୍ଷ ବୟସର ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସତ୍ୟନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୬ ଜଣ କଣ୍ଠଶିଳ୍ପୀଙ୍କୁ…

Read More

ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ); ନୟାଗଡ଼ ବ୍ଲକ ବିକାଶପୁର ପଞ୍ଚାୟତ ଅନ୍ତର୍ଗତ ଜେମାଦେଇପୁର ଶାସନରେ ୪୬ତମ ଗ୍ରାମ ଜୟନ୍ତୀ ଉତ୍ସବ-୨୦୨୪ ପାଳିତ ହୋଇଯାଇଛି। ଗ୍ରାମ ସଭାପତି ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର କଅଁର ଓ ସରପଞ୍ଚ ସଞ୍ଜୁବାଳା ବିଶ୍ଵାଳ ପ୍ରମୁଖ ଯୋଗଦେଇ ଗ୍ରାମ୍ୟ ଜୟନ୍ତୀର ଆବଶ୍ୟକତା, ବିଭିନ୍ନତା ମଧ୍ଯରେ ଗାଁ’କୁ ମନେପକାଇ ଗାଁରେ ଏକାଠି ହେବାର ଅଭିନବ ପ୍ରୟାସ ଆଉ କେଉଁଠାରେ ଦେଖ‌ିବାକୁ ମିଳିବନି ବୋଲି କହିଥିଲେ। ଗାଁର ଜନ୍ମ ଜୟନ୍ତୀ ପାଳନ କରିବା ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବ ଏବଂ ଏଭଳି ଅନନ୍ୟ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ଅତିଥିମାନେ କହିଥିଲେ। ଏ ଉତ୍ସବର ପ୍ରଥମ ଉଦ୍ୟୋକ୍ତା ମୁରଲୀଧର ଆଚାର୍ଯ୍ୟଙ୍କ…

Read More

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାଜ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରି ଶ୍ରୀ ପବନ କୁମାର ବେହେରା ସଚେତନତାର ଆଭିମୁଖ୍ୟ ଏବଂ ଆବଶ୍ୟକତା ବୁଝାଇଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ  ବିଚାରପତି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ପୋସ୍କୋ ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ ଉପରେ ଗୁରୁତ୍ବାରୋପ କରିବା ସହିତ ଛାତ୍ରଛାତ୍ରୀ…

Read More