ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳିତ ହେଉଥିବା ବେଳେ ଏ ବର୍ଷ ମଧ୍ୟ ବର୍ଷାକୁ ଦେଖି ଦେବଦୂତ୍ତ ସେବା ପରିଷଦ, ନୟାଗଡ ପକ୍ଷରୁ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଦୁର୍ଗାପ୍ରସାଦ, ନୂଆ ଘଡୁଆଳ, ନୟାଗଡ଼ ପରି ଅନେକ ଖାଲି ସ୍ଥାନ, ମଶାଣି ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଯାବତ ସମସ୍ତେ ମିଶି ପ୍ରାୟ୧୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିସାରିଲେଣି। ଦୁର୍ଗାପ୍ରସାଦ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ପରୀକ୍ଷିତ ପ୍ରଧାନ, ନୂଆ ଘଡୁଆଳ ଗ୍ରାମର ସେନା ବାହିନୀରେ କାର୍ଯ୍ୟରତ ସୁରେଶ କୁମାର ପାଳ ଓ ଯୁବ ବେବସାୟୀ ମୁନା ପ୍ରଧାନ ସହଯୋଗ କରିଥିଲେ। ସେବା ପରିଷଦ ମୁଖ୍ୟ ଉମାକାନ୍ତ ମହାପାତ୍ର ଙ୍କ ଅଧକ୍ଷତା ରେ ଏହି ବର୍ଷ ର ବୃକ୍ଷରୋପଣ ଆରମ୍ଭ କରିଦେଇଛନ୍ତି। ସେବା ପରିଷଦ ର ସକ୍ରିୟ…
Read MoreCategory: ନୟାଗଡ଼ ବ୍ଲକ
ଇନର ହୁଇଲ କ୍ଲବ ପକ୍ଷରୁ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ “ଇନର ହୁଇଲ କ୍ଲବ” ଦ୍ୱାରା ନୟାଗଡ଼ ସ୍ଥିତ ନୂଆରାଜବାଟି ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦିକା ରଶ୍ମିତା ଚୌଧୁରୀ ଓ କ୍ଲବର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ମହାପାତ୍ର, ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ଟାଏକୋଣ୍ଡା ଶିକ୍ଷକ ଭବାନୀଶଙ୍କର ରାୟଗୁରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅନ୍ତନିର୍ହିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ । ଉତ୍କୃଷ୍ଟ ମାନର ଦକ୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବତରଫରୁ ଟ୍ରଫି ଓ…
Read Moreବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…
Read Moreନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ…
Read Moreଇଟାମାଟିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଆନୁକୁଲ୍ୟରେ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଏନ୍.ସି.ସି କ୍ୟାଡେଟ୍ ମାନେ ବିଦ୍ୟାଳୟ ପରିସରରେ ଅର୍ଜ୍ଜୁନ, ପଣସ, ବଉଳ, ଗଙ୍ଗଶିଉଳି ଆଦି ଉପାଦେୟ ଚାରା ରୋପଣ କରିଥିଲେ। ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ବିଷୟରେ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଏନ୍.ସି.ସି କ୍ୟାଡେଟମାନଙ୍କୁ ଅବଗତ କରାଇବା ସହ ଗଛକୁ ବଂଚାଇ ରଖିବା ଦିଗରେ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଡ.ରଙ୍ଗନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସଦସ୍ୟ ଡା. ରାଜକିଶୋର ବରାଡ, ଦୁର୍ଯ୍ୟୋଧନ ନାୟକ, ରମେଶ ଚନ୍ଦ୍ର ପଟ୍ଟନାୟକ, ମାଗୁଣି ଚରଣ ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ।
Read Moreନୟାଗଡ଼ କ୍ଳବ୍ ତରଫରୁ ରାସ୍ତା ପାର୍ଶ୍ୱରେ ଲିମ୍ବ ଓ ମହାଲିମ୍ବ ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ନୟାଗଡ଼ କ୍ଳବ୍ ପରିସରକୁ ଲାଗି ଯାଇଥିବା ରାସ୍ତାର ଦକ୍ଷିଣ ପାର୍ଶ୍ୱରେ କ୍ଳବ୍ ତରଫରୁ ବହୁ ଔଷଧୀୟ ଗୁଣର ଅଧିକାରୀ ଲିମ୍ବ ଓ ମହାଲିମ୍ବ ଗଛ ରୋପଣ କରାଯାଇଛି। ଏହି ଗଛ ଗୁଡିକ ପରିବେଶକୁ ଶୁଦ୍ଧ କରିବା ସହିତ ବହୁ ରୋଗ ଜୀବାଣୁକୁ ନଷ୍ଟ କରିଥାଏ। କାଛୁକୁଣ୍ଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚର୍ମ ରୋଗ ପାଇଁ ଏହି ଗଛର ଉପକାରିତାକୁ ଦୃଷ୍ଟିରେ ରଖି କ୍ଳବ୍ ତରଫରୁ ଏହି ଗଛ ଗୁଡିକୁ ରୋପଣ କରାଯାଉଥିବା ବିଷୟରେ କ୍ଳବ୍ ସଂପାଦକ ଶ୍ରୀଧର ସାହୁ ମତବ୍ୟକ୍ତ କରିଛନ୍ତି। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସଂଯୋଜନାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କ୍ଳବ୍ ସଭାପତି ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ଉପସଭାପତି ଶରତଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସଂପାଦକ ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ବରିଷ୍ଠ ସଦସ୍ଯ…
Read Moreନୟାଗଡ଼ ଇନର୍ ହୁଇଲ କ୍ଲବ ପକ୍ଷରୁ “ବିଶ୍ଵ ଜନସଂଖ୍ୟା ଦିବସ” ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଜନସଂଖ୍ୟା ଦିବସ ଉପଲକ୍ଷେ ଇନର ହୁଇଲ କ୍ଲବ ପକ୍ଷରୁ ତ୍ରିନାଥ ଛକ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦକ ରଶ୍ମିତା ଚୌଧୁରୀ, ଏଡିଟର ମମତାଜ ବେଗମ ତତ୍ ସହିତ କ୍ଳବର ସମସ୍ତ ସଦସ୍ୟାଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତି ରହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଶ୍ଵ ଜନସଂଖ୍ୟା ଦିବସକୁ ନେଇ ଏକ ତର୍କ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ସଭାରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ମହାପାତ୍ର ସମ୍ପର୍ଣ୍ଣ ରୁପେ ସହଯୋଗ କରି ନୟାଗଡ଼ ଇନର ହୁଇଲ କ୍ଲବର ସଦସ୍ୟମାନଙ୍କ ଏହିପରି କାର୍ଯ୍ୟକୁ ଭୁରିଭୁରି ପ୍ରଶଂଶା କରିଥିଲେ। ପରିଶେଷରେ…
Read Moreଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କଲେ ଗୁଡୁପାଙ୍ଗିବାସୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ବଳଭଦ୍ରପୁର – ଢ଼ିପାମାଳ ରାସ୍ତା ପ୍ରସଙ୍ଗରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପୂର୍ବାହ୍ନରେ ଗୁଡୁପାଙ୍ଗି – ଢ଼ିପାମାଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ସଂଲଗ୍ନ ତିନିବାଙ୍କ ପଡିଆଠାରେ ଗୁଡୁପାଙ୍ଗି ମୌଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିବାସହ ଅସମ୍ପୁର୍ଣ୍ଣ ରାସ୍ତାକୁ ସମ୍ପୁର୍ଣ୍ଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ସରକାରୀ ଅଧିକାରୀଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଗ୍ରାମ-ଗ୍ରାମ ମଧ୍ୟରେ ବିବାଦର କାରଣ ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥିଲେ। ଗୁଡୁପାଙ୍ଗି ସହିତ ୧୭ଖଣ୍ଡ ମୌଜା ରାସ୍ତା ବିବାଦର କୌଣସି ସମାଧାନର ସୂତ୍ର ଏ ପର୍ଯ୍ଯନ୍ତ ବାହାରିନଥିବା ବେଳେ ସରକାରଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସାଧାରଣରେ ଆଲୋଚନା ହେଉଛି। ପ୍ରକାଶ ଥାଉକି ୨୦୨୩ ମସିହାରେ ତତ୍କାଳୀନ…
Read Moreରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତର କେନ୍ଦୁପଲ୍ଲୀ ଗାଁ’ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ରୋଟାରୀ କ୍ଲବର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁପଲ୍ଲୀ ଗାଁ’ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି…
Read Moreଜିଲ୍ଲା କୋର୍ଟ କମ୍ପ୍ଲେକ୍ସରେ ୭୬ତମ ବନ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଓକିଲ ସଙ୍ଘ ପାର୍କିଙ୍ଗ ସ୍ଥାନରେ ଆଜି ଜିଲ୍ଲା ଓକିଲ ସଙ୍ଘ, ରୋଟାରୀ କ୍ଲବ ନୟାଗଡ ଏକ୍ସଏଲେନ୍ସୀ ଏବଂ ନୟାଗଡ କେସି କ୍ଲବର ମିଳିତ ଆନୁକୂଲ୍ୟରେ ୭୬ତମ ବନମହୋତ୍ସବକୁ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଆମ୍ରପଲ୍ଲୀ ଆମ୍ବ ଚାରା ରୋପଣ କରି ଉଦଘାଟନ କରିଥିଲେ। ଓକିଲ ସଙ୍ଘ ଉଦ୍ଧିଷ୍ଟ ପାର୍କିଂ ସ୍ଥାନରେ ଆୟୋଜିତ ଏହି ଚାରରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିବାର ଅଦାଲତ ଜଜ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ପଣ୍ଡା, ରେଜିଷ୍ଟ୍ରାର ସୋନାଲି ସରିତା, ଡିଏଲଏସଏ ସଚିବ ଅଞ୍ଜଳି ମଛଖଣ୍ଡ, ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ, ଏସିଏଫ ସତ୍ୟଜିତ କର, ସିଡିଏମଓ ଡ଼. ସୁଶାନ୍ତ କୁମାର ଦାଶଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଜଜ, ଜିଲ୍ଲା ଓକିଲ ସଙ୍ଘ…
Read More