ନାରାୟଣ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଦକ୍ଷତା ଦିବସ ୨୦୨୫ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଶରଣକୂଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ବର୍ଷର ବିଶ୍ଵ ଯୁବ ଦକ୍ଷତା ଦିବସ, କୃତ୍ରିମ ବୁଦ୍ଧିମତା ଏବଂ ଡିଜିଟାଲ ଦକ୍ଷତା ଦ୍ଵାରା ଯୁବ ସଶକ୍ତିକରଣ ଉପରେ ଆଧାରିତ ଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ, ରାଷ୍ଟ୍ରୀୟ ବୃତ୍ତି ସେବାର ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଗବେଷଣା ଫେଲୋ ରବି କୁମାର, ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଆଦି ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟସ୍ତରରେ ଧନ୍ଦାମୂଳକ ଶିକ୍ଷାର ପ୍ରଚାର ଓ ପ୍ରସାର ଦିଗରେ କରିଥିବା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରୋଜାଲିନ ମିଶ୍ର ଏବଂ ଗୌରାଙ୍ଗ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଦକ୍ଷତା ରୋଡ ସୋ ପରେ ନାରାୟଣ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ହସ୍ତଶିଳ୍ପ ସାମଗ୍ରୀ ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ, ଜନାର୍ଦ୍ଦନ ପରିଡ଼ା, ପ୍ରଶାନ୍ତ ଦାସ, ଦାମୋଦର ସାହୁ, ପ୍ରଜ୍ଞା ପାରମିତା ସାହୁ, ରଶ୍ମିତା ବେହେରା, ସସ୍ମିତା ସାହୁଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଅନ୍ତିମ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ଦ୍ଵାରା ଅତିଥି ମାନଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।

Related posts