ଇନର ହୁଇଲ କ୍ଲବ ପକ୍ଷରୁ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ଵ ଯୁବ ଦକ୍ଷତା ଦିବସ ଅବସରରେ “ଇନର ହୁଇଲ କ୍ଲବ”  ଦ୍ୱାରା ନୟାଗଡ଼ ସ୍ଥିତ ନୂଆରାଜବାଟି ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଇନର ହୁଇଲ କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକ, ସମ୍ପାଦିକା ରଶ୍ମିତା ଚୌଧୁରୀ ଓ କ୍ଲବର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ  ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା  ଦିଲ୍ଲୀପ କୁମାର ମହାପାତ୍ର, ଅଧ୍ୟକ୍ଷ ବସନ୍ତ କୁମାର ମିଶ୍ର, ଟାଏକୋଣ୍ଡା ଶିକ୍ଷକ ଭବାନୀଶଙ୍କର ରାୟଗୁରଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ଅନ୍ତନିର୍ହିତ ଦକ୍ଷତାକୁ ପ୍ରଦର୍ଶନ କରିଥିଲେ । ଉତ୍କୃଷ୍ଟ ମାନର ଦକ୍ଷତା ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବତରଫରୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା କେନ୍ଦ୍ରର ସମସ୍ତ କର୍ମଚ଼ାରୀ ସହଯୋଗ କରିଥିବାରୁ କ୍ଲବର ସଭାପତି  ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts