ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ। ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ…
Read MoreCategory: ନୟାଗଡ଼ ବ୍ଲକ
“ଶ୍ରୀ ସୃଜନ” ପଞ୍ଜିକରଣ ପ୍ରମାଣ ପତ୍ର ଓ ଗୁରୁ ବନ୍ଦନା ସଙ୍ଗୀତ” ଭିଡିଓ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ‘ଶ୍ରୀ ସୃଜନ’ ସଙ୍ଗୀତ ଅନୁଷ୍ଠାନର ଛାତ୍ର / ଛାତ୍ରୀ ମାନଙ୍କ ଦ୍ବାରା ଏକ ମନ ଛୁଆଁ ସଙ୍ଗୀତ ଆସର ହେବା ସହିତ “ଶ୍ରୀ ସୃଜନ” ପଞ୍ଜିକୃତ ହେବାର ପ୍ରମାଣପତ୍ର ଓ ଗୁରୁ ବନ୍ଦନା ଭିଡିଓ ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,ଉପ ସଭାପତି ନିରୁପମା ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁର ଗନ୍ଧର୍ବ ନବକିଶୋର ମିଶ୍ର, କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଗୀତିକାର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ, କଣ୍ଠ ଦାନ କରିଛନ୍ତି ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍। ଉନ୍ମୋଚନ ସମୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ…
Read Moreଶ୍ରମ ଅଧିକାରୀ ସଜାଡ଼ି ପାରିଲେନି ଶ୍ରମ କାର୍ଯ୍ୟାଳୟ, କାର୍ଯ୍ୟରୁ ନିଲମ୍ବନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁନିଲମ୍ବିତ କଲେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ଃ. ଏନ୍ ତିରୁମାଲା ନାୟକ । ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ର କାର୍ଯ୍ୟରେ ଅବହେଳା କରୁଥିବା ନେଇବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଧିକାରିଣୀ ନିଜ କାର୍ଯ୍ୟ ଶୈଳୀରେ ସୁଧାର ଆଣିନଥିଲେ । ଯାହାଫଳରେ ରାଜ୍ୟ ଶ୍ରମ ଆୟୁକ୍ତ ଡ଼ ଏନ୍ ତିରୁମାଲା ନାୟକ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ପାରିମିତା ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଛନ୍ତି । କୋଭିଡ୍ ପରିଚାଳନାରେ ଅବହେଳା କରି ଦୁଇ ବର୍ଷ ତଳେ ପାରିମିତା ମିଶ୍ର ନିଲମ୍ବିତ ହୋଇଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଅଭିଯୋଗ କରିଥିଲେ । ଏନେଇ ଦୁଇ ଦିନ ତଳେ ଟୁଇଟରରେ ଅଭିଯୋଗ ଦେଖି ତତକ୍ଷଣାତ୍…
Read Moreନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସଫଳତା, ଶୁଭମିତା ରାଜ୍ୟରେ ତୃତୀୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ଶୁଭମିତା ନାୟକ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୨ରେ ଉଦ୍ଭିଦ ବିଜ୍ଞାନରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଭାଗ ତଥା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି। ଭବିଷ୍ୟତରେ ଶୁଭମିତା ଉଦ୍ଭିଦ ବିଜ୍ଞାନରେ ଗବେଷଣା କରି ଜଣେ ଭଲ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି। ଶୁଭମିତାଙ୍କ ଏହି ସଫଳତା ପାଇଁ ଉଦ୍ଭିଦ ବିଜ୍ଞାନ ବିଭାଗରେ ଖୁସିର ଲହରୀ ଖେଳିଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଶୁଭମିତାଙ୍କ ସହ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Read More୨୨ବର୍ଷର ପ୍ରଚାର ସର୍ବସ୍ବ ବିଜେଡ଼ି ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚାର ୨୨ଟି ପ୍ରଶ୍ନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୀର୍ଘ ୨୨ବର୍ଷର ଶାସନରେ ବିଜେଡ଼ି ସରକାରଙ୍କ ମୁଖିଆଙ୍କୁ ୨୨ଟି ପ୍ରଶ୍ନ ପଚାରିଛି ଯୁବ ମୋର୍ଚ୍ଚା। ଏ ପ୍ରଶ୍ନ ଜଣଙ୍କର ନୁହେଁ ଏହି ପ୍ରଶ୍ନ ହେଉଛି ପ୍ରତ୍ୟେକ ଯୁବବର୍ଗଙ୍କ ପ୍ରଶ୍ନ । ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଯୁବବର୍ଗ ଏହି ପ୍ରଶ୍ନ ଗୁଡିକର ଉତ୍ତର ଚାହାନ୍ତି। ଓଡିଶାରେ ୨୨ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ ଦାୟିତ୍ବରେ ଅଛନ୍ତି । ବିଜେଡ଼ି ନିଜକୁ ୧ନମ୍ବର ସରକାର କହି ଡ଼ିଣ୍ଡିମ ପିଟୁଛି । ଦୁଇ ଦଶନ୍ଧିର ଶାସନ ଏବଂ ରାଜନୈତିକ ସ୍ଥିରତା ସତ୍ତ୍ବେ ଓଡିଶାର ଅଭିବୃଦ୍ଧି କଚ୍ଛପ ଗତିରେ ଚାଲିଥିବା ବେଳେ ଅପରାଧର ପେଣ୍ଠସ୍ଥଳି ଭାବେ ପରିଣତ ହେବାରେ ଲାଗିଛି । ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ପଦାର୍ଥ, ପରିଶ୍ରମୀ ମାନବ…
Read Moreନୟାଗଡ଼ରେ ଗୁରୁ ଦିବସରେ ଗୁରୁ ପୂଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁଦିବସ ଅବସରରେ ନୟାଗଡ଼ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ହିଁ ସମାଜର ଦିଗଦର୍ଶକ ଓ ସେମାନଙ୍କୁ ଅବହେଳା କରିବା ଉଚ୍ଚିତ ନୁହେଁ ବୋଲି ପ୍ରକାଶ କରିଥିଲେ । ଆଜିର ଶିକ୍ଷା ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଭିନ୍ନ ଅଭିଭାଷଣ ରଖିଥିଲେ । ଏଥିସହିତ ମୂଲ୍ୟବୋଧ ଶିକ୍ଷା ଉପରେ ସଚେତନ କରାଇବା ପାଇଁ ଡ଼ଃ. ସାହୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥ୍ ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଯୋଗଦେଇ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଶିକ୍ଷା ବ୍ୟବସ୍ଥା…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡ଼ୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୫୧ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୭ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୧ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୬୫୦୦୦/-( ପଅଁଷଠି ହଜାର ଟଙ୍କା) ଆର୍ଥିକ ଅନୁଦାନ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୭୦୦୦/- (ସତାବନ ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହି ଜନଶୁଣାଣି ଶିବିରରେ ଆରକ୍ଷୀ…
Read Moreନୟାଗଡ଼ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିରରେ ଗୁରୁଦିବସ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ୱତୀ ଶିଶୁଵିଦ୍ୟା ମନ୍ଦିର, ନୟାଗଡ଼ ଠାରେ ପଵିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନଚାର୍ୟ୍ଯ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ପଟନାୟକ ଅତିଥି ପରିଚୟ କରାଇଥିଲେ। ଏହି ପବିତ୍ର ଉଛବ ରେ ମୂଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତରାୟ ଦ୍ୱୀପ ପ୍ରଜ୍ୱଳନ କରି,ଶିକ୍ଷକ ବl ଗୁରୁ ଯିଏକି ଶିଶୁ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଓ ଶିଶୁ ମାନଙ୍କୁ ଉତ୍ତମ ଶିକ୍ଷା ଦାନ ସହିତ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବେ ଗଢିତୋଳିବା ପାଇଁ ବିଭିନ୍ନ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ଜରିଆରେ ଶିକ୍ଷlଦାନ ଦେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ଆଚାର୍ଯ୍ୟ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ…
Read Moreଶିକ୍ଷକ ଅଟନ୍ତି ଯୁଗ ନିର୍ମାତା- ଛାତ୍ରଛାତ୍ରୀ ରାଷ୍ଟ୍ର ଭାଗ୍ଯ ବିଧାତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ତଥା ଗୁରୁଦିବସ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇ ଯାଇଛି। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ରାଧାକ୍ରିଷ୍ଣନଙ୍କ ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରିଥିଲେ। ଛାତ୍ରୀ ଶ୍ରଦ୍ଧା ସୁମନ, ଶୁଭସ୍ମିତା ପଣ୍ଡା ଓ କେ. ଦେବସ୍ମିତା ଏକ ସୁନ୍ଦର ଭକ୍ତିଭାବ ପୂର୍ଣ୍ଣ ଗୁରୁବନ୍ଦନା ଟିଏ ଗାନ କରିଥିଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଆଦର୍ଶ ଆଲୋଚନା ହେବା ସହିତ ଉତ୍ତମ ମଣିଷ ଗଠନ କରିବାରେ ଶିକ୍ଷକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା ହୋଇଥିଲା।ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରର ଭାଗ୍ଯ ବିଧାତା ହେଲାବେଳେ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା। ସେବାବ୍ରତୀ ଆଚାର୍ଯ୍ୟ…
Read Moreନୟାଗଡ଼ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ପକ୍ଷରୁ ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତା ସଂଘ ପକ୍ଷରୁ ଆଜି ଜୀବନ ବୀମା କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ ଓ ଭିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୪ ଦାବି ସମ୍ବଳିତ ଦାବି ପତ୍ରର ସମାଧାନ ପାଇଁ ଦାବି ରଖୁଛନ୍ତି । ସଂଘର ସଭାପତି ଶ୍ରୀକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ରୁଦ୍ରନାରାୟଣ ବରାଡ଼, କୋଷାଧ୍ୟକ୍ଷ ଚୈତନ୍ୟ ସାହୁ ଓ ବୀମା ଏଜେଣ୍ଟ ପ୍ରଭାତ କୁମାର ମହାପାତ୍ର, ଚନ୍ଦନ କୁମାର ସାହୁ, ବଳଭଦ୍ର ସାହୁ, ଶତ୍ରୁଘ୍ନ ସାହୁ, ପ୍ରମୋଦ ଆଚାର୍ଯ୍ୟ ଓ ବହୁ ଏଜେଣ୍ଟ ଆନ୍ଦୋଳନ ଜାରି ରଖିଛନ୍ତି । ସଂଘର ଦାବୀ ହେଉଛି – ୧. ବୀମାଧାରୀଙ୍କୁ ଅଧିକ ବୋନସ୍ ପ୍ରଦାନ କରାଯାଉ, ୨. ପଲିସି ରୂଣର ସୁଧହାର କମ୍ କରାଯାଉ, ୩. ଗ୍ରାହକ ମାନଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦିଆଯାଉ, ୪.…
Read More