ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱାଧିନତାର ହୀରକ ଜୟନ୍ତୀ ଉପଲକ୍ଷେ ନୟାଗଡ଼ ମଡେଲ ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭାରତୀୟ ସ୍ୱାଧିନତାରେ ଓଡ଼ିଶାର ଅବଦାନ ତଥା ମହାତ୍ମା ଗାନ୍ଧୀଙ୍କ ସଂଶ୍ଲିଷ୍ଟତା ଉପରେ ଏକ ଜାଗରଣ ଯାତ୍ରା ଏବଂ ପ୍ରଥପାନ୍ତ ନାଟିକା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଳାଞ୍ଚଳ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଯାତ୍ରାରେ ଭାଗ ନେଇ ନିକଟସ୍ଥ ଲାଠିପଡ଼ା ଗ୍ରାମ ପରିକ୍ରମା କରିଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ସ୍ୱଚ୍ଛତା ଏବଂ ଅହିଂସା ସମ୍ବନ୍ଧୀୟ ବାର୍ତ୍ତାକୁ ନେଇ ଦୁଇ ଗୋଟି ଭିନ୍ନ ଭିନ୍ନ ପଥପ୍ରାନ୍ତ ନାଟିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶିତ ହୋଇଥିବା ବେଳେ ଏହା ଗ୍ରାମବାସୀ ମାନଙ୍କୁ ବେଶ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଗୌରମୋହନ ସାହୁ, ଡ.ନାରାୟଣ ସୁରଜିତ ବେହେରା, ଡ.ମାନସ ରଞ୍ଜନ ଶତପଥି, ଡ.ଜ୍ୟୋତ୍ସ୍ନାମୟୀ…
Read MoreCategory: ନୟାଗଡ଼ ବ୍ଲକ
ବିଜେପି ଛାଡି ବିଜେଡ଼ିରେ ମିଶିଲେ ବାବୁଲି ଜେନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତର ବିରୋଧି ଦଳର ନେତା ବାବୁଲି ଜେନା ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବାବୁଲି ଜେନା ହେଉଛନ୍ତି ମାଛିପଡା ପଞ୍ଚାୟତର ବର୍ତ୍ତମାନର ସମିତି ସଭ୍ୟା ସୁକେସିନି ଜେନାଙ୍କ ସ୍ବାମୀ । ସେ ମାଛିପଡ଼ା ପଞ୍ଚାୟତ ର ବିରୋଧ ଦଳର ବରିଷ୍ଠ ନେତା ଭାବେ ପରିଚିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ଓ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନୟାଗଡ଼ ବିଧାୟକ ଡ଼ଃ.ସାହୁଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଆଜି ସେ ବିଧବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗ ଦ୍ବାରା ମାଛିପଡ଼ା ବିଜୁ ଜନତା…
Read Moreଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରା ପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରାପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନକାର୍ଯ୍ୟକ୍ରମ ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ସରକାରୀ ପଲକ୍ଲେକନିକର ଅଧ୍ୟକ୍ଷ ଇଂ ଆଦିତ୍ୟ ପ୍ରସାଦ ପାତ୍ର, ନୟାଗଡ଼ ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ଇଂ ଯବାନ୍ ଦାସ, ସମ୍ମାନୀତ ଅତିଥ୍ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ ସାମିଲ୍ ଥିବା ସଦାସର୍ବଦା କୌଣସି ପରିସ୍ଥିତି ହାର ମାନି ନଥାନ୍ତି ବୋଲି ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଜେନା ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଯୁବ ପିଢି ପ୍ରଶିକ୍ଷଣ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଜୀବନ ଜୀବିକା କିପରି…
Read Moreମାତ୍ର ୪ଟି ବଗିରେ ଚାଲିଛି ନୂଆଗାଁ-ପୁରୀ ପାସେଞ୍ଜର ଟ୍ରେନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରି ଚାଲିଛି ରେଳ ବିଭାଗ । ବାରମ୍ବାର ଦାବି ସତ୍ୱେ ଜିଲ୍ଲାକୁ ଟ୍ରେନ ସଂଖ୍ୟା ବୃଦ୍ଧି କରୁ ନଥିବା ବେଳେ ଚାଲୁଥିବା ଟ୍ରେନର ବଗି ସଂଖ୍ୟା କାଟି ଲୋକାମନଙ୍କୁ ଅଯଥା ହଇରାଣ କରାଯାଉଛି । ନୂଆଗାଁ ରୋଡ଼ରୁ ପୁରୀ ଯାଉଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ମାତ୍ର ୪ଟି ବଗିରେ ଚାଲିଛି ଏହି ଟ୍ରେନ । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ଘୋର ଉଦବେଗ ପ୍ରକାଶ କରିଛି । ନୟାଗଡ଼ ଜିଲ୍ଲାର ୧୨ଲକ୍ଷ ଲୋକଙ୍କୁ ଏହା ଉପହାସ ସଦୃଶ ହୋଇଥିବା ବେଳେ ଯାତ୍ରୀମାନେ ଛିଡ଼ା ହୋଇ ନାନା ଅସୁବିଧା ମଧ୍ୟରେ ପୁରୀ ଯାଆସ କରୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଳ୍ଲାରୁ ଏହି ଗୋଟିଏ…
Read Moreଛାତ୍ରଛାତ୍ରୀ ଅଭିଭାବକଙ୍କ ସ୍ବପ୍ନକୁ ସାକାର କରିବା ଆବଶ୍ୟକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଆଜି ନବଘନପୁର ପଂଚାୟତ ବାସି ବିପୁଳ ସ୍ୱାଗତ କରିଛନ୍ତି। ଢୋଲ ତାଳେ ତାଳେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ପାଛୋଟି ନେଇଛନ୍ତି। ନବଘନପୁର ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ୟ୍ୟର ସମୀକ୍ଷା କରିବା ପାଇଁ ଯାଇଥିବା ବେଳେ ଆଜି ବିଧାୟକଙ୍କ ପ୍ରତି ଲୋକଙ୍କ କିଭଳି ଜନସମର୍ଥନ ରହିଛି, ତାହା ବାରି ହୋଇ ଯାଇଛି। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସୁବାଷ କହଁର, ଆଶିଷ ଅଗ୍ରୱାଲ, ବିଡିଓ ପଦ୍ମଚରଣ ସାହୁ, ବିଇଓ ଗୀତାଞ୍ଜଳି ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫ଟି ରୂପାନ୍ତରିତ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ କରୁଛନ୍ତି। ଛାତ୍ରଛାତ୍ରୀମାନେ…
Read Moreନାକ୍ ପାଇଁ ପ୍ରସ୍ତୁତି ଓ ଉନ୍ନୟନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗସ୍ତରେ ଯାଇ ମହାବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଗକୁ ହୀରକ ଜୟନ୍ତୀ ଉଦଯାପନି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବା ଏବଂ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପାଇଁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ହୀରକ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ନାକ ଟିମ୍ ଭିଜିଟ୍ ପାଇଁ ସମସ୍ତ ପ୍ରସ୍ତତି ଶେଷ କରିବା ପାଇଁ ଆଲୋଚନା କରାଯାଇଥିଲା । ବିଧାୟକଙ୍କ…
Read Moreକ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକରେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ହୋଟେଲ ତ୍ରିନାଥଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଅନ୍ୟତମ ଆବାହକ ତଥା ସିପିଆଇ ନେତା ସମାଜସେବୀ ବିଶ୍ୱନାଥ ମହାପାତ୍ର,ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନସୀର ଅହମ୍ମଦ,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ବିଜେଡି ନେତା ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ,ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର,ଅମୀୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ତୁରନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମେଗା ପ୍ରକଳ୍ପ ଅନୁଗୁଳ,ଢେଙ୍କାନାଳ,କଟକ,ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ବେଳେ ଏହି ଜିଲ୍ଲାର ନେତୃବୃନ୍ଦଙ୍କୁ…
Read Moreଅଭିଭାବକ ସଚେତନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ ହେବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓଡ଼ଗାଁ ବ୍ଲକର ବିଭିନ୍ନ ରୂପାନ୍ତରିତ ବିଦ୍ୟାଳୟ ବୁଲି ତଦାରଖ କରିଛନ୍ତି । ରୂପାନ୍ତରିତ ହେବାକୁ ଥିବା ବାଣ୍ଠପୁର ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ଯୋଜନା ସମ୍ପର୍କରେ ପଚାରି ବୁଝିଛନ୍ତି । ଏହା ସହିତ କଳାକାହ୍ନୁ ଉଚ୍ଚ ବିଦ୍ୟାଲୟ, କୋମଣ୍ଡ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଉଚ୍ଚ ବିଦ୍ୟାଳୟ, ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟ ଗୈାଡ଼ପୁଟ ରୂପାନ୍ତରିତ କାର୍ଯ୍ୟର ତଦାରଖ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟାଳୟରେ ସ୍ମାର୍ଟକ୍ଲାସ ରୁମ, ଅତ୍ୟାଧୁନିକ ଲାଇବ୍ରେରୀ, ବିଜ୍ଞାନଗାରର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ଅଭିଭାବକମାନେ ସଚେତନ ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁଦୃଢ଼ ହେବ ବୋଲି କହିଛନ୍ତି । ଶିକ୍ଷା ସହିତ ଛାତ୍ରଛାତୀଙ୍କୁ ବୈଦ୍ଧିକ ଶିକ୍ଷା ପ୍ରଦାନ କରିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ରୂପାନ୍ତରିତ…
Read Moreମହିଳା ସ୍ୱାବଲମ୍ବୀ ହେଲେ ସାମାଜିକ ବିକାଶ ହେବ: ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ରଙ୍ଗଣିପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ମହିଳାଙ୍କୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଚେଷ୍ଟିତ ବୋଲି କହିଛନ୍ତି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦ୍ୱାରା ସାମାଜିକ ବିକାଶ ହେବ ବୋଲି କହିଛନ୍ତି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ୟ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି। ପଞ୍ଚାୟତ ପ୍ରାଙ୍ଗଣରେ ମିଶନ ଶକ୍ତି ଗୃହକୁ ଫିତା କାଟି ଉଦଘାଟନ କରି ଗାଁକୁ କାମ ଓ ମା ଙ୍କୁ ସମ୍ମାନ ଦେବା ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାହା ସଫଳ…
Read Moreଗାଁ’ ଗାଁ’ରେ ବିକାଶ ପାଇଁ ଆଲୋଚନା ଜରୁରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥର ଆଗେଇ ଚାଲିଛି । ପ୍ରତିଟି ଗାଁକୁ ରାସ୍ତା, ପ୍ରତ୍ୟେକ ଘରକୁ ପିଇବା ପାଣିର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ଲୋକଙ୍କ ମୈାଳିକ ସୁବିଧାକୁ ଦୂରିଭୂତ କରିବା ପାଇଁ ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ବିକାଶ ପାଇଁ ଆଲୋଚନା ନିହାତି ଜରୁରୀ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି । ସମସ୍ୟା ଏବଂ ଏହାର ସମାଧାନ ପାଇଁ ବରିଷ୍ଠଙ୍କ ଅଭିଜ୍ଞତାକୁ ପାଥେୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ଆବଶ୍ୟକ ଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କ…
Read More